|
logo
Live
Argus News App
GET APP

Argus News - ଚଷା ସମାବେଶରେ ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି, ଶେଷ ରକ୍ତ ବିନ୍ଦୁଥିବା ଯାଏ ଅଧିକାର ପାଇଁ ଲଢ଼େଇ କରିବି

Odisha

Dharmendra Pradhan / ଚଷା ସମାବେଶରେ ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି, ଶେଷ ରକ୍ତ ବିନ୍ଦୁଥିବା ଯାଏ ଅଧିକାର ପାଇଁ ଲଢ଼େଇ କରିବି

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ଚଷା ସମାବେଶରେ ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି, ଶେଷ ରକ୍ତ ବିନ୍ଦୁଥିବା ଯାଏ ଅଧିକାର ପାଇଁ ଲଢ଼େଇ କରିବି
Dharmendra Pradhan

Key Points

ରାଜ୍ୟସ୍ତରୀୟ ଚଷା ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି...କହିଲେ, ଶେଷ ରକ୍ତ ବିନ୍ଦୁଥିବା ଯାଏ ଅଧିକାର ପାଇଁ ଲଢ଼େଇ କରିବି...ଚଷାଙ୍କ ହକ୍ ପାଇଁ ହଳିଆ ହେବି ।
ଆଠମଲ୍ଲିକ ବାମୁରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚଷା ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି । ଶେଷ ରକ୍ତ ବିନ୍ଦୁଥିବା ଯାଏ ଅଧିକାର ପାଇଁ ଲଢେଇ କରିବି । ଚଷାଙ୍କ ହକ୍ ପାଇଁ ହଳିଆ ହେବି । ଆକାଂକ୍ଷାକୁ ବଡ଼ କରିବାକୁ ପଡିବ । ଚଷା ସମାଜ ନେତୃତ୍ୱ ନେବ ।

ଚାଷ କାମ ଯାହାର, କେଡେ ସୁଖ ତାହାର, ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର । ଚଷା ପୁଅ ବଢିଲେ ସମାଜ ବଢିବ । ଚଷା ପୁଅ ହସିଲେ ଦୁନିଆ ହସିବେ । ଆଉ ଚଷା ପୁଅ ଶିକ୍ଷିତ ହେଲେ ଦୁନିଆ ଆଗେଇବ । ଏମିତି ବାର୍ତ୍ତା ଦେଇ କୃଷିକୁ ରୋଜଗାର ଆଧାର ବନାଇବା ପାଇଁ ଆଠମଲ୍ଲିକ ବାମୁରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଚଷା ସମାବେଶରେ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ କହିଛନ୍ତି ରାଜ୍ୟର ୧୩ଟି ସବଡିଭିଜନରେ ପଟ୍ଟାରେ ଲେଖାଥିବା ଚଷା ରହିଛନ୍ତି । ଆଉ ଏମାନେ ସମାଜରେ ନେତୃତ୍ୱ ନେବାର ଆବଶ୍ୟକତା ଅଛି । ଚଷା ସମାଜ ପକ୍ଷରୁ ଯେଉଁ ବାର୍ତ୍ତା ଦିଆଯାଇଛି ଏହାକୁ ନେଇ ମୁଁ ନିଜେ ହଳିଆ ଭାବେ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଁଞ୍ଚାଇବି । ଚଷାମାନଙ୍କର ରହିଥିବା ହକ୍ ଅଧିକାର ପାଇଁ ମୋର ଶେଷ ରକ୍ତବିନ୍ଦୁ ଥିବା ଯାଏ ଲଢେଇ କରିବି ବୋଲି କହିଛନ୍ତି । ଆଉ ଚଷା ସମାଜର ମା' ଭଉଣୀମାନଙ୍କୁ ଆଗକୁ ନେବା ସହ ସିକିଲ୍ ସେଲ୍ କଥା କହି ଉଦବେଗ ପ୍ରକାଶ କରିଛନ୍ତି ।


ସେହିପରି ଏହି ସମାବେଶରେ ଯୋଗଦେଇ ଦଳମତ ନିର୍ବିଶେଷରେ ସମସ୍ତେ ଚାଷୀଙ୍କ ହକ୍ କଥା କହିବା ସହ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସେପଟେ ଖୋଦ୍ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ନେଇ ଖୁସି ପ୍ରକଟ କରିଛନ୍ତି ଯୋଗଦେଇଥିବା ଚଷା ସମାବେଶର ପ୍ରତିନିଧି ମାନେ ।

ଚାଷୀ ଆଗେଇଲେ ଦେଶ ଆଗେଇବ । ଆଉ ଚଷାଚାଷୀଙ୍କ ହକ୍ ଓ ଅଧିକାର ପାଇଁ ଗୁଣ୍ଡୁଚି ମୂଷା ଭାବେ ମୋର କାର୍ଯ୍ୟ କରିବି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan: ଚଷା ସମାବେଶରେ ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି, ଶେଷ ରକ୍ତ ବିନ୍ଦୁଥିବା ଯାଏ ଅଧିକାର ପାଇଁ ଲଢ଼େଇ କରିବି | Argus News