ABVP Victory / ଧାମନଗର କଲେଜରେ ଏବିଭିପିର ଏକଛତ୍ରବାଦ ବିଜୟ: ବିସିଜେଡିକୁ ପୋଛିନେଲା ପଦ୍ମବାହିନୀ
·1 hour ago·2 min read

Key Points
ଧାମନଗର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ଐତିହାସିକ ବିଜୟ
ସମସ୍ତ ପ୍ରମୁଖ ପଦବୀ ହାତେଇଲା ସଂଗଠନ
ସମସ୍ତ ପ୍ରମୁଖ ପଦବୀ ହାତେଇଲା ସଂଗଠନ
ଭଦ୍ରକ ଜିଲ୍ଲାର ଧାମନଗର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏହାର ଦମଦାର୍ ପ୍ରଦର୍ଶନ ବଳରେ ବିଜୟର ଐତିହାସିକ ଇତିହାସ ରଚିଛି। ମହାବିଦ୍ୟାଳୟର ସମସ୍ତ ପଦକୁ ଏବିଭିପି ସମ୍ପୂର୍ଣ୍ଣ ଭାବେ ଅକ୍ତିଆର କରି ନେଇଛି। ଆଜି ଅନୁଷ୍ଠିତ ଭୋଟଗ୍ରହଣ ଏବଂ ଫଳାଫଳ ଅନୁଯାୟୀ, ସଭାପତି ପଦ ପାଇଁ ଏବିଭିପିର ଜଗନ୍ନାଥ ମାଝି ତାଙ୍କର ପ୍ରତିଦ୍ୱନ୍ଦୀ ବିସିଜେଡି ପ୍ରାର୍ଥିନୀ ସ୍ମୃତିରେଖା ବେହେରାଙ୍କୁ ୧୦୨ ଖଣ୍ଡ ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଜଗନ୍ନାଥ ୨୯୯ ଖଣ୍ଡ ଭୋଟ୍ ପାଇଥିବାବେଳେ ସ୍ମୃତିରେଖା ୧୯୭ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ୪ଟି ଭୋଟ୍ ନାକଚ ହୋଇଥିଲା। ସେହିପରି ଉପସଭାପତି ଭାବେ ବିଭୁଦତ୍ତ ସାହୁ ୩୨୩ ଖଣ୍ଡ ଭୋଟ୍ ପାଇ ତାଙ୍କର ପ୍ରତିଦ୍ୱନ୍ଦ୍ବୀ ଜ୍ୟୋତିରଞ୍ଜନ ସାହୁଙ୍କୁ ୧୭୪ ଖଣ୍ଡ ଭୋଟ୍ର ବିଶ୍ୱାସଜନକ ବ୍ୟବଧାନରେ ହରାଇଛନ୍ତି। ଛାତ୍ର ସଂସଦ ସାଧାରଣ ସଂପାଦକ ଭାବେ ଚିନ୍ମୟ ପାତ୍ର ୨୭୮ ଖଣ୍ଡ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟ ସଂସଦ ସଂପାଦକ ଭାବେ ଦମୟନ୍ତୀ ବାରିକ, ନାଟ୍ୟ ସଂସଦ ସହ ସଂପାଦକ ଭାବେ ପୁଷ୍ପାଞ୍ଜଳି ସାହୁ, କ୍ରୀଡ଼ା ସଂସଦ ସଂପାଦକ ଭାବେ ପ୍ରଦୀପ କୁମାର ଶଙ୍ଖୁଆ, କ୍ରୀଡ଼ା ସଂସଦ ସହ ସଂପାଦକ ଖଗେଶ୍ୱର ବାରିକ, ଏସଏସଜି ସଂପାଦକ ଭାବେ ମନୋଜ ସାହୁ ଏବଂ କମନ ରୁମ୍ ସଂପାଦକ ଭାବେ ଲୋପାମୁଦ୍ରା ସ୍ୱାଇଁ ନିର୍ବାଚିତ ହୋଇଛନ୍ତି।
ଚଳିତ ବର୍ଷ ଧାମନଗର ମହାବିଦ୍ୟାଳୟରେ ସଭାପତି, ଉପ-ସଭାପତି, ସାଧାରଣ ସଂପାଦକଙ୍କ ସମେତ ମୋଟ୍ ୨୩ଟି ପଦବୀ ପାଇଁ ନିର୍ବାଚନ ଘୋଷଣା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୯ ତାରିଖ ନାମାଙ୍କନ ଦାଖଲ ଦିନ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ପକ୍ଷରୁ ୧୨ଟି ପଦରେ କୌଣସି ପ୍ରାର୍ଥୀ ଦିଆଯାଇନଥିଲା। ଫଳରେ ସେହିସବୁ ପଦଗୁଡ଼ିକରେ ଏବିଭିପି ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ। ଗୋଟିଏ ପଦରେ ଏବିଭିପିର ପ୍ରାର୍ଥୀ ଅଯୋଗ୍ୟ ଘୋଷଣା ହେବାରୁ ସେ ପଦ ଖାଲି ରହିଥିଲା।
ସେହିପରି ଶ୍ରେଣୀ ପ୍ରତିନିଧି ଏବଂ ଅନ୍ୟାନ୍ୟ ଆସୋସିଏସନ୍ ପଦବୀଗୁଡ଼ିକରେ ଯଥା- ଏସଏସଜି ସହ ସଂପାଦକ ଭାବେ ସୁଭଦ୍ରା ସାମଲ, କମନ୍ ରୁମ୍ ସହ ସଂପାଦକ ଭାବେ ରାକେଶ ପାଢ଼ୀ ଏବଂ ଡିଏସଏ ସହ ସଂପାଦକ ଭାବେ ତନ୍ମୟ ତରବିତ ଦାସ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।
ପରଦିନ ଅର୍ଥାତ ଅକ୍ଟୋବର ୧୦ ତାରିଖରେ ବିସିଜେଡି ସମର୍ଥିତ ଦୁଇଜଣ ପ୍ରାର୍ଥୀ ସ୍ୱେଚ୍ଛାକୃତ ଭାବେ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇ ନିର୍ବାଚନରୁ ସମ୍ପୂର୍ଣ୍ଣ ଓହରି ଯାଇଥିଲେ। ଛାତ୍ର ସଂସଦ ସହକାରୀ ସଂପାଦକ ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ଖାଜେ ଜିସାନ କାଦ୍ରି ଏବଂ ଡେ ସ୍କୋଲାର ଆସୋସିଏସନ ସଂପାଦକ ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ସଞ୍ଜୟ ରାଉତ ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବା ଫଳରେ ବିସିଜେଡି ଶିବିର ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅବଶିଷ୍ଟ ୯ଟି ପ୍ରମୁଖ ପଦବୀ ପାଇଁ ଆଜି ଭୋଟ୍ ଗ୍ରହଣ ହୋଇଥିବାବେଳେ ଉଭୟ ସଂଗଠନରୁ ୯ ଜଣ ଲେଖାଏଁ ପ୍ରାର୍ଥୀ ସିଧାସଳଖ ମଇଦାନରେ ଥିଲେ। ମାତ୍ର ଏହି ମହାସଂଗ୍ରାମରେ ବିସିଜେଡି ସମ୍ପୂର୍ଣ୍ଣ ଭାବେ ଧୂଳି ଚାଟିଥିବା ବେଳେ ଏବିଭିପି ସବୁକିଛି ପୋଛି ନେଇ ଏକଛତ୍ରବାଦ କାୟମ କରିଛି।
ଆସନ୍ତାକାଲି ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ପ୍ରତିନିଧିମାନଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଧାମନଗର ମହାବିଦ୍ୟାଳୟରେ ଦୀର୍ଘ ଦିନରୁ ଏବିଭିପିର ଯେଉଁ ଦୃଢ଼ ସାଂଗଠନିକ ଭିତ୍ତିଭୂମି ଓ ଛାତ୍ରସେବା ଆଭିମୁଖ୍ୟ ରହିଛି, ତାହା ଚଳିତ ନିର୍ବାଚନରେ ପୁଣିଥରେ ପ୍ରମାଣିତ ହୋଇଛି। ଅତ୍ୟନ୍ତ କମ୍ ସମୟ ମଧ୍ୟରେ ସଂଗଠନର ରଣନୀତି ଏବଂ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ଏହି ବିଜୟକୁ ସୁନିଶ୍ଚିତ କରିଛି।

Related Topics
Explore more stories