Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କାଗଜ କଲମରେ ସୀମିତ ରାଜ୍ୟ ସରକାରଙ୍କ ବିକାଶ

Odisha

କାଗଜ କଲମରେ ସୀମିତ ରାଜ୍ୟ ସରକାରଙ୍କ ବିକାଶ

Jitendra Dash
Browse all articles by Jitendra Dash
·2 years ago·2 min read
କାଗଜ କଲମରେ ସୀମିତ ରାଜ୍ୟ ସରକାରଙ୍କ ବିକାଶ

ଅର୍ଗସ ବ୍ୟୁରୋ : ରାଜ୍ୟ ସରକାରଙ୍କ ବିକାଶ କେବଳ କାଗଜ କଲମରେ ସୀମିତ । ଅନୁଦାନ ଆସୁଛି, କିନ୍ତୁ ବିକାଶମୂଳକ କାମରେ ଲାଗୁନି । କେବଳ ଫଳକ ଓ ବୁକଲେଟରେ ସୀମିତ ହୋଇ ରହିଯାଉଛି ନବୀନଙ୍କ ବିକାଶ । ଏ ହେଉଛି, ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ସୋମଣା ପଞ୍ଚାୟତ କୁଦସାହିର ୧୭ ନଂ ୱାର୍ଡ । ଏଠି ୩ ଲକ୍ଷ ଟଙ୍କାର ଘର ହେବ ବୋଲି ଫଳକ ମରାଗଲା । 

ପରେ ପଞ୍ଚାୟତ ତରଫରୁ ମିଳୁଥିବା ପଞ୍ଚାୟତ ବିକାଶର ବୁକଲେଟରେ ଘର ମଧ୍ୟ ହେଇଗଲା । ହେଲେ ବାସ୍ତବରେ, ନା ଘର ଅଛି ନା ଘର ତିଆରି ପାଇଁ କୌଣସି ଉଦ୍ୟମ କରାଯାଇଛି । କେବଳ ପ୍ରଚାର କରି ଚୁପ ରହିଛନ୍ତି ରାଜ୍ୟ ସରକାର । ଏଠି ପ୍ରଶ୍ନ ଉଠୁଛି, ଗାଁର ବିକାଶ ପାଇଁ ଆସିଥିବା ଅର୍ଥ ଗଲା କୁଆଡ଼େ ? କେବଳ ଏତିକିରେ ସରିନି ଏ ଗାଁର ଦୁଃଖ । ଗାଁକୁ ଯିବାକୁ ଭଲ ରାସ୍ତା ଖଣ୍ଡେ ନାହିଁ, ପିଇବା ପାଣିର ନ କହିଲେ ଭଲ । ଗାଁର ପୋଖରୀ ବ୍ୟବହାର ଯୋଗ୍ୟ ବି ନାହିଁ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହିଳା ମାନଙ୍କ ପାଖରେ କୌଣସି ଆତ୍ମ ନିର୍ଭର ରୋଜଗାର ପନ୍ଥା ବି ନାହିଁ । ହେଲେ ଏତେ ସବୁ ଅସୁବିଧା ଶୁଣୁଛି କିଏ । ବଞ୍ଚିତ ହୋଇଥିବା ୱାର୍ଡର ସମସ୍ତ ଗ୍ରାମବାସୀ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଯଦି ଅନୁଦାନ ଟଙ୍କା ଲୋକଙ୍କୁ ନ ମିଳେ ତାହେଲେ ଆଗାମୀ ନିର୍ବାଚନରେ ଭୋଟ୍‌ ବର୍ଜନର ଚେତାବନୀ ମଧ୍ୟ ଦେଇଛନ୍ତି  । ସେପଟେ ଏନେଇ ଆମେ ବିଡିଓଙ୍କର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ । କିନ୍ତୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ । ସରକାର ଦେଉଥିବା ଅନୁଦାନକୁ କିଏ କରିଛି ଚଳୁ ? ଅନୁଦାନରୁ ବଞ୍ଚିତ ଗ୍ରାମବାସୀଙ୍କ ହକ୍‌ର ଅଧିକାର କେବେ ମିଳୁଛି ତାହା ଦେଖୁବାକୁ ଅପେକ୍ଷା ।
 

Painting
Sponsored
Development of state government limited to pen and paper | Argus News