ତାଳଚେର ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ତାଳଚେର ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓମ୍ ସେବା ଓ ସଂସ୍କୃତି ଅନୁଷ୍ଠାନ, ତାଳଚେର ଦ୍ୱାରା ଆୟୋଜିତ ଏହି ସମାରୋହରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶହେ ବର୍ଷ ପୂର୍ବରୁ ତାଳଚେରର ପରିଚୟ ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟା ନେଇ ଆମର ପୂର୍ବପୁରୁଷମାନେ ସେତେବେଳର ବ୍ରିଟିଶ ସରକାର ବିରୋଧରେ ବଡ ଜନଜାଗରଣ କରିଥିଲେ । ତାଳଚେର କୌଣସି ଗୁଣରେ କମ୍ ନୁହଁ ।
ସର୍ବଦା ମାନସମ୍ମାନ, ହକ୍ ଓ ଅଧିକାରକୁ ନେଇ ତାଳଚେରବାସୀ ଗମ୍ଭୀର । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ହିଙ୍ଗୁଳାଙ୍କ ଆଶୀର୍ବାଦ କାରଣରୁ ତାଳଚେର ଓ ଅନୁଗୋଳ ଆଗାମୀ ଦିନରେ ସମୃଦ୍ଧଶାଳୀ ଅଞ୍ଚଳ ହେବା ସହ ଓଡ଼ିଶା ଓ ସମଗ୍ର ଭାରତ ବିକଶିତ ହେଉ, ଏହା କାମନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ବିଭିନ୍ନ ଷ୍ଟଲ୍ ବୁଲିବା ସହ ସ୍ଥାନୀୟ ଲୋକଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: