Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ପୁଣି ଚାରିଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଭକ୍ତ

Banajyotshna Ray
Browse all articles by Banajyotshna Ray
·1 year ago
ଆଜିଠୁ ପୁଣି ଚାରିଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଭକ୍ତ

ଅର୍ଗସ ବ୍ୟୁରୋ:  ହଟିଲା ଶ୍ରୀମନ୍ଦିର ଦର୍ଶନ କଟକଣା । ଆଜିଠୁ ପୁଣି ଚାରିଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଭକ୍ତ । ସିଂହଦ୍ବାର ବ୍ୟତୀତ ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ ଅନୁମତି ରହିଛି । ଭିଡକୁ ଦୃଷ୍ଟିରେ ପଞ୍ଚୁକରେ କେବଳ ସିଂହଦ୍ବାର ଦେଇ ଭକ୍ତଙ୍କୁ ପ୍ରବେଶ ଅନୁମତି ଦେଇଥିଲା ପ୍ରଶାସନ । କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ଦର୍ଶନ ଶେଷ ହେବା ପରେ ଆଜିଠାରୁ ପୁଣି ଚାରିଦ୍ଵାର ଦେଇ ଦର୍ଶନ କରିବେ ଶ୍ରଦ୍ଧାଳୁ। ସେବାୟତ ପରିବାର ଯେକୌଣସି ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ଭିତର ଦର୍ଶନ ଶୃଙ୍ଖଳା ପାଇଁ ନାଟମଣ୍ଡପରେ ଲାଗୁ ହେବାକୁ ଥିବା ନୂଆ ଦର୍ଶନ ବ୍ୟବସ୍ଥା ଏବେ ବି ବିଚାରାଧୀନ ରହିଛି । ପରିଚାଳନା କମିଟି ପରାମର୍ଶ ଓ ଅନୁମୋଦନ ପରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Devotees will again enter the jagannath temple from today through four doors | Argus News