Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ ୨୦୨୬’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

National

Dharmendra Pradhan / ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ ୨୦୨୬’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ ୨୦୨୬’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
Dharmendra Pradhan

Key Points

ଜାତୀୟ ରାଜଧାନୀରେ IIT ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’
ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
୨୦୪୭ ସୁଦ୍ଧା ଗ୍ଲୋବାଲ ସାଉଥ୍ ପାଇଁ ମଡେଲ ସାଜିବ ଭାରତ
ଲୋକଙ୍କ ସମସ୍ୟା ଦୂର କରିବା ହିଁ ପ୍ରକୃତ ଇନୋଭେସନ୍ । କାଗଜପତ୍ର, ପେଟେଣ୍ଟ କିମ୍ବା ଆଇପିଓ ମାଧ୍ୟମରେ ପ୍ରଗତିକୁ ମାପିବାର ସମୟ ଏବେ ଶେଷ ହୋଇଛି ବୋଲି ଆଜି ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀକୁ ବୁଲି ଦେଖିଲେ
ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗବେଷଣା, ବିକାଶ(ଆର ଆଣ୍ଡ୍ ଡି) ଏବଂ ନବାଚାର ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ତିଆରି କରିଛନ୍ତି । ବର୍ତ୍ତମାନ ଦେଶରେ ସରକାର ଗବେଷଣାକୁ ବିଶେଷ ଭାବରେ ପ୍ରୋତ୍ସାହନ ଦେଉଛନ୍ତି । ତେବେ ଆଗାମୀ ଦିନରେ ଶିଳ୍ପ ସଂସ୍ଥା ଏବଂ ସରକାରଙ୍କ ମଧ୍ୟରେ ଭାଗିଦାରୀ ରହିଲେ ହିଁ ଭାରତର ଇନୋଭେସନ ବ୍ୟବସ୍ଥା ଅନ୍ତର୍ଜାତୀୟ ସ୍ତରର ହୋଇପାରିବ ।"


କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଇଆଇଟି ମାଡ୍ରାସ ଦ୍ୱାରା ‘ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ ଢାଞ୍ଚା ଅଧୀନରେ ପ୍ରତିଷ୍ଠିତ ୧୫ଟି ଉତ୍କର୍ଷ କେନ୍ଦ୍ରର ଗବେଷଣା ଭିତ୍ତିଭୂମି ଉପରେ ଆଧାରିତ । ଏଠାରେ ସ୍ୱାସ୍ଥ୍ୟସେବା ଏବଂ ସ୍ଥାୟୀ ବିକାଶଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ଉର୍ଜା ଏବଂ ଅତ୍ୟାଧୁନିକ ସାମଗ୍ରୀ ପର୍ଯ୍ୟନ୍ତ ସାମାଜିକ ଆହ୍ୱାନଗୁଡ଼ିକର ସିଧାସଳଖ ସମାଧାନ କରୁଥିବା ପ୍ରଯୁକ୍ତିବିଦ୍ୟାଗୁଡ଼ିକୁ ପ୍ରଦର୍ଶିତ କରାଯାଉଛି ।

  • 'ଗ୍ଲୋବାଲ ସାଉଥ୍ ପାଇଁ ମଡେଲ ସାଜିବ ଭାରତ '
“ଫର୍ମ ଆଇଆଇଟିଏମ ଫର୍ ଭାରତ. ବଲ୍ଡିଂ ଟୁଗେଦର” ଶୀର୍ଷକ ବିଷୟବସ୍ତୁ ବାସ୍ତବରେ ଆତ୍ମନିର୍ଭର ଭାରତକୁ ପ୍ରତିଫଳିତ କରୁଛି । ସେ ଆହୁରି କହିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବା ସହ ବିଶ୍ୱର ପ୍ରଗତିଶୀଳ ରାଷ୍ଟ୍ର ବା 'ଗ୍ଲୋବାଲ ସାଉଥ୍' ପାଇଁ ଏକ ମଡେଲ ସାଜିବ । ଏଥିପାଇଁ ଆମର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ସେମାନଙ୍କ ଗବେଷଣାକୁ ବ୍ୟବସାୟିକ ଭାବେ ସଫଳ ଓ ସାମାଜିକ ଭାବେ ଗ୍ରହଣୀୟ କରିବାକୁ ପଡ଼ିବ ।

ପଢନ୍ତୁ ଏହି ଖବର: ବିଶ୍ୱବିଦ୍ୟାଳୟଗୁଡ଼ିକ 'ଭବନ ନିର୍ମାଣ' ନୁହେଁ, 'ଭାବନା ନିର୍ମାଣ' ଉପରେ ଗୁରୁତ୍ୱ ଦେବା ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ

ଏହି ସମ୍ମିଳନୀରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି. କାମାକୋଟି, ଶିକ୍ଷା ସଚିବ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ପରିଶେଷରେ ମନ୍ତ୍ରୀ ସମ୍ମିଳନୀ ପରିସରରେ ଆୟୋଜିତ ଏକ ବୃହତ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଯୁବ ଗବେଷକମାନଙ୍କୁ ଉତ୍ସାହିତ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Visits IIT Madras Tech Summit 2026 in New Delhi | Argus News