Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବ୍ଲାକରୋଜ ପ୍ରସଙ୍ଗ ଉଠାଇଲେ, ନାଁ ନନେଇ କହିଲେ ଜେଲ୍ ଯିବେ କ୍ରୀତଦାସ

Odisha

ବ୍ଲାକରୋଜ ପ୍ରସଙ୍ଗ ଉଠାଇଲେ, ନାଁ ନନେଇ କହିଲେ ଜେଲ୍ ଯିବେ କ୍ରୀତଦାସ

Smruti Parija
Browse all articles by Smruti Parija
·2 years ago·2 min read
ବ୍ଲାକରୋଜ ପ୍ରସଙ୍ଗ ଉଠାଇଲେ, ନାଁ ନନେଇ କହିଲେ ଜେଲ୍ ଯିବେ କ୍ରୀତଦାସ

ଯାଜପୁର: ବିଜେଡି ନେତା ବବି ଦାସଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୋରଦାର ଆଟାକ୍ । ବଡ଼ଚଣାରେ ବ୍ଲାକରୋଜ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର କରିଛନ୍ତି ହମଲା । ନାଁ ନନେଇ କହିଲେ ଜେଲ୍ ଯିବେ କ୍ରୀତଦାସ । ଓଡ଼ିଶାର ବୈଭବକୁ ବିଦେଶକୁ କରୁଥିଲେ ଚାଲାଣ । ବନ୍ଧା ହେବେ କ୍ରୀତଦାସ । ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯାଜପୁର ଜିଲ୍ଲାକୁ କ୍ରୀତଦାସ ନିଜ ଜାଗିର୍ ଜିଲ୍ଲା ବୋଲି କହିଛନ୍ତି । 
ଗୋଟେ ଗୁମାସ୍ତାପୁରୀ ରାଜାଙ୍କୁ ଧମକାଇବା ପାଇଁ ଆସିଥିଲା । ଏ ମାଟି ସ୍ଵାଧୀନତା ସଂଗ୍ରାମୀମାନଙ୍କର ମାଟି । ଯାଜପୁରରେ ଗୁମାସ୍ତାର ଗୋଟିଏ କ୍ରୀତଦାସ ଅଛି । ବ୍ଲାକ ରୋଜ୍ ଜାହାଜରେ ଓଡ଼ିଶାର ବୈଭବକୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରୁଥିଲା କ୍ରୀତଦାସ । ବ୍ଲାକ ରୋଜ ଜାହାଜ କଥା ଉଠାଇବା ସହ ନାଁ ନେଇ ବିଜେଡ଼ି ସଙ୍ଗଠନ ସମ୍ପାଦକ ବବି ଦାସଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । 
ମୋଦି 10 ହଜାର କୋଟି ଟଙ୍କା ପିଇବା ପାଣି ପାଇଁ ପଠାଇଛନ୍ତି । ହେଲେ ତାମିଲ ଠିକାଦାର ମାନଙ୍କୁ ପୋଷିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଲୋକଙ୍କ ପାଖରେ ପିଇବା ପାଣି ପହଞ୍ଚୁ ନାହିଁ । ସ୍କୁଲରେ ଶିକ୍ଷକ, ଡ଼ାକ୍ତରଖାନାରେ ଡାକ୍ତର ନାହାନ୍ତି ।  କ୍ରୀତଦାସ ଓ ଗୁମାସ୍ତା ବୁଲି ବୁଲି କୁହନ୍ତି, ଯେ ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି । ଓଡ଼ିଆ ଲୋକର ସ୍ବାର୍ଥ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଗାଳି ଶୁଣିବା ପାଇଁ ପ୍ରସ୍ତୁତ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ । 

ଜିଲ୍ଲାରେ 320ଟି ପଦବୀ ଅଛି । ସେଥିରୁ 140 ପଦବୀ ଖାଲି । 40 ଭାଗ ସରକାରୀ ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ।  ଜିଲ୍ଲାରେ 806 ନର୍ସ ପଦବୀ ମଞ୍ଜୁର ହୋଇଛି । 453 ପଦବୀ ଖାଲି । 56 ଭାଗ ପଦବୀ ଖାଲି । ଯାଜପୁର ଜିଲ୍ଲାକୁ କ୍ରୀତଦାସ ନିଜ ଜାଗିର ଜିଲ୍ଲା ବୋଲି କହିଛନ୍ତି ।  ଯାଜପୁର ଜିଲ୍ଲାରେ 14ଟି ପଞ୍ଚାୟତରେ ହାଇସ୍କୁଲ ନାହିଁ ।  50 ଭାଗ ପିଲା ଓଡ଼ିଶାରେ ମେଟ୍ରିକ ପରୀକ୍ଷା ଦେଉନାହାନ୍ତି । 

ଜିଲ୍ଲାରେ 25 ଭାଗ ପିଲା ଉଚ୍ଚତାରେ କମ୍ ।  20 ଭାଗ ପିଲା ଓଜନ ଓ ଉଚ୍ଚତାରେ କମ୍ । ନଗଡାର ଅନାହାର କଥା ଉଠାଇଲେ ଧର୍ମେନ୍ଦ୍ର । ଯାଜପୁରର ଯୁବକମାନଙ୍କୁ ନିଜ ଜିଲ୍ଲାରେ କାମ ମିଳୁନାହିଁ । ରାଜନୀତିରେ ନେତା ଭଡ଼ାରେ ଅଣାଯାଏ କି ? ନବୀନ ପଟ୍ଟନାୟକ ତାମିଲନାଡୁର ଲୋକଙ୍କୁ ନେତା କରିବା ପାଇଁ ଭଡ଼ାରେ ଆଣିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...
 

Argus Whatsapp Channel Mobile Top
Sponsored
dharmendra-pradhan-attack-on-bobby-das | Argus News