ସାନ୍ତାଳ ଗାଁକୁ ବିକାଶ ଧୋକା

ଅର୍ଗସ ବ୍ୟୁରୋ: ଏହେଉଛି କେନ୍ଦ୍ରାପଡ଼ାର ସାନ୍ତାଳ ଗାଁ। ଗାଁ କୁ ଦେଖିଲେ ସ୍ପଷ୍ଟ ହେଉଛି ବିକାଶର ବାସ୍ତବତା। ପୁରା ଗାଁ ଉପରେ ନଜର ବୁାଇ ଆଶିଲେ ଝାଟିମାଟିର ଚାଳ ଛପର ଘର ଛଡା କିଛି ଦେଖିବାକୁ ମିଳିବନି। ଆବାସ ଏବେବି ଏଠି ସ୍ବପ୍ନ ହୋଇ ରହିଯାଇଛି। । ଦିନ ମଜୁରୀ କରି ପେଟକୁ ଦାନା ସଂଗ୍ରହ କରୁଥିବା ଏହି ନିରୀହ ମଣିଷଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ପକ୍କା ଘର ।ସହରଠୁ ବେସି ଦୁରରେ ନଥାଇ ମଧ୍ୟ ଏଠାରେ ପ୍ରଶାସନର ଆଖି କେବେ ପଡିନି। 2ସହ ଆଦିବାସୀ ପରିବାର ରହୁଥିବା ଏହି ଗାଁକୁ ନାହିଁ ପକ୍କା ରାସ୍ତା । ବର୍ଷା ଦିନେ ରାସ୍ତା ସମସ୍ୟା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସେଭଳି ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ।
ଗାଁରେ ରହୁଥିବା ସମସ୍ତ ପରିବାର ମଜୁରିଆ ଶ୍ରେଣୀର। ରୋଜଗାର ପାଇଁ କିଛି ସୁଯୋଗ ନଥିବାରୁ ମଜୁରି ଲାଗି ଚଳନ୍ତି ଅଞ୍ଚଳବାସୀ। ସେଭଳି ହାତ ଗଣତି କିଛି ଯୋଜନାକୁ ଛାଡିଦେଲେ ଏଠାରେ ପ୍ରୟ ଯୋଜନା ଅପହଞ୍ଚ। ତେଣୁ ନାହିଁ ନାହିଁର ଜୀବନ ବଞ୍ଚୁଛନ୍ତି ଅଞ୍ଚଳବସାୀ। ୨୫ ବର୍ଷର ପୂର୍ବ ସରକାରରେ ସାନ୍ତାଳ ଗାଁକୁ ଅଣ ଦେଖା। ପ୍ରତିଶ୍ରୁତି ନାଁରେ ଏଠାକା ଲୋକଙ୍କୁ ମିଳିଛି ଖାଲି ପ୍ରତାରଣା। ଏଥର ସରକାର ବଦଳିଛି ଆଉ ଲୋକଙ୍କ ମନରେ ନୂଆ ଆଶା ସଂଞ୍ଚାର ହୋଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: