Dharmendra Pradhan Slams / ବିରୋଧୀ ଦଳ ନେତାଙ୍କ ବକ୍ତବ୍ୟ ଓଡ଼ିଶାବାସୀଙ୍କ ମନରେ ଭ୍ରମ ତିଆରି କରୁଛି, ସେ ଯେଉଁ କଥା କହିଛନ୍ତି, ତାହା ଭିତ୍ତିହୀନ ଓ ହାସ୍ୟାସ୍ପଦ ଭଳି ମନେହେଉଛି
·1 hour ago·2 min read

Key Points
ଓଡ଼ିଶାର ବିରୋଧୀ ଦଳ ନେତାଙ୍କ ବିବୃତ୍ତି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
ଓଡ଼ିଶାର ସାଂସଦ ସଂଖ୍ୟା ୨୧ରୁ ୩୨କୁ ବୃଦ୍ଧି ପାଇଲେ ବିଜେଡ଼ିକୁ ଅସୁବିଧା କେଉଁଠି
ବିରୋଧୀ ଦଳ ନେତାଙ୍କ ବକ୍ତବ୍ୟ ଓଡ଼ିଶାବାସୀଙ୍କ ମନରେ ଭ୍ରମ ତିଆରି କରୁଛି
ସେ ଯେଉଁ କଥା କହିଛନ୍ତି, ତାହା ଭିତ୍ତିହୀନ ଓ ହାସ୍ୟାସ୍ପଦ ଭଳି ମନେହେଉଛି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିଆ

ଭୁବନେଶ୍ୱର, ୧୯/୦୪ : ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇବା ଭଳି ଏକ ସକାରାତ୍ମକ ସମ୍ଭାବନାକୁ ନେଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କାହିଁକି ଭୟଭୀତ ଓ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି, ତାହା ବୁଝାପଡ଼ୁନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତି ଆଶ୍ଚର୍ଯ୍ୟଜନକ । ତାଙ୍କ ଭଳି ବ୍ୟକ୍ତିଙ୍କ ବକ୍ତବ୍ୟ ଓଡ଼ିଶାବାସୀଙ୍କ ମନରେ ଭ୍ରମ ତିଆରି କରୁଛି । ସେ ଯେଉଁ କଥା କହିଛନ୍ତି, ତାହା ଭିତ୍ତିହୀନ ଓ ହାସ୍ୟାସ୍ପଦ ଭଳି ମନେହେଉଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତତୃତ୍ୱାଧୀନ ସରକାର 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ମାଧ୍ୟମରେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିଛନ୍ତି।
ପଢନ୍ତୁ ଏହି ଖବର: ବିଜେଡିର ଗତି କୁଆଡେ, ଇଣ୍ଡି ମେଣ୍ଟ ସହ ହୋଇଛି କି ଅଘୋଷିତ ମେଣ୍ଟ ?
ଶ୍ରୀ ପ୍ରଧାନ କହିଛନ୍ତି, ଗତ ୧୬ ଓ ୧୭ ତାରିଖରେ ସଂସଦରେ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଚର୍ଚ୍ଚା କରିବା ସମୟରେ, ଦେଶର ସବୁ ରାଜ୍ୟ ସମେତ ଓଡ଼ିଶାର ପ୍ରତିନିଧିତ୍ୱ ୫୦ ପ୍ରତିଶତ ବଢ଼ିବ ବୋଲି ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି । ଏହା ଫଳରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ବୃଦ୍ଧି ପାଇ ୩୨ ହେବ ଏବଂ ତତସହିତ ଅତିକମରେ ୧୧ ଜଣ ମହିଳା ନୂଆ ସାଂସଦ ଭାବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ । ବର୍ତ୍ତମାନ ଦେଶର ଲୋକସଭା ସିଟ୍ ଆଧାରରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୮୭ ପ୍ରତିଶତ ଥିବା ବେଳେ ଏହି ଆସନ ବଢ଼ିଲେ ୩.୯୧ ପ୍ରତିଶତକୁ ବୃଦ୍ଧି ପାଇବ, ଯାହା ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶାର ଭୂମିକା ସୁଦୃଢ଼ ହେବ । ନବୀନ ବାବୁଙ୍କ ଭଳି ବ୍ୟକ୍ତିଙ୍କ ଠାରୁ ସତ୍ୟ ଅଧାରିତ ତଥ୍ୟ ଅପେକ୍ଷା କରାଯାଏ । ମିଥ୍ୟା ପ୍ରଚାର ନକରି ତଥ୍ୟଭିତ୍ତିକ ସତ୍ୟ ପ୍ରକାଶ କଲେ ଓଡ଼ିଶାର ପ୍ରକୃତ ହିତ ସାଧିତ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories