Videos
|
Odisha

ଏକାଦଶୀ ପାଇଁ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠରେ ଲାଗିଛି ଭିଡ଼

Ritu Das
Browse all articles by Ritu Das
·2 years ago
ଏକାଦଶୀ ପାଇଁ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠରେ ଲାଗିଛି ଭିଡ଼

ଅର୍ଗସ ବ୍ୟୁରୋ: ଏକାଦଶୀ ପାଇଁ ମହାପ୍ରଭୁ ଶ୍ରୀ ଅଲାରନାଥ ପୀଠରେ ଲାଗିଛି ଭିଡ । ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଉଛନ୍ତି । ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।  ଆଜି ମହାପ୍ରଭୁଙ୍କ ପଖରେ ଏକ କୁଇଣ୍ଟାଲରୁ ଅଧିକ ଫଳ ଲାଗି ହୋଇଛି। 

ଆଜି ଭୋର 4 ଟାରୁ ମହାପ୍ରଭୁଙ୍କ ଦ୍ବାର ଫିଟା ଯାଇ ପ୍ରଥମେ ମଙ୍ଗଳ ଆଳତୀ ହୋଇଥିଲା।  ତାପରେ ତଡପଲାଗି, ଅବକାଶ, ଅନବସର ବେଶ, ତୁଳସୀ ଲାଗି ଏବଂ ଗୋପାଳବଲ୍ଲଭ ସରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସେପଟେ ଶ୍ରୀମନ୍ଦିରରେ ସେବାୟତଙ୍କ ସେବାରେ ଶ୍ରୀଜୀଉମାନେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
devotees at the shrine | Argus News