Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / ବାରକୋଟର ଐତିହାସିକ ‘କଲା ଚନ୍ଦନ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର; ଆଜି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ବାରକୋଟର ଐତିହାସିକ ‘କଲା ଚନ୍ଦନ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର; ଆଜି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ
Dharmendra Pradhan

Key Points

ଦେବଗଡ଼ ବାରକୋଟ ଐତିହାସିକ ‘କଲା ଚନ୍ଦନ ଯାତ୍ରା’
ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କହିଲେ ଚନ୍ଦନ ଯାତ୍ରା ଓଡ଼ିଆ ସଂସ୍କୃତିର ଜ୍ଵଳନ୍ତ ପ୍ରତୀକ
ଆଜି ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଲୋକାର୍ପଣ
ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକର ଐତିହାସିକ 'କଲା ଚନ୍ଦନ ଯାତ୍ରା' କେବଳ ଏକ ପର୍ବ ନୁହେଁ, ଏହା ଆମ ସମୃଦ୍ଧ ଓଡ଼ିଆ ସଂସ୍କୃତି, ଅନନ୍ୟ ପରମ୍ପରା ଏବଂ ଗଭୀର ଆଧ୍ୟାତ୍ମିକ ଚେତନାର ଏକ ଜ୍ୱଳନ୍ତ ପ୍ରତୀକ । ବାରକୋଟର ଐତିହାସିକ ‘କଲା ଚନ୍ଦନ ଯାତ୍ରା’ରେ ସାମିଲ ହୋଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହାସହିତ ସେ ଏହାର ଗୌରବମୟ ଇତିହାସକୁ ମଧ୍ୟ ମନେ ପକାଇଛନ୍ତି ।

  • 'ଦେବଗଡ଼ ଜିଲ୍ଲାର ପରିଚୟ କଲା ଚନ୍ଦନ ଯାତ୍ରା'
କେନ୍ଦ୍ରମନ୍ତ୍ରୀ ଶୁକ୍ରବାର ଦେବଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ସାଂସ୍କୃତିକ ଓ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । 'କଲା ଚନ୍ଦନ ଯାତ୍ରା' ସମାରୋହରେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ କହିଛନ୍ତି, "କଲା ଗ୍ରାମର ଏହି ପାରମ୍ପରିକ ଯାତ୍ରାର ଏକ ଗୌରବମୟ ଇତିହାସ ରହିଛି, ଯାହା ଆଜି ସମଗ୍ର ଦେବଗଡ଼ ଜିଲ୍ଲାର ପରିଚୟ ପାଲଟିଛି । ଶୃଙ୍ଖଳିତ ଜୀବନଶୈଳୀ ଓ ସାମାଜିକ ଏକତାର ବାର୍ତ୍ତା ଦେଉଥିବା ଏହି ପର୍ବ ଆଗାମୀ ପିଢ଼ିକୁ ସଠିକ୍ ଦିଗଦର୍ଶନ ଦେବ ନିଶ୍ଚିତ ।"



  • 'ବିକଶିତ ଦେବଗଡ଼ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ'
ଏହା ପୂର୍ବରୁ ଦେବଗଡ଼ରେ ପାର୍ଟି କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ । ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ 'ଡବଲ ଇଞ୍ଜିନ' ସରକାରର ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାକୁ ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଛନ୍ତି । 'ବିକଶିତ ଦେବଗଡ଼' ଓ 'ବିକଶିତ ଓଡ଼ିଶା'ର ସଂକଳ୍ପକୁ ସାକାର କରିବା ଦିଗରେ ଏକନିଷ୍ଠ ଭାବେ କାର୍ଯ୍ୟ କରିବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ।

ପଢନ୍ତୁ ଏହି ଖବର: ହନୁମାନ ଜୟନ୍ତୀ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ: ଧର୍ମେନ୍ଦ୍ର ପ୍ରଧାନ

  • ଆଜି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦେବଗଡ଼ ସହରରେ ଶ୍ରୀହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ । ଏଥିସହିତ ବାରକୋଟ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ସୂଚନା ଥାଉକି, ଆଜି (ଶନିବାର) ଦେବଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ଖବର ପଢନ୍ତୁ...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored