Odisha handloom / କେବେ କିଣିଛନ୍ତି ଧଳାପଥର ପରଦା ?

Key Points
ଓଡ଼ିଶାରେ ବିଭିନ୍ନ ପ୍ରକାର ହସ୍ତକଳା ଓ ହସ୍ତତନ୍ତ ରହିଛି
ସେମିତି ଏକ କଳା ହେଇଛି ଧଳାପଥର ପରଦା
ପ୍ରୋତ୍ସାହନ ଅଭାବରୁ ପରଦା କଳା ଏବେ ଲିଭିଲିଭି ଯାଉଛି
ଠକ୍ ଠକ୍ ଶବ୍ଦ...ରଙ୍ଗ ବେରଙ୍ଗ ସୂତାରେ ତିଆରି ଚାଲିଛି ସୁନ୍ଦର କଳାକୃତି । ଯାହାର ନାଁ ଧଳାପଥର । ଗାଁର ନାଁରେ ଏହି ହସ୍ତତନ୍ତ ପରଦାର ନାଁ ବି ଧଳାପଥର । ଶିଳ୍ପୀ ନିଜ ହାତରେ ଗୋଟେ ଗୋଟେ ସୂତାକୁ ବୁଣି ତିଆରି କରୁଛି ସୁନ୍ଦର ସୁନ୍ଦର ପରଦା । ଦେଖିବାକୁ ଏହା ଶାଢୀ କିମ୍ବା ଓଢଣୀ ଭଳି ଲାଗୁଥିଲେ ବି ଏହା ହେଉଛି ପରଦା । ଯାହାକୁ ଆପଣ ଘର ଝରକା କିମ୍ବା ଦୁଆର ମୁହଁରେ ଲଗାଇପାରିବେ ।
ସୁନ୍ଦର ସୁନ୍ଦର ଘୋଡା, କୋଣାର୍କ, ଭାରତ ମାନଚିତ୍ର ଥିବା ରଙ୍ଗ ବେରଙ୍ଗ କପଡା ହେଉଛି ଧଳା ପଥର କପଡା । ଏହାକୁ GI ଟ୍ୟାଗ ମାନ୍ୟତା ମଧ୍ୟ ମିଳିଛି । ଏହି ପରଦା କେବଳ ଗୋଟିଏ ସ୍ଥାନ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଧଳାପଥର ଗାଁରେ ହିଁ ଏହାକୁ ବୁଣା ଯାଏ । ହାତରେ ବୁଣା ଯାଉଥିବା ଆମ ଓଡ଼ିଶାର ଏହି ସ୍ଵତନ୍ତ୍ର ପରଦା କପଡାଟି ହଜି ଯାଇଛି ସତ । ହେଲେ ଏହି କଳାକୁ ବଞ୍ଚାଇ ରଖିବାକୁ 90 ବର୍ଷୀୟ ବୃଦ୍ଧା ବ୍ରଜବନ୍ଧୁ ରାଉତ ସବୁ ବେଳେ ଚେଷ୍ଟିତ । ବୟସର ଅପରାହ୍ନରେ ବି ହାତବୁଣା କାମକୁ ଛାଡି ନାହାନ୍ତି । ଆଖିକୁ ଭଲ ଭାବରେ ଦେଖାଯାଉନି । ହାତ ବି କାମ କରୁନି । ହେଲେ ଏହି ହସ୍ତତନ୍ତକୁ ଜୀବିତ ରଖିବାକୁ ଗାଁ ର କିଛି ମହିଳାଙ୍କୁ ସେ ଏହାର ତାଲିମ ଦେଉଛନ୍ତି । ଅନେକ ଲୋକ ଖୋର୍ଦ୍ଧାର ଧଳାପଥର କାରିଗରୀ ବିଷୟରେ ଅଜଣା । ସରକାର ଏଥି ପ୍ରତି ସହଯୋଗର ହାତ ବଢାଇଲେ ଏହି କଳାର ପ୍ରଚାର ପ୍ରସାର ହେବା ସହ କଳାକାରଙ୍କର ଭଲ ରୋଜଗାର ହୋଇପାରନ୍ତା ।
ଆହୁରି ପଢନ୍ତୁ ହସ୍ତତନ୍ତ କେବଳ ରୋଜଗାର ନୁହେଁ , ଓଡ଼ିଆଙ୍କ ପରିଚୟ
📱 Get Argus News App
✨ଧଳାପଥରର ପରଦା କଳାକୁ ୨୦୧୨ ମସିହାରୁ ଜିଆଇ ଟ୍ୟାଗ ମିଳିଛି। ଏହାସହ ୟୁନିସ୍କୋର ପାଂଚ ବୟନ ଭିତରେ ମଧ୍ୟ ସ୍ଥାନ ମିଳିଛି। ସୁଦ୍ଧା ଲୋକଲୋଚନକୁ ଆସିପାରିନାହିଁ । ହେଲେ ବର୍ତମାନ ବଜାର ବ୍ୟବସ୍ଥା ନଥିବାରୁ ଅତି ଦୁର୍ଦୀନରେ କାଳତିପାତ କରୁଛନ୍ତି ବୁଣାକାର। ବଜାରରେ ଶସ୍ତା ପ୍ରିଣ୍ଟ ସ୍କ୍ରିନ ବିକ୍ରି ବଢ଼ିଥିବାରୁ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ ପ୍ରୋତ୍ସାହନ ଅଭାବରୁ ଏବେ ବିଲୁପ୍ତ ଦ୍ୱାରଦେଶରେ ପରଦା କଳା।
କଳା ଓ ସଂସ୍କୃତିର ରାଜ୍ୟ। ଓଡ଼ିଶାରେ ବିଭିନ୍ନ ପ୍ରକାର ହସ୍ତକଳା ଓ ହସ୍ତତନ୍ତ ରହିଛି। ସେମିତି ଏକ କଳା ହେଇଛି ଧଳାପଥର ପରଦା । ଏହି କଳା ପାଇଁ ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଏହି ଗାଁ। କିନ୍ତୁ ପ୍ରଶାସନର ଆନ୍ତରିକତା ଆଉ ପ୍ରୋତ୍ସାହନ ଅଭାବରୁ ପରଦା କଳା ଏବେ ଲିଭିଲିଭି ଯାଉଛି।
Related Topics
Explore more stories