ଭକ୍ତମାନଙ୍କୁ ଆଗାମୀ ଦିନରେ ମିଳିପାରେ ମାଗଣାରେ ଅବଢା
·1 year ago·1 min read

ପୁରୀ: ଭକ୍ତମାନଙ୍କୁ ଆଗାମୀ ଦିନରେ ମିଳିପାରେ ମାଗଣାରେ ଅବଢା । ଏଥିପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆନୁସଙ୍ଗିକ ବିଧି ବ୍ୟବସ୍ଥା କରାଯାଉଛି । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କୁ ମାଗଣାରେ ଅବଢା ଯୋଗାଇ ଦେବାକୁ ଚିନ୍ତା କରାଯାଉଛି ।
ସେ ନେଇ ଏକ ରୂପରେଖ ପ୍ରସ୍ତୁତ କରିବା ପାଇଁ ଆଲୋଚନା ଚାଲୁଛି । ଶ୍ରମନ୍ଦିରକୁ ନିୟମିତ ୬୦ରୁ ୭୦ ହଜାର ଭକ୍ତ ଦର୍ଶନରେ ଆସୁଛନ୍ତି । ପର୍ବପର୍ବାଣୀ ଓ ଉତ୍ସବରେ ଏହା ଦୁଇ ଲକ୍ଷ ପାର ହେଉଛି । ଶ୍ରୀମନ୍ଦିର ପ୍ରତି ଭକ୍ତଙ୍କ ଉଦବେଳନକୁ ଦୃଷ୍ଟିରେ ରଖି ଏନେଇ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ଏହାସହ ପୁରୀରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଏକ ବ୍ୟାଖ୍ୟାନ କେନ୍ଦ୍ର ଖୋଲିବାକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ସୂଚନା ଦେଇଛନ୍ତି। ଏପରିକି ଶ୍ରୀମନ୍ଦିର ନୀତିକାନ୍ତି, ବ୍ୟବସ୍ଥାବଳୀ ଏବଂ ଜଗନ୍ନାଥ ସଂସ୍କୃତି ବିଷୟରେ ତଥ୍ୟ ଦିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: