Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାଦରେ ଚାଲି ଚାଲି ଶ୍ରୀରାମ ନଗରୀ ଅଯୋଧ୍ୟା ଅଭିମୁଖେ ଭକ୍ତ

Odisha

ପାଦରେ ଚାଲି ଚାଲି ଶ୍ରୀରାମ ନଗରୀ ଅଯୋଧ୍ୟା ଅଭିମୁଖେ ଭକ୍ତ

Banajyotshna Ray
Browse all articles by Banajyotshna Ray
·2 years ago
ପାଦରେ ଚାଲି ଚାଲି  ଶ୍ରୀରାମ ନଗରୀ ଅଯୋଧ୍ୟା ଅଭିମୁଖେ ଭକ୍ତ

ଅର୍ଗସ ବ୍ୟୁରୋ:  ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅନନ୍ୟ ଭକ୍ତ ମନୋଜ । ପାଦରେ ଚାଲି ଚାଲି ଶ୍ରୀରାମଙ୍କ ଦର୍ଶନ ପାଇଁ ଶ୍ରୀରାମ ନଗରୀ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ୧୧୦୦ କିମି ଚାଲି ଚାଲି ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବେ ଓଡ଼ିଆ ଯୁବକ । ଖୋର୍ଦ୍ଧା ଜିଲ୍ଲା ବରୁଣେଇ ସୀତାକୁଣ୍ଡରୁ ପାଣି ଓ ମାଟି ନେଇ ଅଯୋଧ୍ୟା ଅଭିମୁଖେ ଅଗ୍ରସର ହେଉଛନ୍ତି ଖୋର୍ଦ୍ଧାର ଯୁବକ ମନୋଜ କୁମାର ବେହେରା ।

ହାତରେ ପତାକା ଏବଂ ଶ୍ରୀରାମଙ୍କ ବସ୍ତ୍ର ପରିଧାନ କରି ପାଦରେ ଚାଲି ଚାଲି ଯାତ୍ରା ଆରମ୍ଭ କରିଛନ୍ତି । ଗତକାଲି ଜଗନ୍ନାଥଙ୍କ ଅଦିପୀଠ ନୀଳମାଧବଙ୍କ କ୍ଷେତ୍ରରେ ପହଞ୍ଚିଥିଲେ । ଆଜି ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିସାରିବା ପରେ ଅଯୋଧ୍ୟା ଅଭିମୁଖେ ପାଦରେ ଚାଲି ଚାଲି ବାହାରି ଯାଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Devotees walk towards Ayodhya, the city of Sriram | Argus News