Who Is Chandranath Rath / କିଏ ଥିଲେ ଶୁଭେନ୍ଦୁଙ୍କ PA ଚନ୍ଦ୍ରନାଥ ରଥ ? ପଶ୍ଚିମବଙ୍ଗରେ ଭୟଙ୍କର ହତ୍ୟା
·4 months ago·2 min read

Key Points
କିଏ ଥିଲେ ଶୁଭେନ୍ଦୁ ଅଧିକାରୀଙ୍କ PA
ଗତକାଲି ରାତିରେ ଗୁଳି କରି ହୋଇଛି ହତ୍ୟା
ଗତକାଲି ରାତିରେ ଗୁଳି କରି ହୋଇଛି ହତ୍ୟା
ପଶ୍ଚିମବଙ୍ଗରେ ନିର୍ବାଚନୀ ପରେ ହିଂସାକାଣ୍ଡ । ବୁଧବାର ରାତିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA)ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ପରେ ପୂରା ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ଗୁଳିକାଣ୍ଡରେ ଶୁଭେନ୍ଦୁଙ୍କ ରାଇଟ୍ ହ୍ୟାଣ୍ଡ୍ କୁହାଯାଉଥିବା ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ମୃତ୍ୟୁ ଘଟିଛି । ବିଜେପି ଏହି ହତ୍ୟାକାଣ୍ଡ ପଛରେ ଟିଏମସିର ହାତ ଥିବା କହିଥିବାବେଳେ ଚନ୍ଦ୍ରନାଥଙ୍କ ମାଆ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି ।
ପୋଲିସ କହିଛି ଯେ ଉତ୍ତର ୨୪-ପ୍ରଗଣାର ମଧ୍ୟମଗ୍ରାମ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । କିଛି ଆକ୍ରମଣକାରୀ ବୁଧବାର ରାତିରେ ଚନ୍ଦ୍ରନାଥଙ୍କ ଗାଡ଼ି ନିକଟକୁ ଆସି ତାଙ୍କ ଉପରେ ଗୁଳି ଚାଳନା କରିଥିଲେ । ସେଥିରୁ ୩ଟି ଗୁଳି ଚନ୍ଦ୍ରନାଥଙ୍କ ମୁଣ୍ଡରେ ବାଜିଛି । କୋଲକାତାଠାରୁ ପ୍ରାୟ ୨୨ କିଲୋମିଟର ଦୂରରେ ଅବସ୍ଥିତ ମଧ୍ୟମଗ୍ରାମ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ହତ୍ୟାକାରୀ ଚନ୍ଦ୍ରନାଥଙ୍କ ଗାଡ଼ିର ପିଛା କରି ପ୍ରାୟ ୧୬ ରାଉଣ୍ଡ ଗୁଳି ଚଲାଇଥିଲେ । ଏହି ହତ୍ୟାକାଣ୍ଡରେ ଚନ୍ଦ୍ରନାଥଙ୍କ ଡ୍ରାଇଭରଙ୍କ ଦେହରେ ମଧ୍ୟ ଗୁଳି ବାଜିଛି । ତେବେ ଚନ୍ଦ୍ରନାଥ ଜଣେ ବାୟୁସେନା ଅଧିକାରୀ ଥିବାବେଳେ ସେ କିପରି ଶୁଭେନ୍ଦୁ ଅଧିକାରୀଙ୍କ ରାଇଟ୍ ହ୍ୟାଣ୍ଡ ସାଜିଥିଲେ ଆସନ୍ତୁ ଜାଣିବା ।

- କିଏ ଥିଲେ ଚନ୍ଦ୍ରନାଥ ରଥ ?
- କେମିତି ହେଲେ ଶୁଭେନ୍ଦୁଙ୍କ ରାଇଟ୍ ହ୍ୟାଣ୍ଡ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆସିଲା ଚନ୍ଦ୍ରନାଥ ମାଆଙ୍କ ପ୍ରତିକ୍ରିୟା; 'ଯଦି ମୋ ପୁଅ କୌଣସି ଦୁର୍ଘଟଣାରେ ମରିଥାନ୍ତା....
ଚନ୍ଦ୍ରନାଥ ରଥ, ଶୁଭେନ୍ଦୁଙ୍କ ସମସ୍ତ କାର୍ଯ୍ୟ ବୁଝୁଥିଲେ । ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ ଭବାନିପୁରରେ ବିଜେପି କର୍ମକର୍ତ୍ତା ଓ ଲୋକଙ୍କ ସହିତ ଯୋଡ଼ି ହେବାର ଗୁରୁ ଦାୟିତ୍ଵ ତାଙ୍କ କାନ୍ଧରେ ଥିଲା । ଏପରିକି ଚନ୍ଦ୍ରନାଥ ଶୁଭେନ୍ଦୁ ଅଧିକାରୀଙ୍କ ବିଶ୍ଵସ୍ତ ଥିବାବେଳେ ଶୁଭେନ୍ଦୁ ତାଙ୍କ ଉପରେ ଆଖିବୁଜି ବିଶ୍ଵାସ କରୁଥିଲେ । ଚନ୍ଦ୍ରନାଥଙ୍କ ବିୟୋଗ ତାଙ୍କ ପାଇଁ ଏକ ବଡ଼ କ୍ଷତି ବୋଲି ଶୁଭେନ୍ଦୁ କହିଛନ୍ତି ।
ଅଧିକ ଖବର ପଢନ୍ତୁ...

Related Topics
Explore more stories