Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

“ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ” ରେ ଧର୍ମେନ୍ଦ୍ର

Manini Pattanayak
Browse all articles by Manini Pattanayak
·1 year ago·2 min read
“ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ” ରେ ଧର୍ମେନ୍ଦ୍ର

 ନିଶ୍ଚିନ୍ତକୋଇଲି/କଟକ: ଅପାର ସମ୍ଭାବନାର ରାଜ୍ୟ ହେଉଛି ଓଡ଼ିଶା । କିନ୍ତୁ ବିଗତ କିଛି ବର୍ଷ ହେବ ଆମ ଅଞ୍ଚଳର ନୂଆପିଢିର ପିଲାମାନଙ୍କୁ ଯେଉଁଭଳି ଭାବରେ ଯତ୍ନ ନିଆଯିବା କଥା, ସେଭଳି ଧ୍ୟାନ ଦିଆଯାଇନାହିଁ । ଫଳସ୍ୱରୂପ ଓଡ଼ିଶାରେ ଥିବା ସରକାରୀ ସ୍କୁଲ ଓ କଲେଜ ଗୁଡିକରେ ଅତୀତରେ ଯେଉଁଭଳି ଉଚ୍ଚକୋଟିର ନାଗରିକ ତିଆରି ହେଉଥିଲା, ଆଜି ସେଥିରେ ଶୀଥିଳତା  ଆସିଛି । ଏହି ବ୍ୟବସ୍ଥାକୁ ସୁଧାରିବା ପାଇଁ ପଡିବ । ନୂଆପିଢିର ଛାତ୍ରଛାତ୍ରୀଙ୍କୁ ଉଚ୍ଚକୋଟିର ନାଗରିକ ଭାବେ ପ୍ରସ୍ତୁତ କରାଇବା ଆମର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଗୁରୁବାର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ସ୍ଥିତ “ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ”ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀଙ୍କୁ ଶିକ୍ଷାନୁଷ୍ଠାନର ହୀରକ ଜୟନ୍ତୀର ଶୁଭେଚ୍ଛା ଜଣାଇବା ସହ ସ୍କୁଲର ଇତିହାସ ପୃଷ୍ଠଭୂମି ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ କଟକର ନିଶ୍ଚିନ୍ତକୋଇଲି ନିଜସ୍ୱ ପରିଚୟ ରଖିଛି ।

କୁଳବୃଦ୍ଧ ମଧୁସୂଦନ ଦାସ, ଗଣକବି ବୈଷ୍ଣବ ପାଣି, ସ୍ୱାଧୀନତା ସଂଗ୍ରାମୀ ସୁଭଦ୍ରା ମହତାବଙ୍କ ସଂସ୍କାର ଓ ଆଦର୍ଶରେ ଗଢି ଉଠିଥିବା ଏହି ଅଞ୍ଚଳ । ଦେଶ ସ୍ୱାଧୀନତା ପ୍ରାପ୍ତିର ବର୍ଷେ ପୂର୍ବରୁ ଏଠାରେ ଏକ ଶିକ୍ଷାନୁଷ୍ଠାନ ଗଢିବା ପାଇଁ ଉଦ୍ୟମ ହୋଇଥିଲା । ପରେ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୧୯୬୦ ମସିହାରେ ବିଧିବଦ୍ଧ ଭାବରେ ଜମିଦାର ଅହମ୍ମଦ ବକ୍ସଙ୍କ ନାମରେ ଉଚ୍ଚ ବିଦ୍ୟାଳୟ ଭାବେ ପରିଗଣିତ ହୋଇଥିଲା । ୧୯୬୪ ମସିହାରେ ଏହା ସରକାରୀ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇଲା, ଯାହା ଆଜି ଏକ ବିରାଟ ବଟ୍ଟବୃକ୍ଷର ରୂପ ନେଇଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏଥର ଓଡ଼ିଶାର ଦାୟିତ୍ୱ ଓଡ଼ିଆଙ୍କ ହାତରେ ରହିଛି । ଯେଉଁ ଅଞ୍ଚଳରୁ ଓଡ଼ିଆ ଲୋକମାନେ ସାତଦରିଆ ପାର ହୋଇ ଓଡ଼ିଶାକୁ ବୈଭବ ଓ ସମ୍ପନ୍ନତା ଆଣିଥିଲେ, ସେହି ରାଜ୍ୟକୁ ପୁଣି ଥରେ ପୂର୍ବୋଦୟର ମୁଖଶାଳା କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଓଡ଼ିଶାକୁ ଆଗକୁ ନେବା ପାଇଁ ହେଲେ ଛାତ୍ରଛାତ୍ରୀଙ୍କୁ ପାଠପଢା ସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ପଡିବ । ନିଶ୍ଚିନ୍ତକୋଇଲିରେ ସ୍ଥାପିତ ଏହି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଜ୍ଞାନର ପ୍ରୟୋଗଶାଳା କରିବା ପାଇଁ ହେବ । ମଧୁବାବୁ, ବୈଷ୍ଣବ ପାଣି, ସୁଭଦ୍ରା ମହତାବଙ୍କ ସଂସ୍କାର ଓ ଆଦର୍ଶରେ ଗଢି ଉଠିଥିବା ଏହି ଅଞ୍ଚଳ ଆଉ ଥରେ ନିଜର ସୁଯୋଗ୍ୟ ସନ୍ତାନ ମାନଙ୍କୁ ତିଆରି କରିବ, ଯେଉଁମାନେ ରାଜ୍ୟର ଗୌରବ ବଢାଇବା ସହ ମାନବତା ଓ ସମାଜକୁ ଦିଗଦର୍ଶନ ଦେବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
Dharmendra at the Diamond Jubilee Ceremony of Ahemmed Box High School in cuttack | Argus News