Videos
|
Odisha

Narendra Modi Birthday / ''ପ୍ରଧାନ ସେବକ ଭାବେ ନିଜକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି'': ଧର୍ମେନ୍ଦ୍ର ପ୍ରଧାନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
''ପ୍ରଧାନ ସେବକ ଭାବେ ନିଜକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି'': ଧର୍ମେନ୍ଦ୍ର ପ୍ରଧାନ
Narendra Modi Birthday

Key Points

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ସେବା ସଂକଳ୍ପ ଅଭିଯାନ
ଜନସେବାରୁ ଦେଶସେବା ପର୍ଯ୍ୟନ୍ତ ୨୫ ବର୍ଷର ସମର୍ପିତ ଜୀବନ ରାଷ୍ଟ୍ରସେବାର ପ୍ରେରଣା
ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ ପାଇଁ ଦୀପ ପ୍ରଜ୍ଜ୍ବଳନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ସମ୍ବଲପୁରରେ ମାରାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜିଠାରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସେବ୍ୟାପୀ 'ସେବା ସଂକଳ୍ପ ଅଭିଯାନ' ଆରମ୍ଭ ହୋଇଛି । ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ଜନସେବାରୁ ଦେଶସେବା ପର୍ଯ୍ୟନ୍ତ ୨୫ ବର୍ଷ ତାଙ୍କର ସମର୍ପିତ ଜୀବନ ରାଷ୍ଟ୍ରସେବାର ଅନନ୍ୟ ପ୍ରେରଣା । ମୋଦିଙ୍କ ଜନ୍ମ ଦିନ ଅବସରରେ ସମ୍ବଲପୁର ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର । 'ସେବା ପକ୍ଷ' ଅନ୍ତର୍ଗତ ଏହି ମହତ ପ୍ରୟାସରେ ସାମିଲ ହୋଇ ରକ୍ତଦାନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ରେମେଡ଼ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ପଢୁଥିବା ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ବିତରଣ କରାଯାଇଥିଲା । ମା’ ଭଉଣୀ, ଅଙ୍ଗନବାଡ଼ି କର୍ମଚାରୀ, ସହାୟିକା, ଅଙ୍ଗନବାଡ଼ି କେନ୍ଦ୍ରରେ ପଢୁଥିବା ଶିଶୁମାନଙ୍କର ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ ସମ୍ବଲପୁର ସାଂସଦ ।

ବର୍ତ୍ତମାନ ସମୟରେ ଆମର ଶିଶୁମାନଙ୍କୁ ସୁସ୍ଥ ରଖିବା ପାଇଁ ଜନ୍ମଠାରୁ ପଢ଼ିବା ପର୍ଯ୍ୟନ୍ତ ସେମାନଙ୍କ ପୋଷଣ ଉପରେ ଧ୍ୟାନ ଦେବାକୁ ହେବ । ପ୍ୟାକେଟ୍ ଓ ଜଙ୍କ୍ ଫୁଡ୍ ବନ୍ଦ କରି ଫଳ, ଜାଉ, ଖିରି ଭଳି ଦେଶୀ ଓ ପୁଷ୍ଟିକର ଖାଦ୍ୟ ଦେବା ସହ ପରିବେଶ ସ୍ୱଚ୍ଛ ରଖିବା ପାଇଁ ସଚେତନତା ସୃଷ୍ଟି କରିବାକୁ ହେବ । ଏହି ଅବସରରେ 'ନବମ ରାଷ୍ଟ୍ରୀୟ ପୋଷଣ ମାସ' ନିମନ୍ତେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ମୋଦିଙ୍କ ଜନ୍ମଦିନ ଅବସରରେ ଶିଶୁମାନଙ୍କ ସୁସ୍ଥ ଭବିଷ୍ୟତ ପାଇଁ ସମସ୍ତେ ସଂକଳ୍ପ କରିବାକୁ ଅପିଲ୍ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ସେବା ସକଳ୍ପ ଅଭିଯାନରେ ଜିଏମ୍ କଲେଜ ପରିସରେରେ ସୋଲାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ୧୫୫୨ ହିତାଧିକାରୀଙ୍କୁ ସାମିଲ କରାଯାଇଥିଲା । ଏଥିସହ ଦିବ୍ୟାଙ୍ଗମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦବୀ ନୁହେଁ, ଜନସେବା ହିଁ ଶାସନର ମୂଳ ଲକ୍ଷ୍ୟ କରି ଶାସନ ଭାର ସମ୍ଭାଳିଛନ୍ତି । ନିଜକୁ 'ପ୍ରଧାନ ସେବକ' ଭାବେ ସମର୍ପିତ କରି ଦେଶକୁ ଆଗେଇ ନେଉଛନ୍ତି । ସମାଜର ସମ୍ପନ୍ନତା ଓ ମା’-ଭଉଣୀଙ୍କ ଆତ୍ମନିର୍ଭରତା ହିଁ ସୁଶାସନର ପ୍ରକୃତ ପରିଚୟ । ସମ୍ବଲପୁରରେ 'ସେବା ସଂକଳ୍ପ ଅଭିଯାନ' ଅଧୀନରେ AMHSSC ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଶିକ୍ଷିତ ମା’ ଓ ଭଉଣୀମାନଙ୍କୁ ଦକ୍ଷତା ପ୍ରମାଣପତ୍ର ଓ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା । ମା’ମାନଙ୍କୁ ନିଜ ଘରେ ରହି ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରିବା ମୋଦି ସରକାରଙ୍କ ପ୍ରାଥମିକତା । ନାରୀଶକ୍ତିର ଦକ୍ଷତାର ସଠିକ୍ ଉପଯୋଗ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ସମ୍ବଲପୁର ସାଂସଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୦୧ ମସିହା ଅକ୍ଟୋବର ମାସରେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ‘ସେବା ଯାତ୍ରା’ ଆରମ୍ଭ କରିଥିଲେ, ତାହା ଆଜି ସାରା ଦେଶକୁ ବିକାଶର ଏକ ନୂଆ ଦିଶା ଦେଖାଇଛି । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ସାରା ଦେଶରେ "ସେବା ସଂକଳ୍ପ ଅଭିଯାନ - ନର ସେବା ହିଁ ନାରାୟଣ ସେବା" ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।