ଉପାନ୍ତ ଗାଁରେ ଆଜି ବି ବିକାଶ ଅପହଞ୍ଚ

ଅର୍ଗସ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତ ର ଡଙ୍ଗରପଡା ଗାଁର । ଦୀର୍ଘ ବର୍ଷ ରୁ ଗାଁ ସ୍ଥାପନ ହୋଇଥିବା ବେଳେ ଏବେବି ଅବହେଳିତ । ଖରାଦିନେ ତ ଯେମିତି ସେମିତି ଚାଲିଯାଏ । କିନ୍ତୁ ବର୍ଷା ଦିନ କଥା ତ ନ କହିବା ଭଲ । ରାସ୍ତା ନଥିବାରୁ ଗାଁ କୁ ଆମ୍ବୁଲାନ୍ସ ଯାଇପାରେନି ଏଥିପାଇଁ ଅନେକ ଲୋକ ଓ ଗର୍ଭବତୀ ଙ୍କ ମୃତ୍ୟୁ ହୋଇଥିବା ନଜର କୁ ଆସିଛି ।ଏହି ରାସ୍ତା ରେ ଦୈନନ୍ଦିନ ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରୁଥିବା ବେଳେ ଖାଲ ଢ଼ିପ ରେ ପରିପୂର୍ଣ୍ଣ ଥିବା ଯୋଗୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। କେବେ ଏହି ରାସ୍ତା କୁ ପକ୍କା ରାସ୍ତା କରୁଛନ୍ତି ପ୍ରଶାସନ ସେ ନେଇ ଅପେକ୍ଷା କରି କହିଛନ୍ତି।
କେବଳ ସେତିକି ନୁହେଁ ଏଠାରେ ପିଇବା ପାଣି ପାଇଁ ୫ ଗୋଟି ନଳକୂପ ଅଛି ତାହା ଫ୍ଲୋରାଇଡ଼ ପାଣି ବାହାରୁଛି। ଯଦ୍ୱାରା ଲୋକେ ବିଭିନ୍ନ ରୋଗରେ ପଡୁଛନ୍ତି । ଏଠାରେ ସରକାର ଙ୍କ ବସୁଧା ଯୋଜନା ପହଞ୍ଚି ପାରିନାହିଁ । ଏ ସମ୍ପର୍କ ରେ ଗାଁ ଲୋକ ଜନପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇଛନ୍ତି ହେଲେ ଗାଁ ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ସେପଟେ ମୁରିବାହାଲ ବିଡ଼ିଓ କହିଛନ୍ତି ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।ଗ୍ରାମାଂଚଳ ରେ ଗମନାଗମନ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ହେଲେ ଏବେବି ବି ଅପହଂଚ । ତେବେ ସରକାର କେବେ ଏହି ଡଙ୍ଗରପଡା ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: