Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ଡିଜିପି ସମ୍ମିଳନୀ , ଓଡିଶା ଆସିବେ ମୋଦି ଶାହ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜିଠୁ  ଡିଜିପି ସମ୍ମିଳନୀ , ଓଡିଶା ଆସିବେ ମୋଦି ଶାହ

ଅର୍ଗସ ବ୍ୟୁରୋ : ଆଜିଠାରୁ ଭୁବନେଶ୍ବରରେ ଡିଜିପି ସମ୍ମିଳନୀ । ଓଡ଼ିଶା ଆସିବେ ପିଏମ୍ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ମୋଦିଙ୍କ ଗସ୍ତ ପାଇଁ ରାଜଧାନୀ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ସାଂସଦ,  ବିଧାୟକ ଓ ନେତାଙ୍କୁ ସରକାର ଓ ସଂଗଠନର ମନ୍ତ୍ର  ଦେବେ ଭାରତୀୟ ରାଜନୀତିର ଦୁଇ ସଫଳ ଯୋଡ଼ି ମୋଦି ଓ ଶାହ । ଶୁକ୍ରବାର ଅପରାହ୍ନରୁ ନେଇ ରବିବାର ସଂଧ୍ୟା ଯାଏଁ ତିନି ଦିନ ଭୁବନେଶ୍ବରରେ ରହିବେ ମୋଦି ଓ ଶାହ । ମଧ୍ୟାହ୍ନରେ ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହା । ଲୋକସେବା ଭବନ କନଭେସନ ସେଣ୍ଟରରେ ଆୟୋଜିତ ଡିଜି ସମ୍ମିଳନୀରେ ଯୋଗ ଦେବେ ।

ଅଧିକ ପଢନ୍ତୁ : ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ

ପରେ ଅପରାହ୍ନ ୪.୧୫ରେ  ଭୁବନେଶ୍ବରରେ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପିଏମଙ୍କୁ  ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ। ବିମାନ ବନ୍ଦର ନିକଟରେ ଏକ ସାଧାରଣ ସଭାରେ ଯୋଗ ଦେବେ ମୋଦି । ସଭା ସ୍ଥାନରୁ ରାଜଭବନ ଏବଂ ସଂଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟଳୟକୁ ଆସିବେ ପ୍ରଧାନମନ୍ତ୍ରୀ । ୨ ଘଣ୍ଟା ଦଳୀୟ କାର୍ଯ୍ୟାଳୟରେ ରହି ସମସ୍ତଙ୍କ ସହ ଆଲୋଚନା କରିବେ । ବିଧାୟକ ଓ ନେତାଙ୍କୁ ସରକାର ଓ ସଂଗଠନର ମନ୍ତ୍ର ଦେବେ । ମୋଦୀ ଓ ଶାହଙ୍କ ଗସ୍ତ ପାଇଁ  ବିମାନ ବନ୍ଦର, ରାଜ୍ୟ ଅତିଥି ଭବନ, ରାଜ ଭବନ ଓ ବିଜେପି ରାଜ୍ୟ କାର୍ଯ୍ୟାଳୟ ସବୁଠି କଡା କଡ଼ି ସୁରକ୍ଷା। ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ କରିଛନ୍ତି ଏସପିଜି ଟିମ୍। ସେପଟେ ଅତିଥିଙ୍କୁ ସ୍ବାଗତ ପାଇଁ ରାଜଧାନୀକୁ ଆଲୋକମାଳାରେ ବି ସଜାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DGP conference from today, Modi Shah will come to Odisha | Argus News