BJD Congress Relation / ବିଜେଡିର ଗତି କୁଆଡେ, ଇଣ୍ଡି ମେଣ୍ଟ ସହ ହୋଇଛି କି ଅଘୋଷିତ ମେଣ୍ଟ ?
·2 hours ago·2 min read

Key Points
ଇଣ୍ଡି ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା
ଇଣ୍ଡି ମେଣ୍ଟ ସହ ହୋଇଛି କି ବିଜେଡିର ଅଘୋଷିତ ବୁଝାମଣା
ପୁଣି ବିଜେଡିର ଆଭିମୁଖ୍ୟ ନେଇ ବଢିଲା ଚର୍ଚ୍ଚା

ସଂସଦରେ ବିଜେଡିର ଆଭିମୁଖ୍ୟ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା । ଯେଉଁ ବିଜେଡି ଦିନେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରିବା କଥା କହୁଥିଲା, ଏବେ ସେହି ବିଜେଡିକୁ ଇଣ୍ଡି ମେଣ୍ଟର ବୈଠକରେ ଦେଖିବାକୁ ମିଳିଛି । ଇଣ୍ଡି ମେଣ୍ଟର ରଣନୀତି ବୈଠକରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜଙ୍କ ଉପସ୍ଥିତି ଏବେ ନୂଆ ସମୀକରଣର ସଙ୍କେତ ଦେଉଛି । ଉଭୟ ଦଳ ଏହାକୁ ପ୍ରସଙ୍ଗ ଭିତ୍ତିକ ଲଢ଼େଇ ବୋଲି କହୁଥିବା ବେଳେ ବିଜେପି କିନ୍ତୁ ଏହାକୁ ‘ଚୋରା ପୀରତି’ କହି ତୀବ୍ର କଟାକ୍ଷ କରିଛି ।
ରାଜ୍ୟସଭା ନିର୍ବାଚନ ପରେ ଏବେ ସଂସଦରେ ବିଜେଡିର ଭୂମିକାକୁ ନେଇ ଚର୍ଚ୍ଚା । ସଂସଦରେ ବିଲ୍ ଆଲୋଚନା ଭିତରେ ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେଇଛନ୍ତି ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ । ଆଉ ଏହାର ଫୋଟୋ ସାମ୍ନାକୁ ଆସିବା ପରେ ରାଜ୍ୟଠୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଯେଉଁ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକର୍ଜୁନ ଖଡ଼ଗେ, ଜୟରାମ ରମେଶଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଅଛନ୍ତି । ବଡ଼ କଥା ହେଉଛି ଉଭୟ ବିଜେଡି ଓ କଂଗ୍ରେସ ମେଣ୍ଟକୁ ଖୋଲା ଖୋଲି ଅସ୍ବୀକାର କରୁନଥିଲେ ମଧ୍ୟ କହିଛନ୍ତି ପ୍ରସଙ୍ଗ ଭିତ୍ତିକ ଲଢେଇ ରେ ଆମେ ଏକାଠି ଅଛୁ ।
୨୦୨୪ ନିର୍ବାଚନ ପରଠୁ ବଦଳି ଯାଇଛି ବିଜେଡିର ସମଦୂରତା ଆଭିମୁଖ୍ୟ । ରାଜ୍ୟସଭା ନିର୍ବାଚନ ବେଳେ ଉଭୟ ଦଳ ଏକଠି ପ୍ରାର୍ଥୀ ଦେଇଥିବା ବେଳେ ବିଧାନସଭା ଭିତରେ ଓ ବାହାରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ତେବେ ବିଜେପି କହିଛି ଉଭୟ ଦଳର ଚୋରା ପୀରତି ଧରାପଡ଼ିଥିବା ବେଳେ ବିଜେଡିର ଅଣ କଂଗ୍ରେସ ଚରିତ୍ର ଏବେ ଲୋକଙ୍କ ସାମ୍ନାରେ ।
ଅଣ କଂଗ୍ରେସ ରାଜନୀତିରୁ ସୃଷ୍ଟି ହୋଇଥିଲା ବିଜେଡି । ବିଭିନ୍ନ ସମୟରେ ସଂସଦରେ ବିଜେଡି ଆପଣାଉଥିଲା ସମଦୂରତା ଆଭିମୁଖ୍ୟ । ଏବେ ଇଣ୍ଡି ମେଣ୍ଟରେ ବିଜେଡି ସାଂସଦଙ୍କ ଉପସ୍ଥିତି ରାଜନୀତିରେ ନୂଆ ସମୀକରଣ ଆଡ଼କୁ ଇଙ୍ଗିତ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories