ସରକାରର ଗୁମର ଖୋଲିଦେଲେ ଧର୍ମେନ୍ଦ୍ର : ରାଜସ୍ଵ ମାନଚିତ୍ରରେ ମାଛକୁଣ୍ଡର ନା ନାହିଁ କାହିଁକି ?

ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ କୋରାପୁଟର ଜୀବନରେଖା ଓ ଆମର ଅସ୍ମିତା । ଏହା ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ମାଛକୁଣ୍ଡ ନଦୀର ଗୁରୁତ୍ୱ ଅଧିକ ଓ ବେଶ୍ ପ୍ରାସଙ୍ଗିକ । ତେବେ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ଏହି ନଦୀ ନ ଥିବା ଖବରକାଗଜରୁ ଜାଣି ମୁଁ ଚିନ୍ତିତ, ଯାହା ଓଡ଼ିଆଙ୍କ ପାଇଁ ଗମ୍ଭୀର ବିଷୟ ।
ପଡୋଶୀ ରାଜ୍ୟ ତରଫରୁ ଓଡ଼ିଶାରେ ଅନୁପ୍ରବେଶ ଲାଗି ରହିଥିବାବେଳେ ଏପରି ଖବର ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି । ପୂର୍ବରୁ ମାଛକୁଣ୍ଡ ନଦୀର ଅନତି ଦୂରରେ ନିର୍ମିତ ‘ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ’କୁ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ହାତକୁ ଟେକି ଦେଇଥିବା ଖବର ଆସିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀ ବହିରେ ମାଛକୁଣ୍ଡ ଜଳ ପ୍ରକଳ୍ପ ଆନ୍ଧ୍ରର ବୋଲି ଉଲ୍ଲେଖ କରାଯାଇଥିବା ଭଳି ପୂର୍ବରୁ ଏକ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ କୋରାପୁଟର ଜୀବନରେଖା ଓ ଆମର ଅସ୍ମିତା । ଏହା ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ମାଛକୁଣ୍ଡ ନଦୀର ଗୁରୁତ୍ୱ ଅଧିକ ଓ ବେଶ୍ ପ୍ରାସଙ୍ଗିକ । ତେବେ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ଏହି ନଦୀ ନ ଥିବା ଖବରକାଗଜରୁ ଜାଣି ମୁଁ ଚିନ୍ତିତ, ଯାହା ଓଡ଼ିଆଙ୍କ ପାଇଁ ଗମ୍ଭୀର ବିଷୟ ।… pic.twitter.com/7xBt2zVVsP
— Dharmendra Pradhan (मोदी का परिवार) (@dpradhanbjp) April 5, 2024