Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan Birthday / ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପୂର୍ବତନ ରାଷ୍ଟ୍ରପତି ଓ ବାଚସ୍ପତି

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପୂର୍ବତନ ରାଷ୍ଟ୍ରପତି ଓ ବାଚସ୍ପତି
Dharmendra Pradhan

Key Points

୫୭ ବର୍ଷରେ ପାଦ ଥାପିଲେ ଧର୍ମେନ୍ଦ୍ର ପ୍ରଧାନ
ଦ୍ରୌପଦୀ ମୁର୍ମୁ, ରାମନାଥ କୋବିନ୍ଦ ଓ ଓମ୍ ବିର୍ଲାଙ୍କ ଶୁଭେଚ୍ଛା
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଜନ୍ମଦିନ । ୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧୯୬୯ ମସିହା ଜୁନ ୨୬ ତାରିଖରେ ଧର୍ମେନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ଜନ୍ମଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ସୋସିଆଲ ମିଡିଆରେ ପ୍ଲାଟଫର୍ମ 'X'ରେ ଲେଖିଛନ୍ତି, ''ଭଗବାନ ତାଙ୍କୁ ସୁସ୍ଥ ଓ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ । ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ସେ ଦେଶ ସେବାରେ ବ୍ରତୀ ରହିବେ'' ।

ସେହିପରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଭଗବାନ ତାଙ୍କୁ ସୁସ୍ଥ ଓ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ ସେ କହିଛନ୍ତି ।

ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । ସେ ଲେଖିଛନ୍ତି, ଜନ୍ମଦିନର ଏହି ପବିତ୍ର ଅବସରରେ ଆପଣଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ସେ ଆପଣଙ୍କୁ ସୁସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି ଏବଂ ଦେଶସେବା ପାଇଁ ଉତ୍ସର୍ଗୀକୃତ ଦୀର୍ଘାୟୁ ପ୍ରଦାନ କରନ୍ତୁ ।



ଏହି ବିଶେଷ ଅବସରରେ ଜନସେବା ପ୍ରତି ଆପଣଙ୍କର ଆନ୍ତରିକ ପ୍ରୟାସ, ଦୃଢ଼ ନିଷ୍ଠା ଏବଂ ଭାରତର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଆପଣଙ୍କର ସମର୍ପିତ ନେତୃତ୍ୱ ପାଇଁ ମୁଁ ଆପଣଙ୍କୁ ସାଧୁବାଦ ଜଣାଉଛି । ଆପଣଙ୍କ ନେତୃତ୍ୱରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଶିକ୍ଷା କ୍ଷେତ୍ରରେ ସମାବେଶୀକରଣ, ନବସୃଜନ, ଦକ୍ଷତା ବିକାଶ ଏବଂ ଯୁବପିଢ଼ିଙ୍କୁ ସେମାନଙ୍କର ସ୍ୱପ୍ନ ସାକାର କରି ଜାତୀୟ ନିର୍ମାଣରେ ଅର୍ଥପୂର୍ଣ୍ଣ ଅବଦାନ ରଖିବା ପାଇଁ ସୁଯୋଗ ବୃଦ୍ଧି କରିବାରେ ନୂତନ ଗତି ସଞ୍ଚାର କରିଛି । ଏହି ପ୍ରୟାସଗୁଡ଼ିକ ପୁନର୍ବାର ଏହି ବିଶ୍ୱାସକୁ ସୁଦୃଢ଼ କରେ ଯେ, ଶିକ୍ଷା କେବଳ ଶାସନର ଏକ କ୍ଷେତ୍ର ନୁହେଁ, ବରଂ ଏକ ପ୍ରଗତିଶୀଳ, ଆତ୍ମନିର୍ଭର ଏବଂ ବିକଶିତ ଭାରତର ମୂଳଦୁଆ ଅଟେ ।

ମୋର ଦୃଢ଼ ବିଶ୍ୱାସ ଯେ, ଏହି ପରିବର୍ତ୍ତନମୂଳକ ପଦକ୍ଷେପଗୁଡ଼ିକ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର କରିବା ସହିତ ଜ୍ଞାନ ଓ ନବସୃଜନରେ ସଶକ୍ତ ଏକ ଭବିଷ୍ୟତମୁଖୀ ରାଷ୍ଟ୍ର ଗଠନରେ ନିରନ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Murmu, Former President Kovind Wish Dharmendra Pradhan on Birthday | Argus News