Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜୁଏଲ ଓରାମଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ଧର୍ମେନ୍ଦ୍ର  

Odisha

ଜୁଏଲ ଓରାମଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ଧର୍ମେନ୍ଦ୍ର  

Manini Pattanayak
Browse all articles by Manini Pattanayak
·1 year ago
ଜୁଏଲ ଓରାମଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ଧର୍ମେନ୍ଦ୍ର  

 ଭୁବନେଶ୍ୱର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ଶୋକବ୍ୟକ୍ତ କରିଛନ୍ତି। ଧର୍ମେନ୍ଦ୍ର ଟୁଇଟ କରି ଲେଖିଛନ୍ତି, ଆମ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଜୁଏଲ ଭାଇଙ୍କ ଘରକୁ ଯିବା ସମୟରେ ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ମୋତେ ବହୁତ ସ୍ନେହ ଆଦର ମିଳିଛି ।

 ଜଣେ ପରିବାରର ସଦସ୍ୟ ଭାବେ ଶ୍ରୀମତୀ ଝିଙ୍ଗିଆଙ୍କ ପରି ଧର୍ମପରାୟଣା ମହିଳାଙ୍କ ଅକାଳ ବିୟୋଗ ମୋତେ ବ୍ୟଥିତ କରିଛି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି  । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra mourns the death of Juel Oram's wife | Argus News