Dharmendra Pradhan / ସମ୍ବଲପୁରରେ ୩୭୫ କୋଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
·3 hours ago·3 min read

Key Points
‘ଓଡ଼ିଆ ନବବର୍ଷ’ରେ କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ସମ୍ବିଧାନ ପ୍ରଣେତା ବାବାସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲା କୁଚିଣ୍ଡା, ବାମରା ଏବଂ ଜମନକିରା ଅଞ୍ଚଳ ପାଇଁ ଏକ ବଡ଼ ବିକାଶର ଭେଟି ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି ଅଞ୍ଚଳ ଗସ୍ତ ସମୟରେ ପ୍ରାୟ ୩୭୫ କୋଟି ୩୬ ଲକ୍ଷ ଟଙ୍କା ମୂଲ୍ୟର ୭୮ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ସହ ଲାଭାର୍ଥୀଙ୍କୁ ସରକାରୀ ଯୋଜନା ହସ୍ତାନ୍ତର କରିଛନ୍ତି ।
- କୁଚିଣ୍ଡାରେ ଖୋଲିବ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ
- ନୂତନ କମ୍ୟୁନିଟି ସେଣ୍ଟର ଲୋକାର୍ପିତ
କୁଚିଣ୍ଡା, ବାମରା ଏବଂ ଜମନକିରାକୁ ଡବଲ ଇଞ୍ଜିନ ସରକାରର ୩୭୫ କୋଟିର ଓଡ଼ିଆ ନୂଆବର୍ଷର ଉପହାର
— Dharmendra Pradhan (@dpradhanbjp) April 14, 2026
କୁଚିଣ୍ଡା, ବାମରା ଏବଂ ଜମନକିରାବାସୀଙ୍କ ପାଇଁ ପ୍ରାୟ ୩୭୫ କୋଟି ୩୬ ଲକ୍ଷ ଟଙ୍କା ମୂଲ୍ୟର ୭୮ ଗୋଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲି । ଏହି ପ୍ରକଳ୍ପଗୁଡ଼ିକ କୁଚିଣ୍ଡା ଉପଖଣ୍ଡର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ… pic.twitter.com/4Nlri2BDnB
- 'ସୁନ୍ଦର ଓ ସୁସ୍ଥ କୁଚିଣ୍ଡା ଗଠନ କରିବା ଲକ୍ଷ୍ୟ'
- ଫୋକସରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି ଉନ୍ନତି
- ମହିଳାଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ଵ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories