Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ସମୀକ୍ଷା କଲେ ପୋଲିସ ଡିଜିପି

Odisha

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ସମୀକ୍ଷା କଲେ ପୋଲିସ ଡିଜିପି

Smruti Parija
Browse all articles by Smruti Parija
·2 years ago·1 min read
ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ସମୀକ୍ଷା କଲେ ପୋଲିସ ଡିଜିପି

ପୁରୀ:  ପୁରୀରେ ପୋଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ । ପୁରୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ।  ହେଲିପ୍ୟାଡ଼, ଶ୍ରୀସେତୁ ଓ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟରକୁ ଅନୁଧ୍ୟାନ କରି ଯଜ୍ଞମଣ୍ଡପର ସ୍ଥିତି ଓ ବିଶେଷ ଅତିଥିମାନଙ୍କ ପାଇଁ ହୋଇଥିବା ସଭାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ । 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ମହାନିର୍ଦେଶକ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ୮0 ପ୍ଲାଟୁନ ଫୋର୍ସ  ମୁତୟନ କରାଯିବ । ଏହାସହ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ମୁତୟନ ରହିବେ । 

ଭକ୍ତଙ୍କ ଦର୍ଶନ କିଭଳି ଶୃଙ୍ଖଳିତ ହେବ ଓ ଏହାସହ ଶ୍ରୀମନ୍ଦିର ଭିତରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ । ଖୁବଶୀଘ୍ର ଆଗାମୀ ଦିନରେ 1190 ଜଣଙ୍କ ସ୍ପେଶାଲ ବାଟଲିଅନ ଫୋର୍ସକୁ ମଧ୍ୟ ପୁରୀରେ ମୁତୟନ କରାଯିବ ବୋଲି ଡିଜିପି ଅରୁଣ ଷଡ଼ଙ୍ଗୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Painting
Sponsored