Videos
|
Odisha

'10 ବର୍ଷ ମୋଦି ସରକାରରେ ଟେଲିକମ ସେକ୍ଟରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି'

Smruti Parija
Browse all articles by Smruti Parija
·2 years ago·2 min read
'10 ବର୍ଷ ମୋଦି ସରକାରରେ ଟେଲିକମ ସେକ୍ଟରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି'

ଭୁବନେଶ୍ୱର: ଟେଲିକମ ସେକ୍ଟରରେ 10 ବର୍ଷ ମୋଦି ସରକାରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ଦେଶରେ ଡିଜିଟାଲ କ୍ରାନ୍ତି ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିଛି । ଠେଲା ଗାଡ଼ି ବ୍ୟବସାୟୀ ଡିଜିଟାଲ କ୍ରାନ୍ତିର ବ୍ରାଣ୍ଡ ଆମ୍ବସଡର ପାଲଟିଛନ୍ତି । ଭାରତରେ ଏବେ ସର୍ବନିମ୍ନ ମୂଲ୍ୟରେ ଇଣ୍ଟରନେଟ ଡାଟା ମିଳୁଛି । ଭାରତରେ 75 ହାଜର ଷ୍ଟାର୍ଟ ଅପ୍ ଏବେ କାର୍ଯ୍ୟକ୍ଷମ ହୋଇପାରିଛି । ଯୁବକ ମାନେ ଏବେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମାନଙ୍କୁ ରୋଜଗାର ଯୋଗାଇ ପାରୁଛନ୍ତି । ନମୋ ଡ୍ରୋନ ଦିଦି ଯୋଜନାରେ ମହିଳା ମାନେ କୃଷି କ୍ଷେତ୍ରରେ ଡ୍ରୋନ ବ୍ୟବହାର କରିପାରୁଛନ୍ତି । ସି - ଭିଜିଲ ଆପ ମାଧ୍ୟମରେ ନିର୍ବାଚନ ପରିଚାଳନା ନେଇ ନିଜର ମତ ରଖିପାରିବେ ସାଧାରଣ ଭୋଟର । ଉପାନ୍ତ ତଥା ଆଦିବାସୀ ଗାଁରେ ମୋବାଇଲ ଟାୱାର ବସାଇଛନ୍ତି ମୋଦି ସରକାର । ଏ ଦିଗରେ ଆହୁରି ବିକାଶ ହୋଇପାରିଥାନ୍ତା । କିନ୍ତୁ ରାଜ୍ୟ ସରକାରଙ୍କ ରାଜନୈତିକ ପ୍ରତିବଦ୍ଧତା ଅଭାବରୁ ମନ୍ଥର ଗତିରେ ଚାଲିଛି ।ବୋଲି ବିଜେପିର ପ୍ରେସ ମିଟ୍ ରେ ଏପରି କହିଛନ୍ତି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ।  

10 ବର୍ଷର ମୋଦି ଶାସନରେ ଶିଖରରେ ପହଞ୍ଚିଛି ବିକାଶ । ଧିରେ ଧିରେ ବିକାଶର ସିଢ଼ି ଚଢ଼ି ଚାଲିଛି ଭାରତ ।  ଆଦିବାସୀଙ୍କ ଅସ୍ମିତା, ଅସ୍ତିତ୍ବ ଓ ବିକାଶ ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦି । ଡିଜିଟାଲକ୍ରାନ୍ତିରୁ ନାରୀ ସଶକ୍ତିକରଣ ପର୍ଯ୍ୟନ୍ତ ସବୁ ବର୍ଗଙ୍କୁ ମିଳୁଛି ପ୍ରାଥମିକତା । ଯେଉଁଥିପାଇଁ ଦେଶ ଉନ୍ନତି ପଥରେ ଗତି କରୁଛି ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ।

ନିର୍ବାଚନ ପ୍ରସ୍ତୁତି ଚଳାଇଛି ବିଜେପି । ରୁଟିନ ବୈଠକ ମଧ୍ୟ ହେଉଛି । ନିର୍ବାଚନ କମିଟି ଠାରୁ ଆରମ୍ଭ କରି କୋର କମିଟି ବୈଠକ ମାଧ୍ୟମରେ ଦଳ ବିସ୍ତୃତ ଭାବେ ଆଲୋଚନା କରୁଛି । ବିଭିନ୍ନ ସ୍ତରରେ ସମୀକ୍ଷା କରାଯାଉଛି । ଆଗାମୀ ନିର୍ବାଚନ ପାଇଁ ବିଜେପି ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ମେଣ୍ଟ ପ୍ରସଙ୍ଗରେ ଉତ୍ତର ଦେଇ ପାରିବିନି କହିଲେ ସୂର୍ଯ୍ୟବଂଶୀ ସୁରଜ । ଶୀର୍ଷ ନେତୃତ୍ବ ମାନେ ଏହାର ଉତ୍ତର ପୂର୍ବରୁ ଦେଇ ସାରିଛନ୍ତି । ତେଣୁ ଏହା ଉପରେ କହିବା ଠିକ୍ ହେବ ନାହିଁ । 

ବିଜେପି ଲଢିବ, ବିଜେପି ସରକାର କରିବ । କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି, ବିଜେପି ରାଜନୈତିକ ବିଶାରଦମାନଙ୍କ ଆକଳନ ଠାରୁ ଯଥେଷ୍ଟ ଭଲ ପ୍ରଦର୍ଶନ କରିବ କହିଲେ ସୂରଜ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...