Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାଳଚେର ସହ ଯୋଡିହେବ ଧାମରା ଓ ପାରାଦୀପ ବନ୍ଦର

Rashmita Mishra
Browse all articles by Rashmita Mishra
·1 year ago·1 min read
ତାଳଚେର ସହ ଯୋଡିହେବ ଧାମରା ଓ ପାରାଦୀପ ବନ୍ଦର

ଅର୍ଗସ ବ୍ୟୁରୋ: ଜଳପଥରେ ଯୋଡ଼ି ହେବ କୋଇଲା ନଗରୀ ତାଳଚେର ସହ ଧାମରା ଓ ପାରାଦୀପ ବନ୍ଦର। ଓଡ଼ିଶାରେ ତିଆରି ହେବ ନ୍ୟାସନାଲ ୱାଟର ୱେ -୫ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଇନଲ୍ୟାଣ୍ଡ ୱାଟର ଅଥରିଟି ଅଫ ଇଣ୍ଡିଆ ସହ ମିଶି କାମ କରୁଛନ୍ତି ରାଜ୍ୟ ସରକାର। ଏବେ ଏହା ପ୍ରାରମ୍ଭିକ ସ୍ତରରେ ରହିଛି । ଏହାଦ୍ବାରା ଜଳପଥରେ ଦକ୍ଷ ଉପାୟରେ ଏକକାଳୀନ ଅଧିକ ମାଲ ପରିବହନ ସମ୍ଭବ ହୋଇପାରିବ । ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ନ୍ୟାସନାଲ ୱାଟର ୱେ ପାଇଁ ଆଇଆଇଟି ମାଡ୍ରାସ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ। ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ଅନ୍ତର୍ଦେଶୀୟ ଜଳପଥରେ ଗ୍ରୀନ ଟେକ୍ନୋଲଜି ବ୍ୟବହାର ସମ୍ପର୍କିତ ଦୁଇ ଦିନିଆ କର୍ମଶାଳାରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ । ପ୍ରସ୍ତାବିତ ନ୍ୟାସନାଲ ୱାଟର ୱେ-୫ରେ ପ୍ରଥମ ପର୍ଯ୍ୟାୟରେ ତାଳଚେରରୁ ମଙ୍ଗଳଗଡି ଦେଇ ଧାମରା ଓ ଧାମରାରୁ ପାରାଦୀପକୁ ଜଳ ପଥରେ ଯୋଡ଼ିବାକୁ ଯୋଜନା ହୋଇଛି । ପରବର୍ତ୍ତୀ ସମୟରେ ନ୍ୟାସନାଲ ୱାଟର ୱେ -୫ରେ ଧାମରାରୁ ହଳଦିଆକୁ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dhamra and Paradip ports can be connected to Talcher | Argus News