Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ଧର୍ମେନ୍ଦ୍ର

Swayangprajna Mishra
Browse all articles by Swayangprajna Mishra
·1 year ago
ବିଜେପି କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସଭାସ୍ଥଳ ଓ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ଧର୍ମେନ୍ଦ୍ର ସୁରକ୍ଷା ବ୍ୟବସ୍ଥା, ସଭାସ୍ଥଳର ପ୍ରସ୍ତୁତି ଏବଂ ବିଜେପି କାର୍ଯ୍ୟାଳୟରେ ସମ୍ପୂର୍ଣ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

ଅଧିକ ପଢନ୍ତୁ : ଆଜିଠୁ ଡିଜିପି ସମ୍ମିଳନୀ , ଓଡିଶା ଆସିବେ ମୋଦି ଶାହ

ବୈଠକ ସ୍ଥଳ, ରାତ୍ରି ଭୋଜନ ସ୍ଥଳ ମଧ୍ୟ ବୁଲି ଦେଖିଛନ୍ତି। ପୋଲିସ କମିଶନରଙ୍କ ସହ ଭୁବନେଶ୍ବରର ଓ କଟକ ଡିସିପିଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ଆଇନ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra pradhan reached the BJP office and reviewed the situation | Argus News