Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାଜପୁରରେ ମାଫିଆଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଯାଜପୁରରେ ମାଫିଆଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲାରେ ମାଫିଆ ସହ ରାଜନେତା ବନିଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ କହିଛନ୍ତି କ୍ରୋମାଇଟ ଓ କଳାମୁଗୁନି ପଥର ଲୁଟ୍ କରିଥିବା ବଣ୍ଟି-ବବଲି ଯୋଡି ଏଥର ବନ୍ଧା ହେବେ । ଯାଜପୁର ସ୍ୱାଭିମାନକୁ ବିକ୍ରୀ କରି ବ୍ଲାକରୋଜ ମାଧ୍ୟମରେ କଳାପଥର ଲୁଟ କରିଥିବା କ୍ରୀତଦାସ ଏଥର ଜେଲ ଯିବେ । ସେହିପରି ସୁକିନ୍ଦା ଅଞ୍ଚଳରେ ଚାଲିଥିବା ବେଆଇନ୍ କ୍ରୋମାଇଟ୍ ଲୁଟକୁ ନେଇ ମଧ୍ୟ ବର୍ଷିଥିଲେ ଧର୍ମେନ୍ଦ୍ର । ଆଉ କହିଥିଲେ କ୍ରୋମାଇଟ ବିକି ପୁଞ୍ଜିପତି ମାନେ ଏଠି ମାଲେମାଲ୍ ହେଉଥିବା ବେଳେ ସୁକିନ୍ଦା ଅଞ୍ଚଳ ଲୋକେ ଦାଦନ ଯାଉଛନ୍ତି । ସେପଟେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ନିଶାନା କରିଥିଲେ ଯାଜପୁର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ରାୟ ।

ଏ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଳାପାହଡ ଖାଦାନ ଡଙ୍କାରୀ ଓ ବିଛାଖଣ୍ଡି , ରାହାଡପୁର ପରି ଅଞ୍ଚଳ । ଆଉ ଏଠି ବି ଚାଲିଛି ତାମିଲ ବେପାରୀଙ୍କ ରାଜ । ବେଆଇନ୍ ଭାବେ ଖଣି ଉତ୍ତୋଳନ ହୋଇ ହଜାର ହଜାର କୋଟି ହେଉଛି ଲୁଟ୍ । ମାଫିଆ ଲୁଟ୍ କରୁଥିବା ଏହି ଟଙ୍କା ବନିଛି ବିଜେଡିର ନିର୍ବାଚନ ପାଣ୍ଠି । ଯାଜପୁର ଜିଲ୍ଲାର 3 ପରିବାରର ଛତ୍ରଛାୟା ଚାଲିଛି ଲୁଟ । ଏଠି ଲୋକଙ୍କ ସ୍ୱପ୍ନକୁ କରାଯାଉଛି ଚୋରି  । ଆଉ ପ୍ରାଚ୍ୟୁର୍ଯ୍ୟ ଭରା ଅଞ୍ଚଳକୁ ରାତି ରାତି ବନାଯାଉଛି ନଗଡା । ଅଶୋକ ଦାସ  ପରେ ତାଙ୍କ ପୁଅ ବିଜେଡିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। କଳ୍ପତରୁ ଦାସ ପରେ ତାଙ୍କ ପୁଅ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ।

ପ୍ରଫୁଲ ଘଡେଇ ପରେ ତାଙ୍କ ପୁଅ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ । ପରି ନେତାମାନେ ଏହି କଳାହୀରା ଲୁଟର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲାରେ 3 ପରିବାର ପ୍ରଫୁଲ ଘଡେଇଙ୍କ ପରିବାର , କଳ୍ପତରୁ  ଦାସଙ୍କ ପରିବାର ଓ ଅଶୋକ ଦାସଙ୍କ ଭଳି ପରିବାର ଅମାପ ସମ୍ପଦର ମାଲିକ ହୋଇଥିବା ବେଳେ ସାଧାରଣ ଲୋକ ଗରିବ ହୋଇଛନ୍ତି । ଆଉ ଚୋରି କରିବାର ରାସ୍ତା ବତାଇ ଭାଗ ବସାଉଛନ୍ତି ତାମିଲ ଗୁମାସ୍ତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Sponsored
Dharmendra accused of mafia in Jajpur | Argus News