Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ନେଲେ ଆଶୀର୍ବାଦ

Ritu Das
Browse all articles by Ritu Das
·2 years ago·1 min read
ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ନେଲେ ଆଶୀର୍ବାଦ

ଅର୍ଗସ ବ୍ୟୁରୋ: ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସୌଜନ୍ୟମୂଳକ ସାକ୍ଷାତ ସହ ତାଙ୍କ ଆଶୀର୍ବାଦ କାମନା କରିଥିବା ସୋସିଆଲ ମିଡିଆରେ ଲେଖିଛନ୍ତି ଧର୍ମେନ୍ଦ୍ର ।  କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ରାସେଶ୍ୱରୀ । ଦଳ ତାଙ୍କୁ ସମ୍ବଲପୁର ବିଧାନସଭା ପାଇଁ ଟିକେଟ୍ ନ ଦେବାରୁ ଦଳ ଛାଡିଥିଲେ । ବିଜେଡି ଛାଡିଥିଲେ ବି ସେ ଅନ୍ୟ କୌଣସି ଦଳରେ ସାମିଲ ହେବେ ନାହିଁ ବୋଲି କହିଥିଲେ । ରାଜନୈତିକ ଦଳରେ ସାମିଲ ହେବେ ନାହିଁ, ସମାଜସେବା କରିବେ ବୋଲି କହିଥିଲେ ରାସେଶ୍ୱରୀ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Dharmendra Pradhan (मोदी का परिवार) (@dpradhanbjp) April 28, 2024

 

କେବଳ ଏତିକି ନୁହେଁ ନା ନନେଇ ସମ୍ବଲପୁର ବିଧାନସଭା ଆସନରୁ ବିଜେଡିର ପ୍ରାର୍ଥୀ ରୋହିତ ପୂଜାରୀଙ୍କ ଉପରେ ବର୍ଷିଥିଲେ ରାସେଶ୍ୱରୀ । ସମ୍ବଲପୁର ବିଧାନସଭା ଆସନରେ ବାହାର ନେତାଙ୍କୁ ଆଣି ଲଢିବାକୁ କାହିଁକି ସୁଯୋଗ ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ ରାସେଶ୍ୱରୀ । ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଦଳ ଛାଡିଥିବା କହିଥିଲେ ରାସେଶ୍ୱରୀ । ଦଳ ଛାଡିଥିଲେ ମଧ୍ୟ ଅନ୍ୟ ଦଳରୁ ପ୍ରାର୍ଥୀ ହେବିନି କି ନିର୍ବାଚନ ଲଢିବିନି ବୋଲି ସ୍ପଷ୍ଟ କରିଥିଲେ ରାସେଶ୍ୱରୀ । କିନ୍ତୁ ଏହା ଭିତରେ ରାସେଶ୍ୱରୀଙ୍କୁ ଧର୍ମେନ୍ଦ୍ର ଭେଟିବା ପରେ ନାନାଦି ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ସମ୍ବଲପୁର ଲୋକସଭା ଆସନରେ ଧର୍ମେନ୍ଦ୍ର-ପ୍ରଣବ ପ୍ରକାଶଙ୍କ ଲଢେଇ ଭିତରେ  ରାସେଶ୍ୱରୀ ଦଳ ଛାଡିବା ବିଜେଡିକୁ ଏକ ବଡ ଝଟକା ବୋଲି ଚର୍ଚ୍ଚା ହୋଇଛି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Sponsored
Dharmendra meets | Argus News