Dharmendra Pradhan / ସରକାରୀ ବ୍ୟବସ୍ଥା ଉପରେ ନିର୍ଭର ନ କରି ସମାଜର ପ୍ରଚେଷ୍ଟାରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ଆହ୍ଵାନ
·9 months ago·4 min read

Key Points
ଇତିହାସ ଭବିଷ୍ୟତର ଦର୍ପଣ; ଇତିହାସକୁ ଅଧ୍ୟୟନ ନ କଲେ ଭବିଷ୍ୟତ ପାଇଁ ରାସ୍ତା ନିରୂପଣ କରିବା ସହଜ ନୁହେଁ । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ ।
ଧାମନଗର (ଭଦ୍ରକ): ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବ ହେଉଛନ୍ତି ସ୍ୱାଧୀନତା, ଅସ୍ମିତା, ଏକତା, ସ୍ୱାଭିମାନ ଓ ସଂସ୍କୃତିର ପ୍ରତୀକ । ଆଗାମୀ ଦିନରେ ୟୁନେସ୍କୋ ସହଯୋଗରେ ଗୋହିରାଟିକିରି ଉପରେ ଗବେଷଣା କରାଯିବ । ଭାରତ ସରକାରଙ୍କ ସହଯୋଗରେ ରାଜା ମୁକୁନ୍ଦଦେବଙ୍କ ସହ ଜଡ଼ିତ ଇତିହାସ ପୃଷ୍ଠାରେ ବ୍ୟାପକ କରାଇବା ପାଇଁ ଉଦ୍ୟମ ହେବ । ଶନିବାର ଭଦ୍ରକ ଜିଲ୍ଲା ଧାମନଗର ଦୋବଲ ଠାରେ ଆୟୋଜିତ 'ଏକତା ପଦଯାତ୍ରା' ଏବଂ ସାଧାରଣ ସଭା’ରେ ଯୋଗଦେଇ ଏକଥା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭାରତର ଏକତାର ପ୍ରତୀକ, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ ଆୟୋଜିତ ହୋଇଛି 'ଏକତା ପଦଯାତ୍ରା' । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋହିରାଟିକିରିଠାରୁ ଦୋବଲ କାଳୀ ବଜାର ପର୍ଯ୍ୟନ୍ତ 'ଏକତା ପଦଯାତ୍ରା'ରେ ସାମିଲ ହୋଇଥିଲେ । ସ୍କୁଲ କଲେଜର ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଧର୍ମେନ୍ଦ୍ର କହିଛନ୍ତି, "ସର୍ଦ୍ଦାର ପଟେଲଙ୍କ ଜୀବନ କାହାଣୀ ଏକ ନବଜାତ ରାଷ୍ଟ୍ରର ସଂଗଠନ ଓ ସମୃଦ୍ଧିର ଗାଥା । ଓଡ଼ିଶା ସମେତ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ତାଙ୍କର ତ୍ୟାଗ ଅତୁଳନୀୟ । ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦୂରଦୃଷ୍ଟି ଏବଂ ସର୍ଦ୍ଦାର ପଟେଲଙ୍କ ରାଜନୈତିକ ସମର୍ଥନ ତଥା ଦୃଢ଼ ନିଷ୍ପତ୍ତି ଯୋଗୁଁ ଓଡ଼ିଶାରେ ସର୍ବପ୍ରଥମେ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟା ଶେଷ ହୋଇଥିଲା । ଭାରତୀୟ ସଂଘରେ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ କ୍ଷେତ୍ରରେ ନୀଳଗିରି ପ୍ରଥମ ସଫଳତା ଭାବରେ ଇତିହାସରେ ସ୍ଥାନ ପାଇଛି ।"
ଏଥିସହ ପଢ଼ନ୍ତୁ: ଓଡ଼ିଆ ଅସ୍ମିତାକୁ ନେଇ ବଡ଼ କଥା କହିଲେ ଧର୍ମେନ୍ଦ୍ର
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, "ଗୋହିରାଟିକିରି ଓଡ଼ିଶାର ଶେଷ ସ୍ୱାଧୀନତା ସଂଗ୍ରାମର ପ୍ରତୀକ ଏବଂ ଶେଷ ସ୍ୱାଧୀନ ହିନ୍ଦୁ ରାଜାଙ୍କ ରକ୍ତରେ ରଞ୍ଜିତ ଏକ ବୀରଭୂମି । ରାଜା ମୁକୁନ୍ଦଦେବ କେବଳ ଜଣେ ଶାସକ ନଥିଲେ; ସେ ଥିଲେ ଓଡ଼ିଶାର ସ୍ୱାଧୀନତା, ଅସ୍ମିତା, ସ୍ୱାଭିମାନ ଓ ସଂସ୍କୃତିର ପ୍ରତୀକ । ରାଜା ମୁକୁନ୍ଦ ଦେବ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ତାଙ୍କ ରାଜ୍ୟ ବିସ୍ତାର କରିଥିଲେ ଏବଂ ଓଡ଼ିଆ ପରିଚୟ ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ଅକ୍ଳାନ୍ତ ସଂଗ୍ରାମ କରିଥିଲେ । ସେ ଓଡ଼ିଆ ଅସ୍ମିତା ଓ ସଭ୍ୟତାର ସୁରକ୍ଷା ପାଇଁ କଳାପାହାଡ଼ ସହ ଲଢ଼େଇ କରି ଷଡ଼ଯନ୍ତ୍ରର ଶିକାର ସତ୍ତ୍ୱେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ କରି ମୃତ୍ୟୁକୁ ଆପଣାଇଥିଲେ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇତିହାସ ଭବିଷ୍ୟତର ଦର୍ପଣ; ଇତିହାସକୁ ଅଧ୍ୟୟନ ନ କଲେ ଭବିଷ୍ୟତ ପାଇଁ ରାସ୍ତା ନିରୂପଣ କରିବା ସହଜ ନୁହେଁ । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ । ତେଣୁ ଆମର ଦାୟିତ୍ୱ ହେଉଛି ଓଡ଼ିଶାର ସମୃଦ୍ଧି ପାଇଁ ପରିଶ୍ରମ କରିବା, ଗାଁର ପରିବେଶକୁ ସ୍ୱଚ୍ଛ ରଖିବା, ପୋଷଣକୁ ପ୍ରାଧାନ୍ୟ ଦେଇ ନବଜାତି ଶିଶୁଙ୍କ ଠାରୁ ଆରମ୍ଭ କରି ସବୁ ପିଲାଙ୍କ ଯତ୍ନ ନେବା । ଓଡ଼ିଆ ଭାଷା ପ୍ରତି ମମତା ଜାଗ୍ରତ କରିବା ସହ ତାହାର ପ୍ରଚାର ପ୍ରସାର କରିବା । କେବଳ ସରକାରୀ ବ୍ୟବସ୍ଥା ଉପରେ ନିର୍ଭର ନ କରି ସମାଜର ପ୍ରଚେଷ୍ଟାରେ ଓଡ଼ିଶାକୁ ଏକ ନମ୍ବର କରିବାର ଦାୟିତ୍ୱ ନେବାକୁ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାବ୍ୟତୀତ ଓଡ଼ିଶାର ଭାଷାଭିତ୍ତିକ ରାଜ୍ୟ ଗଠନର ଶତବାର୍ଷିକୀ ଅବସରରେ ୨୦୩୬ ସୁଦ୍ଧା ଗୋହିରାଟିକିରିକୁ ଏକ ଐତିହ୍ୟ ସ୍ଥଳରେ ପରିଣତ କରିବା ଦିଗରେ ସାମୂହିକ ଦାୟିତ୍ୱ ନେବାକୁ ଧର୍ମେନ୍ଦ୍ର ଆହ୍ଵାନ ଦେଇଛନ୍ତି ।
ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୦୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପାଣ୍ଠିରୁ ୧୫ କୋଟି ଟଙ୍କାରେ ହେବାକୁ ଥିବା ଧାମନଗର ମହାବିଦ୍ୟାଳୟ ବିକାଶ ପ୍ରକଳ୍ପ, ପର୍ଯ୍ୟଟନ ବିଭାଗ ପକ୍ଷରୁ ୨.୪୬ କୋଟିରେ ଗୋହିରାଟିକିରି ନିକଟ ସେନାପତିଆ ପୋଖରୀର ପାରିପାର୍ଶ୍ୱିକ ଉନ୍ନତିକରଣ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଲୁଣିଆ ସହିଦ ସ୍ମାରକୀ ପୀଠର ଉନ୍ନତିକରଣ ଓ ଗୋହିରାଟିକିରିଠାରେ ୫ କୋଟି ଟଙ୍କା ବ୍ୟୟରେ ଗୋହିରାଟିକିରି ଗବେଷଣା କେନ୍ଦ୍ର ଓ ଆର୍ଟ ଗ୍ୟାଲେରି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା । ସେହିପରି ଜଳସଂପଦ ବିଭାଗ ପକ୍ଷରୁ ୨୫.୮୫ କୋଟି ଟଙ୍କା ବ୍ୟୟରେ ହେବାକୁଥିବା ୧୦ ଟି ପ୍ରକଳ୍ପ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ୧୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୩ଟି ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେବାକୁ ଥିବା ୨୧.୨୫କୋଟି ଟଙ୍କାର ୩ଟି ପ୍ରକଳ୍ପ ଓ ଡ୍ରେନେଜ ବିଭାଗ ପକ୍ଷରୁ ୪.୧୧ କୋଟି ଟଙ୍କାରେ ହେବାକୁ ଥିବା ୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ଏଥିସହ ପଢ଼ନ୍ତୁ: 'ସରଳ ମଣିଷର ବିରଳ କାହାଣୀ'; ଖୁବଶୀଘ୍ର ଆସୁଛି ପ୍ରାଇଡ୍ ଅଫ୍ ଓଡ଼ିଶା-୨
ଅଞ୍ଚଳର ପୁରାତନ ଇତିହାସର ମୁକସାକ୍ଷୀ ଭାବେ ଦଣ୍ଡାୟମାନ ଅର୍ଜୁନ ଗଛ, ସେଠାରେ ବୃକ୍ଷମୂଳରେ ସ୍ଥାପିତ ମହାବୀର ହନୁମାନଙ୍କ ଭବ୍ୟ ପ୍ରତିମୂର୍ତ୍ତି ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଲାମଚାନ୍ଦ ପୋଖରୀ ଏବଂ ରାଣୀ ପୋଖରୀ ପରିଦର୍ଶନ କରିଥିଲେ । ଓଡ଼ିଶାର ଶେଷ ସ୍ୱାଧୀନ ରାଜା ବୀରବର ମୁକୁନ୍ଦଦେବଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ନିକଟସ୍ଥ ମଠ ଦର୍ଶନ ସହ ପରିସରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Topics
Explore more stories