Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିରରେ ପ୍ରବଳ ଭିଡ, ଅଚେତ ହେଲେ ଭକ୍ତ

Smruti Parija
Browse all articles by Smruti Parija
·2 years ago·1 min read
ଶ୍ରୀମନ୍ଦିରରେ ପ୍ରବଳ ଭିଡ, ଅଚେତ ହେଲେ ଭକ୍ତ

ପୁରୀ: ପୁଣି ଶ୍ରୀମନ୍ଦିର ଆଗରେ ପ୍ରବଳ ଭିଡ ଭିତରେ ଅଚେତ ହେଲେ ଜଣେ ଭକ୍ତ । ରାଜସ୍ଥାନ ଯୋଧପୁରରୁ ମହାପ୍ରଭୁଙ୍କ ଭକ୍ତ ଜଣଙ୍କ ଦର୍ଶନ ପାଇଁ ଆସିଥିବାବେଳେ ଅଚେତ୍ ହୋଇପଡିଥିବା ଜଣାପଡିଛି । ବ୍ୟାରିକେଡରେ ଦର୍ଶନ ପାଇଁ ଠିଆ ହୋଇଥିବାବେଳେ ହଠାତ୍ ତଳେ ପଡି ବେହୋସ୍ ହୋଇଯାଇଥିଲେ ଭକ୍ତ ।

ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଆଗରେ ପ୍ରବଳ ଭିଡ ଜମିଛି । କେବଳ ସିଂହଦ୍ବାର ଦେଇ ପ୍ରବେଶ ହେଉଥିବାରୁ ଭକ୍ତ ହନ୍ତସନ୍ତ ହେଉଛନ୍ତି । ଚାରି ଦୁଆର ଖୋଲିବା ନେଇ ଭକ୍ତ ଦାବି କରୁଥିବାବେଳେ ଏନେି କୌଣସି ପଦକ୍ଷେପ ନିଆଯାଉନାହିଁ । ସେପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଆଗକୁ ନୂଆବର୍ଷ ଥିବାବେଳେ ପୁରୀରେ ନାହିଁ ନଥିବା ଭିଡ ଜମୁଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ସହ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସୁଛନ୍ତି । ଦର୍ଶନ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି ବିଦେଶୀ ପର୍ଯ୍ୟଟକ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
devotees-senseless-due-to-heavy-rush-in-puri-bada-danda | Argus News