Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାଟପୁର ଗ୍ରାମରେ ହଇଜା ଆତଙ୍କ 

Odisha

ପାଟପୁର ଗ୍ରାମରେ ହଇଜା ଆତଙ୍କ 

Manini Pattanayak
Browse all articles by Manini Pattanayak
·1 year ago·1 min read
ପାଟପୁର ଗ୍ରାମରେ ହଇଜା ଆତଙ୍କ 

 ବ୍ରହ୍ମପୁର: ଧରାକୋଟ ବ୍ଲକ ପାଟପୁର ଗ୍ରାମରେ ହଇଜା ଆତଙ୍କ । ଧରାକୋଟ ବ୍ଲକ ସୀଙ୍ଗିପୁର ପଞ୍ଚାୟତ ପାଟପୁର ଗ୍ରାମରେ ଗତ ତିନି ଦିନ ହେଲା ଝାଡ଼ା ବାନ୍ତି ଲାଗି ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗୋଟେ ଟିମ୍ ଗ୍ରାମର ସ୍ଥିତି ଉପରେ ନଜର ରଖିଛନ୍ତି l ଆକ୍ରାନ୍ତଙ୍କ ମଧ୍ୟରେ ଗ୍ରାମର ଜଣେ ଗର୍ଭବତୀ ମହିଳା ସନ୍ତୋଷିନି ବେହେରା ପ୍ରଥମେ ସୋରଡ଼ା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିଲେ l ସେହିପରି ଗ୍ରାମର ଆଉ ଜଣେ ମହିଳା ବାସନ୍ତି ଗୌଡ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ସୋରଡାରେ ଚିକିତ୍ସିତ ହେଉଛନ୍ତି l

ଅନ୍ୟ ଆକ୍ରାନ୍ତ ମାନେ ଗ୍ରାମରେ ରହି ଘରେ ଚିକିତ୍ସିତ ହୋଉଥିବା ଜଣା ଯାଇଛି l ଗ୍ରାମର ଆବର୍ଜନା ସ୍ଥାନରେ ଓ କୂଅରେ ବ୍ଲିଚିଂ ପକା ଯାଇଥିବା ବେଳେ  ଗ୍ରାମର ପାଣିର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠା ଯାଇ ରିପୋର୍ଟକୁ ଅପେକ୍ଷା କରାଯାଇଛି l ରୋଗ ଆକ୍ରାନ୍ତ ବ୍ୟାପିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ଟିମ୍, ଅଙ୍ଗନୱାଡ଼ି, ଆଶା କର୍ମୀ ମାନେ ଘରେ ଘରେ ବୁଲି ସଚେତନା କରାଉଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ରରେ ଛୋଟ ପିଲାମାନେ ହାତ ଧୋଇ ଖାଦ୍ୟ ଖାଇବା ଉପରେ ଅନୁଧ୍ୟାନ କରାଯାଇଛି l 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharakote Block, Patapur Village, cholera Panic | Argus News