Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜିଲ୍ଲାପାଳଙ୍କୁ ବାଇକ୍‌ରେ ବସାଇ ଗାଁ’କୁ ଗଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Rashmita Mishra
Browse all articles by Rashmita Mishra
·10 months ago·2 min read
ଜିଲ୍ଲାପାଳଙ୍କୁ ବାଇକ୍‌ରେ ବସାଇ ଗାଁ’କୁ ଗଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Key Points

ଅନୁଗୁଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଅନୁଗୁଳ ଜିଲ୍ଲାର ବନରପାଳ ଓ କଣିହାଁ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

ବୁଧବାର ଅନୁଗୁଳ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଅନୁଗୁଳ ଜିଲ୍ଲାର ବନରପାଳ ଓ କଣିହାଁ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରଥମେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେବା ପରେ ଅନୁଗୁଳରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ଅନୁଗୁଳର ବନରପାଳ ବ୍ଲକ ଜୋରାଗାଡ଼ିଆ ଗ୍ରାମରେ ମହୀଧରପୁରଠାରୁ ସନ୍ତ୍ରୀ ଛକ ପର୍ଯ୍ୟନ୍ତ ସୋଲାର ଷ୍ଟ୍ରିଟ ଲାଇଟ ପ୍ରକଳ୍ପ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣିହାଁରେ ପ୍ରଜାମଣ୍ଡଳ ଭବନର ଭୂମିପୂଜନ କରିବା ସହ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଓ ଉଦଘାଟନ କରିଛନ୍ତି । ଏଥିସହ କଣିହାଁରେ ଟିକିରା ନଦୀ ଉପରେ ଏକ ବ୍ରିଜର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି । ଏହି ବ୍ରିଜଟି ଜିଲ୍ଲା ଖଣିଜ ପାଣ୍ଠିରୁ ନିର୍ମାଣ ହୋଇଛି । ଏହାର କାର୍ଯ୍ୟ ବର୍ଷକ ତଳୁ ଶେଷ ହୋଇଥିଲେ ମଧ୍ୟ ପଟାଖମଣ ପଟୁ ପେଲର ଆପ୍ରୋଚ୍ ରୋଡ଼ ନିର୍ମାଣରେ ସମସ୍ୟା ଦେଖାଦେଇଛି । ରାସ୍ତାଟି ଏକ ଘରୋଇ ମାଲିକାନାରେ ଥିବା ଜମି ଦେଇ ଯାଉଥିବାରୁ ଆପ୍ରୋଚ୍ ରୋଡ୍ ନିର୍ମାଣରେ ପ୍ରତିବନ୍ଧକ ସାଜିଛି ।

ଆଉ ଏହା ଜାଣିବା ପରେ କେନ୍ଦ୍ରମନ୍ତ୍ରୀ ବାଇକ୍‌ରେ ଅନୁଗୁଳ ଜିଲ୍ଲାପାଳ ଅଦାଲ ଏମ୍. ଅଖତରଙ୍କୁ ବସାଇ ପ୍ରାୟ ୫ ଶହ ମିଟର ଦୂର ସିଧା ପଟଖମଣ ଗ୍ରାମରେ ପହଞ୍ଚିଥିଲେ । ଆଉ ଜମି ମାଲିକ ମହେଶ୍ବର ସାହୁଙ୍କୁ ଡକାଇଥିଲେ । କେନ୍ଦ୍ରମନ୍ତ୍ରୀ ଜମି ମାଲିକଙ୍କ ସହ ରାସ୍ତା ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିବା ସହ ଉପଯୁକ୍ତ କ୍ଷତିପୂରଣ ବଦଳରେ ଜମି ହସ୍ତାନ୍ତର କରିବାକୁ ବୁଝାସୁଝା କରିଥିବା ଜଣାପଡ଼ିଛି । ରାସ୍ତା ପାର୍ଶ୍ବରେ ଡ୍ରେନ୍ ନିର୍ମାଣ ଓ ଆଲୋକୀକରଣ ବ୍ୟବସ୍ଥା କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Education Minister Dharmendra Pradhan Takes District Collector to Village on Bike in Odisha | Argus News