Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପବିତ୍ର ଦୀପାବଳି; ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

Smruti Parija
Browse all articles by Smruti Parija
·1 year ago·1 min read
ପବିତ୍ର ଦୀପାବଳି;  ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ଅର୍ଗସ ବ୍ୟୁରୋ:  କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ପିଣ୍ଡଦାନ ସହ ବଡବଡୁଆଙ୍କୁ ଡାକିବାର ରହିଛି ପରମ୍ପରା । ପବିତ୍ର ଦୀପାବଳି ଅବସରରେ ସକାଳୁ ସକାଳୁ ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ବାଇଶି ପାହାଚରେ ଶ୍ରାଦ୍ଧ ଦେବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପୁରୀକୁ ଆସିଛନ୍ତି । କାଉଁରିଆ ଜାଳିବା ସହ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁମାନେ ନିଜ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । 

ସେପଟେ ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଲୋକେ । କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି । ସେହିପରି ଚଳିତ ବର୍ଷ ବିନା କଟକଣାରେ ବାଣ ଫୁଟାଇବାକୁ ମିଳିଛି ଅନୁମତି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
devotees-throng-to-puri-on-the-occassion-of-diwali | Argus News