Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋଟିଆରେ ବିକାଶ ହୋଇଛି ବାଟବଣା

Smruti Parija
Browse all articles by Smruti Parija
·2 years ago·1 min read
କୋଟିଆରେ ବିକାଶ ହୋଇଛି ବାଟବଣା

କୋରାପୁଟ: ପର୍ବତ ଘେରା କୋଟିଆର ସୁରକ୍ଷା ପାଇଁ IRB ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି । ପୋଲିସ୍ ଫାଣ୍ଡିରେ ଅଧିକାରୀ ବି ରହିଲେ ଏବେ । କୋଟିଆରେ ମେଡ଼ିକାଲ କଲେ । କର୍ମଚାରୀଙ୍କ ମଧ୍ୟ ଏବେ ରହୁଛନ୍ତି । ପ୍ରଶାସନ ପକ୍ଷରୁ କୋଟିଆ ପୁଞ୍ଜ ଜନତାଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାକୁ ପ୍ରଶାସନ ତରଫରୁ ବ୍ୟବସ୍ଥା କରଯାଇଥିବାର ବାହାସ୍ପୋଟ ମରାଯାଉଛି ହେଲେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ଏଠି ବିକାଶ ହୋଇଛି ବାଟବଣା ।

ବିବାଦୀୟ କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ 15 ଦିନରେ 9 ଥର ପ୍ରଵେଶ କରିବା ସହ ଆଦିବାସୀ ଦେଉଛନ୍ତି ଲୋଭନୀୟ ଅଫର । ନିର୍ବାଚନରେ ଆଦିବାସୀ ଭୋଟ  ହାତେଇ ନେବା ପାଇଁ ମୌକା ନେବାର ପୁରା ଷଡ଼ଯନ୍ତ୍ର କରୁଥିବା ବେଳେ ଆମେ ବାରମ୍ବାର ଗ୍ରାଉଣ୍ଡ ରିପୋର୍ଟକୁ  ସବୁବେଳେ ଓଡ଼ିଶା ପ୍ରଶାସନ ନଜରକୁ ଆଣିଛୁ ।
ଆଉ ଏହି ଦୃଶ୍ୟ କୋଟିଆର ରାତି । ଜହ୍ନ ଆଲୁଅରେ କୋଟିଆର ଚିତ୍ରକୁ କ୍ୟାମେରାରେ  କଏଦ କରିଛୁ । 

ଲୋକେ କେମିତି ପାଇବେ ମେଡିକାଲ ସେବା
ରାତି ଅଧରେ ରୋଗୀ ଆସିଲେ ସେମାନଙ୍କୁ ଚିକିତ୍ସା ସେବା ମିଳି ପାରିବ ତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋଟିଆରେ ବିକାଶ ହୋଇଛି ବାଟବଣା । ରାଜ୍ୟ ସରକାରଙ୍କ ଅବହେଳା ଓ ଅପାରଗତା ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ବିଦ୍ୟୁତ୍ କାଟରେ ଶୁନଶାନ୍ କୋଟିଆ ଗାଁ । ବିଦ୍ୟାଳୟ ପିଲା ରାତିରେ ଡିବି ଜଳାଇ ପାଠ ପଢୁଛନ୍ତି । ଯାହା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

ସରକାରଙ୍କ ବିକାଶ ନାରାକୁ ଶକ୍ତ ଚଟକଣା । ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ପାଇଁ ଲୋକେ ଭୋଗୁଛନ୍ତି କଷଣ । ହେଲେ 24 ବର୍ଷ ସରକାରରେ ଥିବା ବିଜେଡି ସରକାର ବିଜ୍ଞାପନ ମାଧ୍ୟମରେ ମାରୁଛନ୍ତି ଭାଷଣ ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Development still a mirage in-kotia | Argus News