Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଜଙ୍ଗଲ ଡେଇଁ ପହଞ୍ଚି ପାରୁନି ବିକାଶ

Odisha

ଜଙ୍ଗଲ ଡେଇଁ ପହଞ୍ଚି ପାରୁନି ବିକାଶ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜଙ୍ଗଲ ଡେଇଁ ପହଞ୍ଚି ପାରୁନି ବିକାଶ

ଅର୍ଗସ ବ୍ୟୁରୋ:  ରାସ୍ତା ଶୃଷ୍ଟି କରୁଛି ବିଲର ଭ୍ରମ। କାଦୁଅ ପଚପଚ ରାସ୍ତାର ଅବସ୍ଥା ଏମିତି ପାଦ ପସିଲେ ବାହାରିବନି । ହେଲେ ରାସ୍ତା ନଥିବାରୁ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି ମୟୁରଭଂଜିଆ ସାହିବାସୀ।ପୁଣି ସାମ୍ନା କୁ ଆସିଛି ପଚିଶି ବର୍ଷ ପୂର୍ବ ଅପାରଗ ସରକାରର ମିଛ ବିକାଶର ଚିତ୍ର। ରାସ୍ତା ନଥିବାରୁ ଲୋକେ ହେଉଛନ୍ତି ହିନସ୍ଥା । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଧୋରଡିଆମ୍ବ ପଞ୍ଚାୟତ ମୟୁରଭଂଜିଆ ସାହି। ଗାଁକୁ ଭଲ ରାସ୍ତା ଟିଏ ନଥିବାରୁ ଘରୁ ବାହାରି ପାରୁନାହାଁନ୍ତି ଲୋକେ। ସ୍କୁଲ ପିଲାଠୁ ଆରମ୍ଭ କରି ରୋଗୀ ଓ ଗର୍ଭବତୀ ମହିଳା ପର୍ଯ୍ୟନ୍ତ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ପ୍ରଶାସନ ରାସ୍ତା ନ କରିବାରୁ ତାଳଡିହି ଛକଠାରୁ ଧୋରଡିଆମ୍ବ ଆର.ଡି ରାସ୍ତାର ବାଙ୍କ ଛକଠାରୁ ପାଖାପାଖି ଦେଢ କିଲୋମିଟର ବାଟ ଗ୍ରାମ ବାସୀ ନିଜସ୍ଵ ପ୍ରଚେଷ୍ଟାରେ ଟଙ୍କା ଆଦାୟ କରି ଏବଂ ଶ୍ରମଦାନ କରି ତିଆରିକରିଥିଲେ । ଖରା ଦିନେ ଏହି ରାସ୍ତାରେ ଯେନ ତେନ କରି ଯାତାୟତ କରୁଥିବା ବେଳେ ବର୍ଷା ଆରମ୍ଭରୁ ଆରମ୍ଭ ହୋଇଯାଏ ଦୁର୍ଦ୍ଦଶା। ଅସରାଏ ବର୍ଷା ପରେ ରାସ୍ତା ଯାକ କଦୁଅ ପଚପଚ। ସାଇକେଲ କି ଗାଡି ତ ଦୁରର କଥା,ଖାଲି ପାଦରେ ଚାଲିକି ଯିବା ଏଠି କାଠିକର ପାଠ।ପକ୍କା ସଡକ ଯୋଜନେରେ ପୂର୍ବ ସରକାର ଗାଁଗାଁକୁ ପକ୍କା ରାସ୍ତା ସଂଯୋଗ କରୁଥିବା କଥା କହି ବାହାବାହି ନେଇଥିବା ବେଳେ ଏହେଉଛି ପକ୍କା ସଡକ ଯୋଜନା ଧୋକାର ଆସଲ ଚିତ୍ର। ଏଠା ନାଁ ପହଞ୍ଚିଛି ଯୋଜନା ନା ହୋଇଛି ରାସ୍ତା। ଏମିତିକି ଭଲ କଚ୍ଚାରାସ୍ତା ବି ଏଠି ଅପହଞ୍ଚ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Development without forest leaps | Argus News