|
logo
Live
Argus News App
GET APP

Argus News - 'ସରଳ ମଣିଷର ବିରଳ କାହାଣୀ'; ଖୁବଶୀଘ୍ର ଆସୁଛି ପ୍ରାଇଡ୍‌ ଅଫ୍ ଓଡ଼ିଶା-୨

Odisha

Pride of Odisha / 'ସରଳ ମଣିଷର ବିରଳ କାହାଣୀ'; ଖୁବଶୀଘ୍ର ଆସୁଛି ପ୍ରାଇଡ୍‌ ଅଫ୍ ଓଡ଼ିଶା-୨

Sushanta Sahoo
Browse all articles by Sushanta Sahoo
·4 months ago·2 min read
'ସରଳ ମଣିଷର ବିରଳ କାହାଣୀ'; ଖୁବଶୀଘ୍ର ଆସୁଛି ପ୍ରାଇଡ୍‌ ଅଫ୍ ଓଡ଼ିଶା-୨

Key Points

'ପ୍ରାଇଡ୍‌ ଅଫ୍ ଓଡ଼ିଶା' କାର୍ଯ୍ୟକ୍ରମ ହେଉଛି ଅର୍ଗସ୍ ନ୍ୟୁଜ୍‌ର ଏକ ସିରିଜ୍ ଯେଉଁଥିରେ, ସମାଜ ପ୍ରତି ବୁଦ୍ଧିମାନ ବ୍ୟକ୍ତିଙ୍କ ଯୋଗଦାନକୁ ଗୁରୁତ୍ଵ ଦିଆଯାଏ । ତୃଣମୂଳ ସ୍ତରରୁ ଅଧିକ ଭଲ ଲୋକଙ୍କୁ ଆଣିବା ପାଏ ଏହା ଏକ ପ୍ରୟାସ ଅଟେ ।

ଭୁବନେଶ୍ଵର: ଓଡ଼ିଶାର ଲୋକ, ସଂସ୍କୃତି ଏବଂ ଉପଲବ୍ଧିକୁ ନେଇ ଅର୍ଗସ୍ ନ୍ୟୁଜ୍‌ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ "ପ୍ରାଇଡ୍ ଅଫ୍ ଓଡ଼ିଶା" । ଏହି ପ୍ରୟାସର ଲକ୍ଷ୍ୟ ହେଉଛି- ଓଡ଼ିଆ ଲୋକଙ୍କ ପ୍ରେରଣାଦାୟୀ କାହାଣୀ, ଉତ୍ପାଦ ଏବଂ ସାଂସ୍କୃତିକ ବୈଭବକୁ ଲୋକଲୋଚନକୁ ଆଣିବା ସହ ଉପଲବ୍ଧିକୁ ନେଇ ଉତ୍ସବ ପାଳନ କରିବା ।

'ପ୍ରାଇଡ୍‌ ଅଫ୍ ଓଡ଼ିଶା' (Pride of Odisha) କାର୍ଯ୍ୟକ୍ରମ ହେଉଛି ଅର୍ଗସ୍ ନ୍ୟୁଜ୍‌ର ଏକ ସିରିଜ୍ ଯେଉଁଥିରେ, ସମାଜ ପ୍ରତି ବୁଦ୍ଧିମାନ ବ୍ୟକ୍ତିଙ୍କ ଯୋଗଦାନକୁ ଗୁରୁତ୍ଵ ଦିଆଯାଏ । ତୃଣମୂଳ ସ୍ତରରୁ ଅଧିକ ଭଲ ଲୋକଙ୍କୁ ଆଣିବା ପାଇଁ ଏହା ଏକ ପ୍ରୟାସ ଅଟେ । ଏହି ସିରିଜ୍‌ରେ ସାଧାରଣ ଲୋକଙ୍କ କାହାଣୀ ଓ ସଫଳତାକୁ ଦେଖନ୍ତି ଦର୍ଶକ ।

ଏଥିସହ ପଢ଼ନ୍ତୁ: ୧୫ ବର୍ଷର ପୁଅକୁ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଥିଲା ମାଆ; କେରଳରୁ ଆସିଲା ଚାଞ୍ଚଲ୍ୟକର ମାମଲା

ଏହି କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ପ୍ରସଙ୍ଗ ସହ ମଣିଷ ଚାହୁଁଥିବା କାହାଣୀ ରହିଛି । ଏହାର ଏକାଧିକ ଏପିସୋଡ୍ ପ୍ରସ୍ତୁତ ହୋଇ ସାରିଛି । 'ପ୍ରାଇଡ୍‌ ଅଫ୍ ଓଡ଼ିଶା' କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି- ଓଡ଼ିଶାର ଲୋକ ବିଶେଷକରି କାରିଗର, ଶିଳ୍ପୀଙ୍କ ଦକ୍ଷତାକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା । ଫଳରେ ପାରମ୍ପରିକ କଳା ବଞ୍ଚିବା ସହ ସେମାନଙ୍କୁ ରୋଜଗାର ମିଳିପାରିବ । ଏଥିରେ ସେହି ସାଧାରଣ ଲୋକଙ୍କ କାହାଣୀ ସ୍ଥାନ ପାଏ, ସମାଜ ପ୍ରତି ଯେଉଁମାନଙ୍କ ବଡ଼ ଅବଦାନ ରହିଛି ।

ଅର୍ଗସ୍ ନ୍ୟୁଜ୍‌ ସହ ଡିଜିଟାଲ୍ ପ୍ଲାଟଫର୍ମରେ 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିରିଜ୍ ପ୍ରସାରିତ ହୁଏ । ଟିଭିରେ ଅର୍ଗସ୍ ନ୍ଯୁଜ୍ ସହ ୟୁଟ୍ୟୁବ, ଫେସବୁକ୍‌ରେ ଆପଣ 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିରିଜ୍ ଦେଖିପାରିବେ । ଯେଉଁଥିରେ ସାକ୍ଷାତକାର, ସଫଳତା କାହାଣୀ ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । 'ପ୍ରାଇଡ୍‌ ଅଫ୍ ଓଡ଼ିଶା'ର ପ୍ରଥମ ସିଜିନକୁ ଦର୍ଶକୀୟ ଆଦୃତି ଓ ଭରପୂର ଭଲ ପାଇବା ପରେ ଅର୍ଗସ ନ୍ୟୁଜ୍‌ରେ ଖୁବଶୀଘ୍ର ଆସୁଛି 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2 ।

ଏଥିସହ ପଢ଼ନ୍ତୁ: 'ହିନ୍ଦୁ ନ ରହିଲେ ବିଶ୍ବ ରହିବନି...', ମଣିପୁରରେ ଏମିତି କାହିଁକି କହିଲେ ମୋହନ ଭାଗବତ


ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2ରେ ବିଶିଷ୍ଟ ଓଲିଉଡ୍ ଅଭିନେତ୍ରୀ ଅନୁ ଚୋଧୁରୀଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ପରିଚୟ କରାଇଛନ୍ତି ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷଙ୍କୁ । ଯେଉଁମାନଙ୍କ ଅବଦାନ ଆମ ସମାଜ ପାଇଁ ରହିଛି, ଲୋକଙ୍କ ଜୀବନକୁ ସରଳ କରି ଆନନ୍ଦର ରଙ୍ଗ ଭରିଛି । ଅର୍ଗସ୍ ନ୍ୟୁଜ୍ ମାଧ୍ୟମରେ ବିଶ୍ଵ ଜାଣିବ 'ସରଳ ମଣିଷର ବିରଳ କାହାଣୀ' ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pride of Odisha: 'ସରଳ ମଣିଷର ବିରଳ କାହାଣୀ'; ଖୁବଶୀଘ୍ର ଆସୁଛି ପ୍ରାଇଡ୍‌ ଅଫ୍ ଓଡ଼ିଶା-୨ | Argus News