Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚନ୍ଦ୍ରନାଥ ରଥଙ୍କ ହତ୍ୟାକୁ କଡ଼ା ନିନ୍ଦା କଲେ ଧର୍ମେନ୍ଦ୍ର ପ୍ରଧାନ, ଏହା ଟିଏମସିର ରକ୍ତାକ୍ତ ରାଜନୈତିକ ସଂସ୍କୃତିର ଆଉ ଏକ ଭୟଙ୍କର ଚିତ୍ର

Odisha

Dharmendra Pradhan Condemns / ଚନ୍ଦ୍ରନାଥ ରଥଙ୍କ ହତ୍ୟାକୁ କଡ଼ା ନିନ୍ଦା କଲେ ଧର୍ମେନ୍ଦ୍ର ପ୍ରଧାନ, ଏହା ଟିଏମସିର ରକ୍ତାକ୍ତ ରାଜନୈତିକ ସଂସ୍କୃତିର ଆଉ ଏକ ଭୟଙ୍କର ଚିତ୍ର

Bikash Mohanty
Browse all articles by Bikash Mohanty
·1 hour ago·2 min read
ଚନ୍ଦ୍ରନାଥ ରଥଙ୍କ ହତ୍ୟାକୁ କଡ଼ା ନିନ୍ଦା କଲେ ଧର୍ମେନ୍ଦ୍ର ପ୍ରଧାନ, ଏହା ଟିଏମସିର ରକ୍ତାକ୍ତ ରାଜନୈତିକ ସଂସ୍କୃତିର ଆଉ ଏକ ଭୟଙ୍କର ଚିତ୍ର
Dharmendra Pradhan

Key Points

ଚନ୍ଦ୍ରନାଥ ରଥଙ୍କ ହତ୍ୟାକୁ କଡା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଟିଏମସି ଗୁଣ୍ଡାଙ୍କ ଦ୍ବାରା କାପୁରୁଷୋଚିତ ହତ୍ୟାକାଣ୍ଡ
ଗଣତନ୍ତ୍ର ଉପରେ ଏକ ସିଧାସଳଖ ଆକ୍ରମଣ
୦୭/୦୫.ଭୁବନେଶ୍ବର: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟାକୁ କଡା ନିନ୍ଦା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିଏମସି ଗୁଣ୍ଡାଙ୍କ ଦ୍ୱାରା ନିର୍ମମ, ବର୍ବର ଏବଂ କାପୁରୁଷୋଚିତ ହତ୍ୟାକାଣ୍ଡ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସେ ଲେଖିଛନ୍ତି, ଶୁଭେନ୍ଦୁ ଅଧିକାରୀ ଜୀଙ୍କ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ନିର୍ମମ ହତ୍ୟା, ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ଟିଏମସି ଦ୍ୱାରା ଚାଲିଥିବା ରକ୍ତାକ୍ତ ରାଜନୈତିକ ସଂସ୍କୃତିର ଆଉ ଏକ ଭୟଙ୍କର ଚିତ୍ର। କେବଳ ଟିଏମସିର ଭୟ ଏବଂ ଧମକପୂର୍ଣ୍ଣ ରାଜନୀତି ଆଗରେ ମୁଣ୍ଡ ନ ନୁଆଇଁଥିବାରୁ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସମର୍ଥକମାନଙ୍କୁ ବାରମ୍ବାର ଟାର୍ଗେଟ୍ କରାଯାଉଛି, ଆକ୍ରମଣ କରାଯାଉଛି ଏବଂ ହତ୍ୟା କରାଯାଉଛି। ଏହା କୌଣସି ସାଧାରଣ ହିଂସା ନୁହେଁ, ବରଂ ଗଣତାନ୍ତ୍ରିକ ବିରୋଧୀଙ୍କୁ ଦମନ କରିବା ପାଇଁ ଏହା ଏକ ଯୋଜନାବଦ୍ଧ ଆତଙ୍କରାଜ।


ବଙ୍ଗଳା ଧୀରେ ଧୀରେ ଟିଏମସି ହାତରୁ ଖସିଯାଉଥିବାରୁ ମମତା ବାନାର୍ଜୀଙ୍କ ହତାଶା ଏବେ ଏହାର କୁତ୍ସିତ ରୂପ ଧାରଣ କରିଛି। ଗଣତାନ୍ତ୍ରିକ ଉପାୟରେ ବିଚାରଧାରା ଏବଂ ଜନବିଶ୍ୱାସର ମୁକାବିଲା କରିବାରେ ଅସମର୍ଥ ହୋଇ, ଟିଏମସି ବଙ୍ଗଳା ଉପରେ ନିଜର ଦୁର୍ବଳ ହେଉଥିବା କର୍ତ୍ତୃତ୍ୱକୁ ବଞ୍ଚାଇବା ପାଇଁ ଧମକ, ବର୍ବରତା ଏବଂ ରାଜନୈତିକ ରକ୍ତପାତର ସାହାରା ନେଉଛି। ଆଜି ରାଜ୍ୟ ଯାହା ପ୍ରତ୍ୟକ୍ଷ କରୁଛି, ତାହା ଗଣତନ୍ତ୍ର ଉପରେ ଏକ ସିଧାସଳଖ ଆକ୍ରମଣ, ଯେଉଁଠାରେ ଭିନ୍ନମତର ଉତ୍ତର ହିଂସା ମାଧ୍ୟମରେ ଦିଆଯାଉଛି ଏବଂ ରାଜନୈତିକ ଶତ୍ରୁତାକୁ ହତ୍ୟାର ବାହାନା ଭାବେ ବ୍ୟବହାର କରାଯାଉଛି।

ପଢନ୍ତୁ ଏହି ଖବର: କିଏ ଥିଲେ ଶୁଭେନ୍ଦୁଙ୍କ PA ଚନ୍ଦ୍ରନାଥ ରଥ ? ପଶ୍ଚିମବଙ୍ଗରେ ଭୟଙ୍କର ହତ୍ୟା

ଗଣତନ୍ତ୍ରରେ ହିଂସା ଏବଂ ପ୍ରତିଶୋଧର କୌଣସି ସ୍ଥାନ ନାହିଁ। ବଙ୍ଗଳାର ଜନସାଧାରଣ ଭୟ ଏବଂ ରକ୍ତପାତ ଉପରେ ଆଧାରିତ ଏହି ରାଜନୀତିକୁ ଆଉ ସହ୍ୟ କରିବେ ନାହିଁ। ପ୍ରତ୍ୟେକ ରାଜନୈତିକ ହିଂସା ଏବଂ ଏଥିପାଇଁ ଦାୟୀ ପ୍ରତ୍ୟେକ ବ୍ୟକ୍ତି, ସେ ଅପରାଧୀ ହୁଅନ୍ତୁ କିମ୍ବା ସେମାନଙ୍କର ସଂରକ୍ଷକ, ଆଇନ ଅନୁଯାୟୀ ସମସ୍ତଙ୍କୁ ଉତ୍ତରଦାୟୀ କରାଯିବ ବୋଲି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan Condemns | Dharmendra Pradhan Condemns Chandranath Rath Murder, Targets TMC Over Political Violence | Argus News