ଘର ପାଇଁ କିଣି ନିଅନ୍ତୁ ଏହି ସବୁ ଜିନିଷ, ମିଳିବ ଫାଇଦା
·2 years ago·1 min read

ଅର୍ଗସ ବ୍ୟୁରୋ: ଆଜି ହେଉଛି ଧନତ୍ରୟୋଦଶୀ । ଯାହାକୁ ଧନତେରାସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ଦିନ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସକୁ ସାରା ଦେଶରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଧୁମଧାମରେ ପାଳନ କରନ୍ତି । ବିଶ୍ବାସ ରହିଛି ଧନତେରାସ ଦିନ ନୂଆ ଜିନିଷ ଘରକୁ ଆଣିଲେ ଶୁଭ ହୋଇଥାଏ ।
ଅଧିକ ପଢନ୍ତୁ: ଏଥର ଧନତେରସରେ ସୁନା କିଣାରେ ପଡିପାରେ ଫିକା
ଧନତେରାସ ଦିନ କିଛି ଲୋକେ ସୁନା, ରୂପା ଘରକୁ କିଣିକି ଆଣିବା ସହ କିଛି ଆସବାବ ପତ୍ର ମଧ୍ୟ ଆଣିଥାନ୍ତି । ଏହି ସବୁ ଜିନିଷ ଘରକୁ ଆଣିଲେ ଘରେ କେବେବି କୌଣସି ଅର୍ଥ ସମସ୍ୟା ରୁହେ ନାହିଁ । ତେଣୁ ଆଜି ବିଭିନ୍ନ ଅଳଙ୍କାର ଦୋକାନରେ ଦେଖିବାକୁ ମିଳିବ ଲୋକଙ୍କ ଭିଡ଼ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡିଶା ଖବର ଆହୁରି ପଢନ୍ତୁ