Dharmendra Pradhan / ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
·6 months ago·1 min read

Key Points
ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ଆମର ପ୍ରାଥମିକତା: ଧର୍ମେନ୍ଦ୍ର ପ୍ରଧାନ
ଶୁଭାଂଶୁ ଶୁକ୍ଲା ଦେଶର କୋଟି କୋଟି ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣାର ଉତ୍ସ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶୁଭାଂଶୁ ଶୁକ୍ଲାଙ୍କ ସାହସ ଓ ଦୁଃସାହସିକ ଯାତ୍ରାକୁ ପ୍ରଶଂସା କରିବା ସହ ତାଙ୍କୁ ଦେଶର କୋଟି କୋଟି ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ବୋଲି ଅଭିହିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହି ଅବସରରେ ମହାକାଶ ବିଜ୍ଞାନ ଓ ଗବେଷଣାକୁ କିଭଳି ଭାବେ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ସ୍ତରରେ ସାମିଲ କରାଯାଇପାରିବ, ସେନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଶୁଭାଂଶୁ ଶୁକ୍ଲାଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ମହାକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଏହି ସଂସ୍କାରକୁ ଆଗକୁ ନେବା ପାଇଁ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆଗାମୀ ପିଢ଼ିକୁ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ଓ ସେମାନଙ୍କୁ ଭବିଷ୍ୟତର ଦକ୍ଷ 'ସ୍ପେସ୍ ପ୍ରଫେସନାଲ୍' ଭାବେ ଗଢ଼ି ତୋଳିବା ଆମର ପ୍ରାଥମିକତା । ଏହି ସାକ୍ଷାତକାର ଶିକ୍ଷା କ୍ଷେତ୍ରରେ ନୂତନ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
An inspiring afternoon!
— Dharmendra Pradhan (@dpradhanbjp) December 20, 2025
Had the pleasure of meeting Group Captain Shubhanshu Shukla, the first Indian astronaut to go to International Space Station and a key ‘Gaganyatri’. An icon for the youth, his courage, spirit and pioneering journey has inspired a billion dreams.
It was… pic.twitter.com/bSjoymBwMa
ଏହି ଅବସରରେ ମହାକାଶ ବିଜ୍ଞାନ ଓ ଗବେଷଣାକୁ କିଭଳି ଭାବେ ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ସ୍ତରରେ ସାମିଲ କରାଯାଇପାରିବ, ସେନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଶୁଭାଂଶୁ ଶୁକ୍ଲାଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ମହାକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଏହି ସଂସ୍କାରକୁ ଆଗକୁ ନେବା ପାଇଁ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆଗାମୀ ପିଢ଼ିକୁ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ଓ ସେମାନଙ୍କୁ ଭବିଷ୍ୟତର ଦକ୍ଷ 'ସ୍ପେସ୍ ପ୍ରଫେସନାଲ୍' ଭାବେ ଗଢ଼ି ତୋଳିବା ଆମର ପ୍ରାଥମିକତା । ଏହି ସାକ୍ଷାତକାର ଶିକ୍ଷା କ୍ଷେତ୍ରରେ ନୂତନ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories