Cycling Championship / 'ଫିଟ୍ ଇଣ୍ଡିଆ' ଲକ୍ଷ୍ୟ ହାସଲ ଦିଗରେ ସାଇକେଲିଂ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ: ଧର୍ମେନ୍ଦ୍ର ପ୍ରଧାନ
·7 months ago·3 min read

Key Points
ସମ୍ବଲପୁରର ନକ୍ସାପାଲିରୁ ଝାଙ୍କରପାଲି ପର୍ଯ୍ୟନ୍ତ ଏହି ସାଇକେଲ୍ ଯାତ୍ରା ଅନୁଷ୍ଠିତ ହେବ । ଓଡ଼ିଶା ସମେତ ସାରା ଭାରତବର୍ଷରୁ ଏହି ପ୍ରତିଯୋଗିତାରେ ପ୍ରାୟ ୮୫୦ରୁ ଅଧିକ ଚାଳକ ଏବଂ ୧୨୨ ଜଣ ଟିମ୍ ଅଧିକାରୀ ଅଂଶଗ୍ରହଣ କରିଛନ୍ତି, ଯାହା ଏକ ଶୁଭ ସଂକେତ ।
ସମ୍ବଲପୁର: ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ' ଆରମ୍ଭ କରି ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରହିବା ପାଇଁ ପ୍ରେରଣା ଦେଇ ଆସୁଛନ୍ତି । ଏହି 'ଫିଟ୍ ଇଣ୍ଡିଆ' ଲକ୍ଷ୍ୟ ହାସଲ ଦିଗରେ ସାଇକେଲିଂ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ସମ୍ବଲପୁରରେ '୩୦ତମ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିଅନସିପ୍-୨୦୨୫'ର ଉଦଘାଟନୀ ସମାରୋହରେ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "କଳା ଓ ସଂସ୍କୃତିର ସହର ସମ୍ବଲପୁରରେ ଆୟୋଜିତ '୩୦ତମ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିଅନସିପ୍- ୨୦୨୫' କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ହେଉଛି ଭାରତର ଶ୍ରେଷ୍ଠ ସାଇକେଲ ଚାଳକମାନଙ୍କ ପ୍ରତିଭାକୁ ଗୋଟିଏ ମଞ୍ଚରେ ଏକାଠି କରିବାର ମହାନ ଅବସର । ଏହି ଚାମ୍ପିଅନସିପ୍ ଡିସେମ୍ବର ୨ରୁ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୬ ପର୍ଯ୍ୟନ୍ତ ଚାଲିବ ।"
ଏଥିସହ ପଢ଼ନ୍ତୁ: ସାଇକେଲିଂ ଚାମ୍ପିୟନସିପ୍ ୨୦୨୫: ଦେଶର ୩୦ଟି ରାଜ୍ୟର ପ୍ରତିଯୋଗୀ ସାମିଲ
ସମ୍ବଲପୁରର ନକ୍ସାପାଲିରୁ ଝାଙ୍କରପାଲି ପର୍ଯ୍ୟନ୍ତ ଏହି ସାଇକେଲ୍ ଯାତ୍ରା ଅନୁଷ୍ଠିତ ହେବ । ଓଡ଼ିଶା ସମେତ ସାରା ଭାରତବର୍ଷରୁ ଏହି ପ୍ରତିଯୋଗିତାରେ ପ୍ରାୟ ୮୫୦ରୁ ଅଧିକ ଚାଳକ ଏବଂ ୧୨୨ ଜଣ ଟିମ୍ ଅଧିକାରୀ ଅଂଶଗ୍ରହଣ କରିଛନ୍ତି, ଯାହା ଏକ ଶୁଭ ସଂକେତ । ଏହି ଚାମ୍ପିଅନସିପ୍ର ମୁଖ୍ୟ ଲକ୍ଷ୍ୟ ହେଉଛି- ଯୁବପିଢିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଫିଟ୍ନେସ୍ ପାଇଁ ଉତ୍ସାହିତ କରିବା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
ସେ ଆହୁରି କହିଛନ୍ତି, "ଖେଳାଳିମାନେ ହେଉଛନ୍ତି ଦେଶର ବ୍ରାଣ୍ଡ୍ ଆମ୍ବାସାଡର୍ । ସେମାନଙ୍କର କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦେଶକୁ ଅନେକ ସଫଳତା ଦେଇଛି । ଜୀବନରେ କାର୍ଯ୍ୟ କରିବା ଯେପରି ଜରୁରି, ସେହିପରି ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଖେଳ ଏବଂ ଫିଟନେସ୍ ମଧ୍ୟ ଜରୁରୀ । ଏହି ଚାମ୍ପିଅନସିପ୍ରେ ଭାଗ ନେଇଥିବା ପ୍ରତିଯୋଗୀମାନେ କେବଳ ପ୍ରତିଯୋଗିତା କରନ୍ତୁ ନାହିଁ, ବରଂ ନିଜ ନିଜ ମଧ୍ୟରେ କ୍ରୀଡ଼ା ମନୋଭାବ ମଧ୍ୟ ବଜାୟ ରଖନ୍ତୁ ।
ଆଜି ଜାତୀୟ ଶିକ୍ଷା ନୀତି-୨୦୨୦ରେ ଖେଳ; ପାଠପଢ଼ାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି । ଏହି ଶିକ୍ଷା ନୀତିର ଲକ୍ଷ୍ୟ ହେଉଛି, ପିଲାମାନଙ୍କୁ ତୃଣମୂଳ ସ୍ତରରୁ ଆରମ୍ଭ କରି ଅଲିମ୍ପିକ୍ସ ପର୍ଯ୍ୟନ୍ତ ଏକ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ଯୋଗାଇ ଦେବା । ମା’ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ସମ୍ବଲପୁରରୁ ଆରମ୍ଭ ହେଉଥିବା ଏହି ଯାତ୍ରା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଭାରତର ସ୍ଥାନକୁ ମଜଭୁତ କରିବ । ଏହି ପ୍ରତିଯୋଗିତା କେବଳ ସମ୍ବଲପୁରର ପରିଚୟ ବଢ଼ାଇବ ନାହିଁ, ବରଂ ଆମର ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ସଂକଳ୍ପକୁ ମଧ୍ୟ ସୁଦୃଢ଼ କରିବ ଏବଂ ଅନ୍ୟମାନଙ୍କୁ ସାଇକେଲିଂ ଓ ଫିଟନେସ୍ ଆଡ଼କୁ ଆକର୍ଷିତ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଟନେଲ୍ ମଝିରେ ହଠାତ୍ ଅଟକିଗଲା ମେଟ୍ରୋ, ଚାରିଆଡ଼ ହୋଇଗଲା ଅନ୍ଧାର; ଯାତ୍ରୀ ହେଲେ ହଟହଟା
ଉଭୟ ପୁରୁଷ ଓ ମହିଳା ବିଭାଗର ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ୫ ଦିନ ଧରି ମାଆ ସମଲେଶ୍ୱରୀଙ୍କ ପୀଠ, ସନ୍ଥକବି ଭୀମ ଭୋଇଙ୍କ ପୀଠ ଶୂନ୍ୟବ୍ରହ୍ମ, ହୀରାକୁଦ ଡ୍ୟାମ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା, ଉଷାକୋଠି, ଦେବ୍ରିଗଡ଼ ଅଭୟାରଣ୍ୟ ଭଳି ସ୍ଥାନ ପରିଦର୍ଶନ କରିବା ପାଇଁ ସେ ପ୍ରତିଯୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ସମ୍ବଲପୁରର ସରସତିଆ ଓ ଅନ୍ୟ ଖାଦ୍ୟର ମଜା ନେବା ପାଇଁ ମଧ୍ୟ ଭିଡିଓ ବାର୍ତ୍ତା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହି ଆୟୋଜନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା ପ୍ରଶାସନ ତଥା ଏଥିରେ ନିୟୋଜିତ ସମସ୍ତ ଆୟୋଜକ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସମ୍ବଲପୁରରେ “୩୦ତମ ନ୍ୟାସନାଲ ରୋଡ୍ ସାଇକେଲିଂ ଚାମ୍ପିୟନସିପ୍ – ୨୦୨୫” ଶୁଭାରମ୍ଭ ଅବସରରେ ଶୁଭେଚ୍ଛା । ଏହି ଚାମ୍ପିୟନସିପ୍ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ହେଉଛି ଭାରତର ଶ୍ରେଷ୍ଠ ସାଇକେଲ ଚାଳକମାନଙ୍କ ପ୍ରତିଭାକୁ ଗୋଟିଏ ମଞ୍ଚରେ ଏକାଠି କରିବାର ମହାନ ଅବସର । ଆଜିର ଆୟୋଜନ ପାଇଁ ମୁଁ ସମ୍ବଲପୁର ଜିଲ୍ଲା ପ୍ରଶାସନ, @cfiindia_ ,… pic.twitter.com/3fxpq7LQqw
— Dharmendra Pradhan (@dpradhanbjp) December 2, 2025
ସେ ଆହୁରି କହିଛନ୍ତି, "ଖେଳାଳିମାନେ ହେଉଛନ୍ତି ଦେଶର ବ୍ରାଣ୍ଡ୍ ଆମ୍ବାସାଡର୍ । ସେମାନଙ୍କର କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ଦେଶକୁ ଅନେକ ସଫଳତା ଦେଇଛି । ଜୀବନରେ କାର୍ଯ୍ୟ କରିବା ଯେପରି ଜରୁରି, ସେହିପରି ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଖେଳ ଏବଂ ଫିଟନେସ୍ ମଧ୍ୟ ଜରୁରୀ । ଏହି ଚାମ୍ପିଅନସିପ୍ରେ ଭାଗ ନେଇଥିବା ପ୍ରତିଯୋଗୀମାନେ କେବଳ ପ୍ରତିଯୋଗିତା କରନ୍ତୁ ନାହିଁ, ବରଂ ନିଜ ନିଜ ମଧ୍ୟରେ କ୍ରୀଡ଼ା ମନୋଭାବ ମଧ୍ୟ ବଜାୟ ରଖନ୍ତୁ ।
ଆଜି ଜାତୀୟ ଶିକ୍ଷା ନୀତି-୨୦୨୦ରେ ଖେଳ; ପାଠପଢ଼ାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି । ଏହି ଶିକ୍ଷା ନୀତିର ଲକ୍ଷ୍ୟ ହେଉଛି, ପିଲାମାନଙ୍କୁ ତୃଣମୂଳ ସ୍ତରରୁ ଆରମ୍ଭ କରି ଅଲିମ୍ପିକ୍ସ ପର୍ଯ୍ୟନ୍ତ ଏକ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ଯୋଗାଇ ଦେବା । ମା’ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ସମ୍ବଲପୁରରୁ ଆରମ୍ଭ ହେଉଥିବା ଏହି ଯାତ୍ରା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଭାରତର ସ୍ଥାନକୁ ମଜଭୁତ କରିବ । ଏହି ପ୍ରତିଯୋଗିତା କେବଳ ସମ୍ବଲପୁରର ପରିଚୟ ବଢ଼ାଇବ ନାହିଁ, ବରଂ ଆମର ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ସଂକଳ୍ପକୁ ମଧ୍ୟ ସୁଦୃଢ଼ କରିବ ଏବଂ ଅନ୍ୟମାନଙ୍କୁ ସାଇକେଲିଂ ଓ ଫିଟନେସ୍ ଆଡ଼କୁ ଆକର୍ଷିତ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଟନେଲ୍ ମଝିରେ ହଠାତ୍ ଅଟକିଗଲା ମେଟ୍ରୋ, ଚାରିଆଡ଼ ହୋଇଗଲା ଅନ୍ଧାର; ଯାତ୍ରୀ ହେଲେ ହଟହଟା
ଉଭୟ ପୁରୁଷ ଓ ମହିଳା ବିଭାଗର ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ୫ ଦିନ ଧରି ମାଆ ସମଲେଶ୍ୱରୀଙ୍କ ପୀଠ, ସନ୍ଥକବି ଭୀମ ଭୋଇଙ୍କ ପୀଠ ଶୂନ୍ୟବ୍ରହ୍ମ, ହୀରାକୁଦ ଡ୍ୟାମ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା, ଉଷାକୋଠି, ଦେବ୍ରିଗଡ଼ ଅଭୟାରଣ୍ୟ ଭଳି ସ୍ଥାନ ପରିଦର୍ଶନ କରିବା ପାଇଁ ସେ ପ୍ରତିଯୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ସମ୍ବଲପୁରର ସରସତିଆ ଓ ଅନ୍ୟ ଖାଦ୍ୟର ମଜା ନେବା ପାଇଁ ମଧ୍ୟ ଭିଡିଓ ବାର୍ତ୍ତା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହି ଆୟୋଜନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା ପ୍ରଶାସନ ତଥା ଏଥିରେ ନିୟୋଜିତ ସମସ୍ତ ଆୟୋଜକ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories