Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀରୁ ଅଯୋଧ୍ୟା ଗଲା ଧନୁତୀର

Jitendra Dash
Browse all articles by Jitendra Dash
·2 years ago·1 min read
ପୁରୀରୁ ଅଯୋଧ୍ୟା ଗଲା ଧନୁତୀର

ଅର୍ଗସ ବ୍ୟୁରୋ : ପୁରୀରୁ ଅଯୋଧ୍ୟା ଗଲା ଧନୁତୀର । ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ପୁରୀରୁ ଅଯୋଧ୍ୟା ଯାଇଛି ପିତ୍ତଳ ନିର୍ମିତ ଧନୁତୀର । ଭୁବନେଶ୍ବର ଗୋପୀନାଥ କଂସା ପିତ୍ତଳ ସଂଗ୍ରହାଳୟ ମୁଖ୍ୟ ସୁଦର୍ଶନ ସାହୁ ଏହାକୁ ପ୍ରଦାନ କରିଛନ୍ତି । ଅଗାମୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ମନ୍ଦିର ଲୋକାର୍ପଣ କରାଯିବ । 

ଅଧିକ ପଢନ୍ତୁ ଭାରତ ଖବର

ତେଣୁ ବାଳକ ରାମଙ୍କ ପାଇଁ ପିତ୍ତଳରେ ଶ୍ରୀ ସାହୁ ମୟୂର କଣ୍ଠିଆ ଧନୁ ଏବଂ ତୀର ନିର୍ମାଣ କରାଇଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ତିନି ମାସ ଲାଗିଥିଲା । ପୁରୀ ପାମ୍ପୁଡ଼ିଆ ମଠ ମହନ୍ତ ରାମକୃଷ୍ଣ ଦାସଙ୍କୁ ସାକ୍ଷାତ କରି ସେ ଏହି ଧନୁ ତୀର ହସ୍ତାନ୍ତର କରିଛନ୍ତି । ମହନ୍ତ ଶ୍ରୀ ଦାସ ଅଗାମୀ ୨୨ ତାରିଖ ପୂର୍ବରୁ ଅଯୋଧ୍ୟା ଯାଇ ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟକୁ ଏହି ଧନୁ ତୀର ହସ୍ତାନ୍ତର କରିବେ ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dhanu tira went from Puri to Ayodhya | Argus News