Dharmendra Pradhan / ଅନୁଗୋଳ ଜିଲ୍ଲା ପୋଲିସର 'ବଣ୍ଟନ ମେଳା'ରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
·4 months ago·2 min read

Key Points
ହଜି ଯାଇଥିବା ବା ଚୋରି ହୋଇଥିବା ମୋବାଇଲ ଫୋନ୍ ଏବଂ ବାଇକ୍ଗୁଡ଼ିକୁ ଉଦ୍ଧାର କରାଯାଇ ସେଗୁଡ଼ିକର ପ୍ରକୃତ ମାଲିକଙ୍କୁ ସମ୍ମାନର ସହ ଫେରସ୍ତ କରାଯାଇଛି । ଜନସାଧାରଣଙ୍କ ହଜି ଯାଇଥିବା ସାମଗ୍ରୀ ଫେରାଇ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇବାରେ ପୋଲିସ ପ୍ରଶାସନର ଉଦ୍ୟମକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି ।
ଅନୁଗୋଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୋଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ 'ବଣ୍ଟନ ମେଳା' କାର୍ଯ୍ୟକ୍ରମରେ ଯୋଗ ଦେଇ ଜନସାଧାରଣଙ୍କ ସେବା ଦିଗରେ ଏକ ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସମୟରେ ହଜି ଯାଇଥିବା ବା ଚୋରି ହୋଇଥିବା ମୋବାଇଲ ଫୋନ୍ ଏବଂ ବାଇକ୍ଗୁଡ଼ିକୁ ଉଦ୍ଧାର କରାଯାଇ ସେଗୁଡ଼ିକର ପ୍ରକୃତ ମାଲିକଙ୍କୁ ସମ୍ମାନର ସହ ଫେରସ୍ତ କରାଯାଇଛି ।
ଏଥିସହ ପଢ଼ନ୍ତୁ: ମାତୃଶକ୍ତିର ସମର୍ଥନ ସତ୍ତ୍ୱେ ବିକାଶ ପଥରେ ବାଧା ସୃଷ୍ଟି କରୁଛନ୍ତି ବିରୋଧୀ: ଧର୍ମେନ୍ଦ୍ର ପ୍ରଧାନ
ଜନସାଧାରଣଙ୍କ ହଜି ଯାଇଥିବା ସାମଗ୍ରୀ ଫେରାଇ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇବାରେ ପୋଲିସ ପ୍ରଶାସନର ଏହି ନିଷ୍ଠାପର ଉଦ୍ୟମକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚ ପ୍ରଶଂସା କରିଛନ୍ତି । ଏଥିସହ ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବା ପୋଲିସର ସମ୍ବେଦନଶୀଳତାକୁ ପ୍ରମାଣିତ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେଶର ନ୍ୟାୟିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣି ପରାଧୀନ ମାନସିକତାରୁ ବାହାରି ଏବେ 'ଭାରତୀୟ ନ୍ୟାୟ ସଂହିତା'ର ସଫଳ କ୍ରିୟାନ୍ୱୟନ କରାଯାଉଛି । ଅନେକ ଦଶକ ପରେ ଭାରତୀୟ ନ୍ୟାୟ ମୂଲ୍ୟବୋଧ ଉପରେ ଆଧାରିତ ଏହି ନୂତନ ଆଇନ ଶାସନକୁ ଆହୁରି ସୁଦୃଢ଼ ଓ ଲୋକାଭିମୁଖୀ କରିପାରିଛି ।
ଏଥିସହ ପଢ଼ନ୍ତୁ: ବାରକୋଟର ଐତିହାସିକ ‘କଲା ଚନ୍ଦନ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର; ଆଜି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ
ଅନୁଗୋଳ ଜିଲ୍ଲା ପୋଲିସ କେବଳ ଅପରାଧ ନିୟନ୍ତ୍ରଣ ନୁହେଁ, ବରଂ ନୂତନ ଆଇନ ପ୍ରୟୋଗ ଏବଂ ସାମାଜିକ ଦାୟିତ୍ୱବୋଧର ସମନ୍ୱୟ ରକ୍ଷା କରି ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିଛି । ପୋଲିସ ପ୍ରଶାସନର ଏଭଳି ସକାରାତ୍ମକ କାର୍ଯ୍ୟଧାରା ସାଧାରଣ ଜନତାଙ୍କ ମନରେ ସୁରକ୍ଷା ଓ ଭରସାକୁ ଆହୁରି ଦୃଢ଼ୀଭୂତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ଜିଲ୍ଲା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

Related Topics
Explore more stories