Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମ୍ବଲପୁର ହେଉଛି ଅପାର ସମ୍ଭାବନାର ଅଞ୍ଚଳ ଏବଂ ଏହି ମାଟିର ସର୍ବାଙ୍ଗୀନ ବିକାଶ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ: ଧର୍ମେନ୍ଦ୍ର ପ୍ରଧାନ

Odisha

Dharmendra Pradhan Inaugurates / ସମ୍ବଲପୁର ହେଉଛି ଅପାର ସମ୍ଭାବନାର ଅଞ୍ଚଳ ଏବଂ ଏହି ମାଟିର ସର୍ବାଙ୍ଗୀନ ବିକାଶ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ: ଧର୍ମେନ୍ଦ୍ର ପ୍ରଧାନ

Bikash Mohanty
Browse all articles by Bikash Mohanty
·1 hour ago·2 min read
 ସମ୍ବଲପୁର ହେଉଛି ଅପାର ସମ୍ଭାବନାର ଅଞ୍ଚଳ ଏବଂ ଏହି ମାଟିର ସର୍ବାଙ୍ଗୀନ ବିକାଶ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ: ଧର୍ମେନ୍ଦ୍ର ପ୍ରଧାନ
Dharmendra Pradhan

Key Points

ସମ୍ବଲପୁରରେ ୧୯୪ କୋଟିର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ
ଲୋକାର୍ପଣ ଓ ଶିଳାନ୍ୟାସ କଲେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନାକଟିଦେଉଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ଏବଂ ମିନି ଷ୍ଟାଡିୟମ ପାଇଁ ଶିଳାନ୍ୟାସ
ରାମପୁର-ଗିରିଶଚନ୍ଦ୍ରପୁର ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ହେବ ଉନ୍ନତିକରଣ
ଆକାଂକ୍ଷୀ ବ୍ଲକ ଭାବେ ନାକଟିଦେଉଳର ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଆମର ଲକ୍ଷ୍ୟ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ

ସମ୍ବଲପୁର: ୧୦/୦୫: ସମ୍ବଲପୁର ହେଉଛି ଅପାର ସମ୍ଭାବନାର ଅଞ୍ଚଳ ଏବଂ ଏହି ମାଟିର ସର୍ବାଙ୍ଗୀନ ବିକାଶ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ଏହି ସଂକଳ୍ପକୁ ପାଥେୟ କରି ରେଢଖୋଲ ନିର୍ବାଚନମଣ୍ଡଳୀର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆଜି ପ୍ରାୟ ୧୯୪ କୋଟି ଟଙ୍କାର ୪୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଆର୍ଥିକ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନାକଟିଦେଉଳରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରର ମାଟି ହେଉଛି ବୀର ସଂଘର୍ଷର ମାଟି । ଏହି ମାଟିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଧୁ ଗଡ଼ତିଆ ଇଂରେଜମାନଙ୍କ ବିରୁଦ୍ଧରେ ସାଲିସବିହୀନ ଲଢେଇ କରିଥିଲେ ଏବଂ ସ୍ୱାଭିମାନ ସହ ବୁଝାମଣା ନକରି ଦେଶମାତୃକା ପାଇଁ ନିଜର ବଳିଦାନ ଦେଇଥିଲେ । ତାଙ୍କର ବୀରତ୍ୱ, ଶୈର୍ଯ୍ୟ ଓ ପରାକ୍ରମ ଅତୁଳନୀୟ । ସେ କହିଛନ୍ତି, ମା’ ସମଲେଇଙ୍କ ଆଶୀର୍ବାଦରୁ ଆଜି ରେଢାଖୋଲ, ନାକଟିଦେଉଳ ଏବଂ ଯୁଯୁମୁରା ବ୍ଲକର ଉନ୍ନତି ପାଇଁ ପ୍ରାୟ ୯.୧୭ କୋଟି ଟଙ୍କାର ୧୭ଟି ପ୍ରକଳ୍ପ ଲୋକାର୍ପିତ ହୋଇଥିବା ବେଳେ ପ୍ରାୟ ୧୮୪.୬୯ କୋଟି ଟଙ୍କାର ୩୧ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ହୋଇଛି ।

ପଢନ୍ତୁ ଏହି ଖବର: ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ ୨୦୨୬’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

୮.୩୦ କୋଟି ଟଙ୍କା ବ୍ୟୟରେ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍‌ର ବିକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନାକଟିଦେଉଳ ଠାରେ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ କମ୍ୟୁନିଟି ହେଲଥ୍ ସେଣ୍ଟର ଭବନର ନୂତନ ଗୃହ ସହ ବିପିଏଚୟୁ ୟୁନିଟ୍ ପାଇଁ ଶିଳାନ୍ୟାସ ହୋଇଛି । ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୧୬.୧୦ କୋଟି ଟଙ୍କା ବ୍ୟୟରେ ଏକ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି । ୪୭.୨୪ କୋଟି ଟଙ୍କା ବ୍ୟୟରେ ରେଢାଖୋଲ ବ୍ଲକ ଅଧୀନରେ ଆସୁଥିବା ରାମପୁର-ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ଆହୁରି ସହଜ କରିବ ।ସେହିପରି ରେଢାଖୋଲରେ ସବ୍-ଡିଭିଜନାଲ ଭେଟେରିନାରୀ ହସ୍ପିଟାଲ ଓ ଚାରମାଳ ଠାରେ ଭେଟେରିନାରୀ ଡିସପେନ୍ସାରୀ ଏବଂ ଯୁଯୁମୁରା ବ୍ଲକରେ ଚାମୁଣ୍ଡା-ବୁର୍ଦ୍ଦା ଓ ଏନଏଚ-୬ରୁ ମରାଙ୍ଗାବାହାଲ ରାସ୍ତାର ଉନ୍ନତିକରଣ ସହ ସରାପାଲି ଓ ଜାମୁଝରିଠାରେ ନୂତନ ମାର୍କେଟ କମ୍ପ୍ଲେକ୍ସ ବିକାଶ କାର୍ଯ୍ୟକୁ ଗତିଶୀଳ କରିବ ।

ନାକଟିଦେଉଳ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ଭାରତ ସରକାର ଏହାକୁ 'ଆକାଂକ୍ଷୀ ବ୍ଲକ' ଭାବେ ଚୟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅଞ୍ଚଳରେ ଦୁଗ୍ଧ ଚାଷ, ପନିପରିବା ଓ ଆମ୍ବ ଚାଷକୁ ବ୍ୟାପକ କରି ସ୍ଥାନୀୟ ଚାଷୀଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ରେଢାଖୋଲ, ନାକଟିଦେଉଳ ଏବଂ ଯୁଯୁମୁରା ସମେତ ସମଗ୍ର ସମ୍ବଲପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଆମର ମୁଖ୍ୟ ଲକ୍ଷ୍ୟ ବୋଲି ସେ ଦୋହରାଇଛନ୍ତି। ଏହି ବିକାଶମୂଳକ କାର୍ଯ୍ୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶା ସରକାରଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ରେଢାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan Inaugurates | Dharmendra Pradhan Inaugurates and Launches ₹194 Crore Projects in Sambalpur | Argus News