Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାର ଆସୋସିଏସନର କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ 

Manini Pattanayak
Browse all articles by Manini Pattanayak
·2 years ago·1 min read
ବାର ଆସୋସିଏସନର କର୍ମକର୍ତ୍ତାଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ 

ସମ୍ବଲପୁର : ସମ୍ବଲପୁର ସ୍ଥିତ ଜିଲ୍ଲା ବାର ଆସୋସିଏସନର କର୍ମ କର୍ତ୍ତା ମାନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ବାର ଆସୋସିଏସନ ରେ  ଅନୁଭବି ଓ ଗୁରୁଜନ ସିନିୟର୍ ଓକିଲ ସହ ଦେଖା ହେବା ସହ ଏହି ଅଞ୍ଚଳର ଅନେକ ବିକାଶ ନିମନ୍ତେ ଉପଦେଶ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। । ଲୋକସଭା ପ୍ରାର୍ଥୀ ନିମନ୍ତେ ତାଙ୍କର ଯେଉଁ ଅପେକ୍ଷା ରହିଛି ହାଇକୋର୍ଟ ବେଞ୍ଚ ଗଠନ ହେଉ କିମ୍ବା କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଯୋଜନା ଗୁଡ଼ିକର ବ୍ରାଞ୍ଚ ହୋଇ ପାରିବ ସେ ସବୁ ଆଲୋଚନା ହେଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ ଗୁଡ଼ିଏ ବିକାଶ ମୂଳକ କାର୍ଯ୍ୟ ହେଉଛି ସମ୍ବଲପୁରକୁ କେମିତି ଭାରତବର୍ଷ ର ଏକ ଅଗ୍ରଣୀ ଅଞ୍ଚଳ ଭାବେ ତିଆରି କରିବା ଏଠିକାର ଯୁବକ ମାନଙ୍କ ମଧ୍ୟରେ ରୋଜଗାର  ହେଉ କି ଏଠିକାର ସାମାଜିକ ଜୀବନ ଓ ଅର୍ଥନୀତି ସୃଦୃଢ଼ କିପରି ହେବ ସେ ନେଇ ପରାମର୍ଶ ଦେଲେ । ସେସବୁ କୁ ମୁଁ ଭଲରେ ଗ୍ରହଣ କଲି । ମୁଁ ଆଗାମୀ ଦିନରେ ଏ ପ୍ରକାର ପରାମର୍ଶ ଓ ଆଲୋଚନା କୁ ଅପେକ୍ଷା ରଖିବି। ପୁଣି ଥରେ ବାର କୁ ଆସିବି । ସମ୍ବଲପୁର ବାର ରେ ଭଲ ସଂଖ୍ୟକ ଯୁବକ ଓ ମହିଳା ଭଉଣୀ ମାନେ ଓକିଲ ଭାବେ ଯୋଗ ଦେଇଛନ୍ତି । ଯାହା ଏକ ଭଲ ଲକ୍ଷଣ। ଆହୁରି ବଢିବା ଦରକାର। ସମ୍ବଲପୁର ଏକ ପ୍ରମୁଖ ଅଞ୍ଚଳ ଆମ ଦେଶର। ଆମ ସଂସ୍କୃତି ଓ ସଭ୍ୟତା ର କେନ୍ଦ୍ର।   
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan discussed with the workers of Bar Association | Argus News