Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ ଯୋଜନା ଠାରୁ ବହୁ ଦୂରରେ ଧନେଶ୍ବରଙ୍କ ପରିବାର

Ritu Das
Browse all articles by Ritu Das
·2 years ago·1 min read
ସରକାରୀ ଯୋଜନା ଠାରୁ ବହୁ ଦୂରରେ ଧନେଶ୍ବରଙ୍କ ପରିବାର

ଅର୍ଗସ ବ୍ୟୁରୋ: ଗରିବ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଥିବା ଭୋଟ ପାଇଁ ପ୍ରଚାର କରୁଛନ୍ତି କିନ୍ତୁ ତାହା ବାସ୍ତବରେ କିଭଳି ସୁବିଧା ଯୋଗେଇଦେଉଛନ୍ତି ତାହା ଏହି ଦୃଶ୍ୟରୁ ସ୍ପଷ୍ଟ ବାରିହେଉଛି। ସରକାରୀ ଯୋଜନା ଠାରୁ ବହୁ ଦୂରରେ ସାଧାରଣ ଲୋକେ। ଫଳରେ ଲୋକଙ୍କୁ ଏହାର ଫାଇଦା ମିଳୁନି।

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କପିଳା ପଞ୍ଚାୟତ ରାହାସ ଗୁହାଳି ଗ୍ରାମରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଗାଁର  ଧନେଶ୍ୱର ଦାସ ଏବଂ ପୁଅ ଲେଲିନ ଦାସ ଏବେ ଦୟନୀୟ ଭାବେ ଜୀବନ ଯାପନ କରୁଥିବା ବେଳେ କୌଣସି ପ୍ରକାର ସୁବିଧା ପାଇପାରୁ ନାହାନ୍ତି। ବାପା ମା' ସ୍ବପ୍ନ ଦେଖିଥିଲେ ପୁଅ ବଡ଼ ହେଲେ ତାଙ୍କର ଆଶାର ବାଡ଼ି ହେବ ହେଲେ କିନ୍ତୁ ପୁଅ ମାନସିକ ଅନଗ୍ରସର ଥିବାରୁ ସେ କିଛି କରୁ ନାହାନ୍ତି। ସେଥିପାଇଁ ଏବେ ବାପା ବୃଦ୍ଧା ଅବସ୍ଥାରେ ପୁଅ ବୋହୁ ଓ ନାତିର ବୋଝ ମୁଣ୍ଡାଇ ଦିନ ମଜୁରୀ ଲାଗି ପୋଷୁଛନ୍ତି।କିନ୍ତୁ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ।

ସେ ସରକାର ଓ ସମସ୍ତ ଅଧିକାରୀଙ୍କୁ ଭେଟି ନିଜ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଗତ କିଛି ଦିନ ତଳେ ବିଂଝାରପୁର ବ୍ଲକ କକ୍ଷରେ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟି ନିଜ ଦୁଃଖ ପ୍ରକାଶ କରିଥିଲେ ହେଲେ ଆଜି ପର୍ଯ୍ୟନ୍ତ ନା ଭତ୍ତା ନା ଚାଉଳ ନା ଘର କୌଣସି ସରକାରୀ ସହାୟତା ମିଳିନାହିଁ l କେବେ ଏହି ପରିବାର ନିକଟରେ ସରକାରୀ ଯୋଜନା ପହଞ୍ଚୁଛି ତାହା ଦେଖିବାକୁ ବାକି ରହିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Dhaneshwar's family | Argus News