Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ରେଡରେ ମିଳିଥିବା ଟଙ୍କା କାହାର ବୋଲି ପଚାରିଲେ ଧର୍ମେନ୍ଦ୍ର

Ritu Das
Browse all articles by Ritu Das
·2 years ago·1 min read
ଓଡ଼ିଶା ରେଡରେ ମିଳିଥିବା ଟଙ୍କା କାହାର ବୋଲି ପଚାରିଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ମଦ ସାମ୍ରାଜ୍ୟ ଉପରେ ଆଇଟିର ମାରାଥନ ରେଡରେ ମିଳିଥିବା ଟଙ୍କା କାହାର। ଓଡିଶାର ମଦ ନୀତି ସହ ଏହି କଳାଟଙ୍କାର କଣ ରହିଛି ସଂପର୍କ। ଏ ପ୍ରଶ୍ନ  ପଚାରି ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ  ଟୁଇଟ କରି ପଚାରିଛନ୍ତି ଏ  ବେନାମୀ ଧନର ମୂଳ ଉତ୍ସ କେଉଁଠି ?  ଜବତ ହେଉଥିବା କଳାଧନ ସହ ଓଡ଼ିଶାର କିଛି ମୁଷ୍ଟିମେୟ ଲୋକମାନଙ୍କର ସମ୍ପର୍କ ଅଛି  କି ? 

ସଚ୍ଚୋଟତାର ଡିଣ୍ଡିମ ପିଟୁଥିବା କିଛି ଲୋକମାନେ ଏହି ଘଟଣାରେ ଚୁପ୍ କାହିଁକି ? ଓଡିଶାରେ ଦେଶୀ ମଦ ବିରୋଧରେ ମହିଳାଙ୍କ ଜନଆକ୍ରୋଶ ରହିଛି ତା ପରେ ବି  ଏତେ ଟଙ୍କା ଜବତ ହେବା ଆଶ୍ଚର୍ଯ୍ୟଜନକ ଓ ଚିନ୍ତାଜନକ ବୋଲି କହିଛନ୍ତି ଧର୍ମେନ୍ଦ୍ର। ପରିବାର ଭାଙ୍ଗି, ଲୋକଙ୍କୁ ରୋଗ କରାଇ ମଦନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର। କେମିତି ବାରମ୍ବାର ଗୋଟିଏ ପରିବାରର ମାଲିକାନାରେ ଥିବା ସଂସ୍ଥା ପାଉଛି ଲାଇସେନସ, ତାକୁ ନେଇ ଉଠିଛି ପ୍ରଶ୍ନ।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra asked whose | Argus News