Videos
|
Odisha

Lizard in School Meal / ମଧ୍ୟାହ୍ନ ଭୋଜନ ତରକାରୀରେ ଝିଟିପିଟି, ଶତାଧିକ ଛାତ୍ରଛାତ୍ରୀ ମେଡିକାଲ୍‌ରେ ଭର୍ତ୍ତି

Sushanta Sahoo
Browse all articles by Sushanta Sahoo
·1 day ago·1 min read
ମଧ୍ୟାହ୍ନ ଭୋଜନ ତରକାରୀରେ ଝିଟିପିଟି, ଶତାଧିକ ଛାତ୍ରଛାତ୍ରୀ ମେଡିକାଲ୍‌ରେ ଭର୍ତ୍ତି
Over 100 Students Fall Sick in Bhadrak

Key Points

ସୋମବାର ମଧ୍ୟାହ୍ନ ଭୋଜନରେ ତରକାରୀରୁ ମଲା ଓ ସିଝା ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି । ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତାଙ୍କ ତରକାରୀରେ ଝିଟିପିଟି ଥିବା ଦେଖି ଶିକ୍ଷକଙ୍କୁ ଜଣାଇଥିଲେ ।
ଧାମନଗର (ଭଦ୍ରକ): ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ତରକାରୀରେ ଝିଟିପିଟି । ଅସୁସ୍ଥ ହୋଇ ପଡ଼ିଲେ ଛାତ୍ରଛାତ୍ରୀ । ଭଦ୍ରକ ଜିଲ୍ଲା ଧାମନଗର ଏନଏସି ମୁନସୀପାଟଣା ୮ ନମ୍ବର ୱାର୍ଡ ଅନ୍ତର୍ଗତ ଜୟନଗର ସେବାଶ୍ରମ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି ।

ଅସୁସ୍ଥ ଛାତ୍ରଛାତ୍ରୀମନଙ୍କୁ ଧାମନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ର ଓ ଅନ୍ୟ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଅନ୍ୟ ଅସୁସ୍ଥଙ୍କୁ ସାଲାଇନ୍ ଦେବା ସହ ଚିକିତ୍ସା କରୁଛନ୍ତି ଡାକ୍ତରୀ ଟିମ୍ ।

ସୂଚନା ଅନୁସାରେ, ସୋମବାର ମଧ୍ୟାହ୍ନ ଭୋଜନ ପରଷା ଯାଉଥିଲା । ସେହି ସମୟରେ ତରକାରୀରୁ ମଲା ଓ ସିଝା ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି । ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତାଙ୍କ ତରକାରୀରେ ଝିଟିପିଟି ଥିବା ଦେଖି ଶିକ୍ଷକଙ୍କୁ ଜଣାଇଥିଲେ ।

ଏଥିସହ ପଢ଼ନ୍ତୁ: ଜାନୁଆରୀରୁ ନୂଆ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ: ଗୋଟିଏ ବୋର୍ଡରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜୟନଗର ସେବାଶ୍ରମ ବିଦ୍ୟାଳୟରେ ଶିଶୁବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆଜି ୧୩୦ ଜଣ ଛାତ୍ରଛାତ୍ରୀ ସ୍କୁଲ୍‌ରେ ଉପସ୍ଥିତ ଥିଲେ । ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ତରକାରୀରେ ଜଣେ ଛାତ୍ର ଝିଟିପିଟି ପଡ଼ିଥିବା ଦେଖି ଶିକ୍ଷକଙ୍କୁ ଜଣାଇଥିଲେ ।

ଏହାପରେ କିଛି ଛାତ୍ରଛାତ୍ରୀଙ୍କ ମୁଣ୍ଡବିନ୍ଧା ଓ ବାନ୍ତି ହେବାରୁ ତୁରନ୍ତ ସମସ୍ତଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି । ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ଡାକ୍ତର ନଜର ରଖିଛନ୍ତି ।