Seva Sankalp Abhiyan / ''ମୋଦିଜୀଙ୍କ ପାଇଁ ପଦବୀ ନୁହେଁ, ଜନସେବା ହିଁ ମୂଳ ଲକ୍ଷ୍ୟ'': ଧର୍ମେନ୍ଦ୍ର ପ୍ରଧାନ

Key Points
ଆଶୀର୍ବାଦ ଦୀପ ଜାଳିଲେ ଧର୍ମେନ୍ଦ୍ର
ରକ୍ତଦାନରୁ ପୋଷଣ, ହିତାଧିକାରୀଙ୍କୁ ସହାୟତା
ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ୭୬ତମ ଜନ୍ମଦିନ ଅବସରରେ ସମ୍ବଲପୁର ରେଢ଼ାଖୋଲ ନିର୍ବାଚନମଣ୍ଡଳୀ ଯୁଯୋମୁରା ବ୍ଲକ ଡ଼ଙ୍ଗାପାଳ ଗାଁରେ ଗ୍ରାମବାସୀଙ୍କ ସହ 'ଆଶୀର୍ବାଦ ଦୀପ' ପ୍ରଜ୍ୱଳନ କରିବାର ସୌଭାଗ୍ୟ ଲାଭ କଲି । 'ସେବା ସଂକଳ୍ପ ଅଭିଯାନ' ଅଧୀନରେ ଗାଁର ମା’, ଭଉଣୀ ଓ ଗ୍ରାମବାସୀଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ… pic.twitter.com/AzoR6yT3o4
— Dharmendra Pradhan (@dpradhanbjp) September 17, 2026
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ଦୀପ ପ୍ରଜ୍ୱଳନ କରିଥିଲେ । ପରେ ଯୁଯୋମୁରା ବ୍ଲକର ଡ଼ଙ୍ଗାପାଳ ଗାଁରେ ଗ୍ରାମବାସୀଙ୍କ ସହ ‘ଆଶୀର୍ବାଦ ଦୀପ’ ଜାଳି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ । ଏହାସହ ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ । ରକ୍ତଦାନ ଭଳି ମହତ କାର୍ଯ୍ୟରେ ସାମିଲ ହୋଇଥିବା ଯୁବକମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ।
संबलपुर में ‘सेवा संकल्प अभियान’ के अंतर्गत आयोजित ‘सेवा सेतु’ कार्यक्रम में ‘वसुंधरा योजना’ के माध्यम से बाल गृह के छात्र-छात्राओं को भूमि पट्टा प्रदान करने का अवसर मिला।
— Dharmendra Pradhan (@dpradhanbjp) September 17, 2026
यह भूमि पट्टा इन बच्चों के भविष्य को सुरक्षित और आत्मनिर्भर बनाने की दिशा में एक महत्वपूर्ण आधार है। 18… pic.twitter.com/qfNRY11b9I
ସେହିପରି ରେମେଡ଼ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କ ସହ ସମୟ ବିତାଇବା ସହ ପୁଷ୍ଟିକର ଖାଦ୍ୟ ବିତରଣ କରିଥିଲେ। ଏହାସହ ‘ରାଷ୍ଟ୍ରୀୟ ପୋଷଣ ମାସ’ ଅବସରରେ ଆୟୋଜିତ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ସେଠାରେ ମା’, ଭଉଣୀ, ଅଙ୍ଗନବାଡ଼ି କର୍ମଚାରୀ ଓ ଶିଶୁମାନଙ୍କ ଅଭିଭାବକଙ୍କ ସହ ଆଲୋଚନା କରିବା ସହ ଶାଢ଼ୀ ବିତରଣ କରିଥିଲେ ।
୧୫୫୨ ହିତାଧିକାରୀଙ୍କୁ ସରକାରୀ ସହାୟତା
ଏହା ପରେ ‘ସେବା ସେତୁ’ କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରାୟ ୧୫୫୨ ଜଣ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଓ ସହାୟତା ପ୍ରଦାନ କରାଯାଇଥିଲା । ଏଥିରେ ଋଣ, ଆବାସ, ରାସନ କାର୍ଡ ଓ ପେନସନ୍ ଭଳି ସୁବିଧା ସାମିଲ ଥିଲା । ‘ବସୁନ୍ଧରା ଯୋଜନା’ ମାଧ୍ୟମରେ ଅନ୍ତେବାସୀଙ୍କୁ ଜମି ପଟ୍ଟା ମଧ୍ୟ ପ୍ରଦାନ କରାଯାଇଥିଲା । ସେହିପରି ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ପ୍ରଶିକ୍ଷିତ ମା’ ଓ ଭଉଣୀମାନଙ୍କୁ ସାର୍ଟିଫିକେଟ୍ ସହ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା ।
ପବିତ୍ର ବିଶ୍ୱକର୍ମା ପୂଜା ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ଜନ୍ମଦିନ ଅବସରରେ ସମ୍ବଲପୁରରେ 'ସେବା ସଂକଳ୍ପ ଅଭିଯାନ' ଅଧୀନରେ ଆୟୋଜିତ 'ସେବା ସେତୁ' କାର୍ଯ୍ୟକ୍ରମରେ ଯୋଗଦେଇ ଲାଭାର୍ଥୀମାନଙ୍କୁ ସରକାରୀ ଯୋଜନା ହସ୍ତାନ୍ତର କରିବାର ସୌଭାଗ୍ୟ ଲାଭ କଲି । pic.twitter.com/2qZm3KEKVs
— Dharmendra Pradhan (@dpradhanbjp) September 17, 2026
ଚାଷୀଙ୍କ ସମସ୍ୟା ନେଇ ଆଲୋଚନା
ଧର୍ମେନ୍ଦ୍ର ପ୍ରଧାନ ରେମେଡ଼ ସେବା ସମବାୟ ସମିତି ପରିଦର୍ଶନ କରିଥିଲେ । ସମିତିର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହ ଚାଷୀଙ୍କ ସୁବିଧା ଏବଂ କୃଷି ସମ୍ବନ୍ଧୀୟ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ । ଏହାସହ ଯୁଯୋମୁରାଠାରେ ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ ତଥା ସ୍ୱାଧୀନତା ସଂଗ୍ରାମୀ ଶହୀଦ ମଧୁ ଗଡ଼ତିଆଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ବିଶ୍ୱର ଲୋକପ୍ରିୟ ଜନନେତା । ଆଜି ତାଙ୍କର ୭୬ତମ ଜନ୍ମଦିନ ଦିବସ । ୨୦୦୧ ମସିହା ଅକ୍ଟୋବର ମାସରେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସେ ଯେଉଁ ‘ସେବା ଯାତ୍ରା’ ଆରମ୍ଭ କରିଥିଲେ, ତାହା ଆଜି ସାରା ଦେଶକୁ ବିକାଶର ଏକ ନୂଆ ଦିଶା ଦେଖାଇଛି । ଜନସେବା ଓ ସୁଶାସନର ୨୫ ବର୍ଷ ପୂରଣ କରିବା ତାଙ୍କୁ ପ୍ରକୃତ ଜନନେତାର ପରିଚୟ ଦେଇଛି । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆମ ଦଳ ପକ୍ଷରୁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ସାରା ଦେଶରେ "ସେବା ସଂକଳ୍ପ ଅଭିଯାନ - ନର ସେବା ହିଁ ନାରାୟଣ ସେବା" ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବକା ପ୍ରୟାସ ସଂକଳ୍ପରେ ଆମର ଏକମାତ୍ର ଲକ୍ଷ୍ୟ ହେଉଛି ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କ ସେବା କରିବା ।
ସେହିପରି ସେ ଆହୁରି କହିଛନ୍ତି, ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଆମେ 'ପୋଷଣ ମାସ' ଅଭିଯାନକୁ ଏକ ଗଣଆନ୍ଦୋଳନରେ ପରିଣତ କରୁଛୁ। ଜିଲ୍ଲାର ପ୍ରାୟ ୭୫,୦୦୦ ଶିଶୁଙ୍କୁ ଅଙ୍ଗନବାଡ଼ି ମାଧ୍ୟମରେ ଫଳ, କାଜୁ-ପିସ୍ତା, ରାଶି ଲଡ଼ୁ ଓ ମିଲେଟ୍ ବିସ୍କୁଟ୍ ଭଳି ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ଆମେ ସମସ୍ତେ ଦାୟିତ୍ୱ ନେବା ଦରକାର ।
ରେଳ ଷ୍ଟେସନ୍ ଓ ରୋଡ୍ ପ୍ରକଳ୍ପର ସମୀକ୍ଷା
ଅନ୍ୟପଟେ, ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜଙ୍କସନ୍, ହୀରାକୁଦ ଓ ସମ୍ବଲପୁର ସିଟି ରେଳ ଷ୍ଟେସନ୍ ପରିଦର୍ଶନ କରିଥିଲେ। ‘ଅମୃତ ଭାରତ ଷ୍ଟେସନ୍ ଯୋଜନା’ ଅଧୀନରେ ଚାଲିଥିବା ପୁନଃନବୀକରଣ ଓ ଉନ୍ନୟନମୂଳକ କାର୍ଯ୍ୟର ସେ ଅନୁଧ୍ୟାନ କରିଥିଲେ । ଏହାସହ ବାଇକ୍ରେ ବୁଲି ସମ୍ବଲପୁରର ବିଭିନ୍ନ ରୋଡ୍ ପ୍ରକଳ୍ପର କାମ ମଧ୍ୟ ଦେଖିଥିଲେ। ପ୍ରକଳ୍ପଗୁଡ଼ିକର କାମକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
📱 Get Argus News App
✨Related Topics
Explore more stories